ବିଚ୍ ରେ ସ୍ବାମୀ ଓ ଝିଅଙ୍କ ସହ ନଜର ଆସିଲେ ବିପାଶା, ସୋସିଆଲ ମିଡିଆରେ ସେୟାର କଲେ ଫୋଟ

ବିପାଶା ବସୁ ଏବଂ କରଣ ସିଂହ ଗ୍ରୋଭର ବଲିଉଡର ମୋଷ୍ଟ ଲଭିଙ୍ଗ ଦମ୍ପତି । ଦୁହିଁଙ୍କ ସୁନ୍ଦର ଯୋଡ଼ି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥାଏ । ବିପାଶା ନିଜ ସ୍ବାମୀ କରଣ ଏବଂ ଝିଅ ଦେବୀଙ୍କ ସହ ମାଳଦ୍ବୀପରେ ଛୁଟି କଟାଉଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀ ନିଜ ଫୋଟ ଗୁଡିକୁ ସୋସିଆଲ ମିଡିଆରେ ଅପଡେଟ କରିଛନ୍ତି । ଯାହାକି ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି । ବିଚରେ ବିପାଶା ପ୍ରିଣ୍ଟେଡ୍ ମୋନୋକନି ପିନ୍ଧି ଥିବାର ନଜରରେ ଆସିଥିଲେ ।
ନିଜ ଖୋଲା କେଶ ଏବଂ ସନଗ୍ଲାସ ଲଗାଇ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ବିପାଶା । ଖୁବ ସୁନ୍ଦର ଦେଖାଯିବା ସହିତ ସେ ପୋଜ୍ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଫୋଟରେ କରଣ ସିଂହ ଗ୍ରୋଭର ନିଜ ପତ୍ନୀଙ୍କ ଗାଲରେ କିସ କରୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ବିପାଶା ହସୁଥିବା ନେଇ ନଜିର ଆସିଛନ୍ତି । ହସିବା ସହିତ ସେ କାମେରାରେ ସୁନ୍ଦର ପୋଜ ଦେଇଛନ୍ତି । ଆଉ ଏକ ଫୋଟରେ ବିପାଶା ଏବଂ କରଣ ସୁନ୍ଦର ପରିବେଶରେ ନିଜ ଝିଅକୁ କିସ କରୁଥୁବାର ଦେଖିବାକୁ ମିଳିଛି ।
ଦେବୀ ମଧ୍ୟ ନିଜର ମା ବାବାଙ୍କ ସହିତ ମସ୍ତି ମୁଡରେ ଦେଖିବାକୁ ମିଳିଛି । ବିପାଶା ଏବଂ କରଣଙ୍କ ରୋମାଣ୍ଟିକ ଅନ୍ଦାଜ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । ଦୁହିଁଙ୍କ ସିଜିଲିଂ କେମେଷ୍ଟ୍ରି ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି । ଏହି ଫୋଟରେ ଜଣେ ୟୁଜର ଲେଖିଛନ୍ତି ଅଲ ଟାଇମ ଡିଭା ବିପାଶା । ଆଉ ଜଣେ ଲେଖିଛନ୍ତି ଗର୍ଜିୟସ୍ ।
ଯଦି କାମକଥା କହିବା ତାହେଲେ ବହୁତ ଲମ୍ବା ସମୟ ଧରି ବିପାଶା ସ୍କ୍ରିନରୁ ଦୂରେଇ ଯାଇଛନ୍ତି । ୨୦୧୮ ରେ ତାଙ୍କୁ ୱେଲକମ୍ ଟୁ ନିୟୁର୍କ ଫିଲ୍ମରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ତାଙ୍କର ଏକ କାମୋ ଥିଲା । କରନ ସିଂ ଗ୍ରୋଭରଙ୍କୁ ଶେଷଥର ପାଇଁ ଫିଲ୍ମ ଫାଇଟରରେ ଦେଖିବାକୁ ମିଳିଥିଲା ।