ବିପାଶା ବସୁ ଫ୍ଲଣ୍ଟ୍‌ କଲେ ନିଜ ବେବି ବମ୍ପ୍‌, ଭିଡିଓ ସେୟାର କରି ଅଭିନେତ୍ରୀ ଜାହିର କଲେ ନିଜ ଖୁସି

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ନିଜ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତକୁ ଏବେ ଉପଭୋଗ କରୁଛନ୍ତି। ଅଭିନେତ୍ରୀ ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି। ୪୩ ବର୍ଷୀୟା ବିପାଶା ନିଜ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ସହ ଏହି ଖୁସି ଖବର କିଛି ଦିନ ତଳେ ସମସ୍ତଙ୍କ ସହ ସେୟାର କରିଥିଲେ। ସେବେଠାରୁ ସମସ୍ତେ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ଏହାରି ଭିତରେ ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ବିପାଶା ବସୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭାଇରାଲ ଭିଡିଓରେ ଅଭିନେତ୍ରୀ ନିଜର ବେବି ବମ୍ପ୍‌ ଫ୍ଲଣ୍ଟ୍‌ କରୁଥିବାର ଦେଖାଯାଉଛନ୍ତି। ଏଥିରେ ସେ ବ୍ଲାକ୍‌ ରଙ୍ଗର ବଡିକନ୍‌ ଡ୍ରେସ୍‌ରେ ନଜର ଆସୁଛନ୍ତି। ଏଥି ସହିତ ନିଜ କେଶକୁ ଖୋଲା ରଖିଛନ୍ତି। ଲାଇଟ୍‌ ମେକ୍‌ଅପ ସହ ବିପାଶା ବହୁତ ସୁନ୍ଦର ଦେଖାଯାଉଛନ୍ତି।

 

View this post on Instagram

 

A post shared by bipashabasusinghgrover (@bipashabasu)

ଭିଡିଓରେ ସେ ଏକ ଆକ୍ଟ କରୁଥିବାର ନଜର ଆସୁଛନ୍ତି, ଯେଉଁଥିରେ ସେ କହୁଛନ୍ତି କି, ମୁଁ ମାଆ ହେବାକୁ ଯାଉଛି। ତାଙ୍କର ଏହି ଭିଡିଓ ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସିଛି। ଫ୍ୟାନମାନଙ୍କ କହିବା ହେଲା, ମାଆ ହେବାର ଗ୍ଲୋ ଅଭିନେତ୍ରୀଙ୍କ ଚେହେରାରେ ସ୍ପଷ୍ଟ ଭାବେ ନଜର ଆସୁଛି।

କହି ରଖୁଛୁ, ଦୁଇ ଦିନ ତଳେ ବିପାଶା ନିଜ ପ୍ରେଗ୍‌ନାନ୍ସି ବିଷୟରେ ଘୋଷଣା କରିଥିଲେ। ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଥିଲେ, ‘ଏକ ନୂଆ ସମୟ, ଏକ ନୂଆ ପର୍ଯ୍ୟାୟ, ଏକ ନୂଆ ଆଲୋକ ଆମ ଜୀବନରେ ଆଉ ଏକ ନିଆରା ଛବି ଯୋଡ଼ୁଛି। ଆମକୁ ପୂର୍ବ ତୁଳନାରେ ଆହୁରି ଅଧିକ ପରିପୂର୍ଣ୍ଣ କରୁଛି। ଆମେ ଏହି ଜୀବନକୁ ବ୍ୟକ୍ତିଗତ ରୂପରେ ଆରମ୍ଭ କରିଥିଲୁ ଏବଂ ପରେ ଆମେ ପରସ୍ପରକୁ ମିଳିଥିଲୁ, ଆଉ ସେବେଠୁ ଆମେ ଦୁଇ ହିଁ ଥିଲୁ। କେବଳ ଦୁଇ ଜଣଙ୍କ ପାଇଁ ଏତେ ଅଧିକ ଭଲ ପାଇବା, ଆମକୁ ଟିକିଏ ଭୁଲ୍‌ ଲାଗିଥିଲା…। ଏତେ ଜଲ୍‌ଦି, ଆମେ ଦିନେ କେବେ ଦୁଇ ଥିଲୁ, ଏବେ ତିନି ହୋଇଯିବୁ। ଆମ ଭଲ ପାଇବାରୁ ସାମ୍ନାକୁ ଆସିଥିବା ଏକ ସଂରଚନା ‘ଆମ ସନ୍ତାନ’ ଖୁବ୍‌ ଜଲ୍‌ଦି ଆମ ସହିତ ଯୋଡ଼ି ହୋଇଯିବ ଏବଂ ଆମ ଖୁସିରେ ସାମିଲ ହେବ’।

 

View this post on Instagram

 

A post shared by bipashabasusinghgrover (@bipashabasu)

ବିପାଶା ଆହୁରି ଲେଖିଥିଲେ, ‘ଆପଣଙ୍କ ବିନା ସର୍ତ୍ତ ଭଲ ପାଇବା, ଆପଣଙ୍କ ପ୍ରାର୍ଥନା ଓ ଶୁଭକାମନା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଏହି ଭଲ ପାଇବା ସବୁବେଳେ ଆମର ଅଂଶ ରହିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.