ବିପାସା ବସୁ ଏବଂ କରନ ଗ୍ରୋବରଙ୍କ ବିବାହକୁ ୩ବର୍ଷ ପୁରିଯାଇଛି। ନିଜ ୱେଡିଂ ଆନିଭର୍ସରୀକୁ ଖାସ୍ କରିବା ପାଇଁ ଏହି କପଲ୍ ବର୍ତ୍ତମାନ ଲଣ୍ଡନରେ ବୁଲୁଛନ୍ତି । ଦୁଇ ଜଣ ସୋସିଆଲ ମିଡିଆରେ ଏହି ଖାସ୍ ଦିନର କିଛି ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେଉଛି । ଯେଉଁଥିରେ ଏହି କପଲ୍ ଏକା ସାଥୀରେ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି ।
ଏହି କପଲ୍ ନିଜର ୱେଡିଂ ଆନିଭର୍ସରୀରେ କେକ୍ କାଟିଥିଲେ ଏବଂ ପରସ୍ପରକୁ କିସ୍ ମଧ୍ଯ କରିଥିଲେ । ଯାହାର ଭିଡିଓ ଦୁହେଁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।ଏହି ଭିଡିଓକୁ ପୋଷ୍ଟ କରି ବିପାସା ଲେଖିଛନ୍ତି- ନିଜ ଭଲପାଇବାକୁ ସେଲିବ୍ରେଟ କରୁଛୁ । ଏହା ସହିତ ହିଁ ବିବାହର ପୁରୁଣା ମୁହୂର୍ତ୍ତକୁ ତାଜା କରୁଛୁ । କରଣ ବିବାହ ସମୟରେ ସାତ ଫେରେ ନେଉଥିବାର ଭିଡିଓ ସେୟାର କରିଥିବାବେଳେ ବିପାସା ମଧ୍ୟ ବିବାହର ଅନ୍ୟ କିଛି ଭିଡିଓ ସେୟାର କରିଛନ୍ତି ।