ବିପାଶା ଦେଇପାରନ୍ତି ଖୁସି ଖବର, ବେବି ବମ୍ପର ଫଟୋ ହେଉଛି ଭାଇରାଲ

ଶୁଟିଂ ସେଟ୍‌ରେ ପ୍ରେମ ଓ ତା’ ପରେ ୨୦୧୬ରେ କରନ୍‌ ସିଂ ଗ୍ରୋଭରଙ୍କୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବ୍ଲାକ ବିୟୁଟି ଅଭିନେତ୍ରୀ ବିପାଶା ବାସୁ। ଏବେ କିନ୍ତୁ ତାଙ୍କୁ ନେଇ ଭିନ୍ନ ଏକ ଚର୍ଚ୍ଚା ହେଉଛି। ବିପାଶା କୁଆଡେ ମା’ ହେବାକୁ ଯାଉଛନ୍ତି। ଯାହାକୁ ନେଇ ଚାଲିଛି ଚର୍ଚ୍ଚା । ନିକଟରେ ପ୍ରଯୋଜକ ରମେଶ ତୌରାନୀ ଦେଉଥିବା ଦୀପାବଳି ପାର୍ଟିରେ ପହଞ୍ଚିଥିଲେ ବିପାଶା। ତାଙ୍କ ସହ ସ୍ୱାମୀ କରନ୍‌ ମଧ୍ୟ ଥିଲେ। ବିପାଶା ପିନ୍ଧିଥିବା ଲେହେଙ୍ଗା ସହ କରନ୍‌ଙ୍କ ଶେରଓ୍ଵାନୀ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

bpp

ତେବେ ସେଠାରେ ଉପସ୍ଥିତ କିଛି କ୍ୟାମେରାମ୍ୟାନ୍‌ ଉଭୟଙ୍କ କିଛି ଫଟୋ ଉଠାଇଥିଲେ। ଫଟୋଗୁଡ଼ିକରେ ବିପାଶା ଓଢ଼ଣୀ ସାହାଯ୍ୟରେ ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅନେକ ମତ ରଖୁଛନ୍ତି। ଏହା ଏବେ ଭାଇରାଲ ହେବାରେ ଲାଗିଛି। ହେଲେ କେହି କେହି କ୍ୟାମେରା ଆଙ୍ଗଲ ଯୋଗୁ ଏଭଳି ଦେଖାଯାଉଥିବା ମତ ରଖିଛନ୍ତି। ଇତି ମଧ୍ୟରେ ବିବାହର ତିନି ବର୍ଷ ବିତିଯାଇଥିବା ଯୋଗୁ ସନ୍ତାନ ହୋଇଯିବା ଉଚିତ ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି।

ନିକଟରେ ଦୁହିଁଙ୍କ କରଓ୍ଵାଚୌଥ ପାଳନ କରୁଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁଥିରେ ବିପାଶ କରନଙ୍କୁ ଧନ୍ୟବାଦ ଜଣାଉଥିଲେ। ଯାହାକୁ ନେଇ ଅନୁମାନ କରାଯାଉଛି କି , ବିପାଶା ଖୁବଶୀଘ୍ର ଦର୍ଶକଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି।