ବିପାଶା ବସୁ ନିରାଡ଼ମ୍ବରରେ କଲେ ନିଜ ‘ବେବି ସାଓ୍ଵାର’ ନୀତି; ଗୋଲାପୀ ଶାଢି ସାଙ୍ଗକୁ ପ୍ରେଗ୍‌ନାନ୍ସି ଗ୍ଲୋରେ ଚମକୁଥିଲେ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିପାଶା ବସୁ ମା’ ହେବାକୁ ଯାଉଛନ୍ତି। କିଛି ଦିନ ତଳେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଖୁସି ଖବର ଫ୍ୟାନ୍‌ମାନଙ୍କ ସହ ସେୟାର କରିଥିଲେ। ଏବେ ଅଭିନେତ୍ରୀଙ୍କ ‘ବେବି ସାଓ୍ଵାର’ର କିଛି ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ବିପାଶା ବସୁ ଓ କରଣ ସିଂ ଗ୍ରୋଭର ଖୁବ୍‌ଶୀଘ୍ର ମାଆ, ବାପା ହେବାକୁ ଯାଉଛନ୍ତି। ଅଭିନେତ୍ରୀଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଥିବା ବେଳେ ସେଥିରେ ସେ ନିଜ ବେବି ବମ୍ପ୍‌ ଫ୍ଲଣ୍ଟ୍‌ କରୁଥିବାର ଦେଖା ଯାଉଛନ୍ତି।

ଏବେ ନିକଟରେ ବିପାଶା ବସୁଙ୍କ ବେବି ସାୱାର ଉତ୍ସବ ସମ୍ପନ୍ନ ହୋଇଛି, ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ବିପାଶା ବହୁତ ସୁନ୍ଦର ଦେଖା ଯାଉଛନ୍ତି। ତେବେ ଏହି ଖାସ୍‌ ଉତ୍ସବ ପାଇଁ ଅଭିନେତ୍ରୀ ଗୋଲାପୀ ରଙ୍ଗର ବନାରସୀ ଶାଢି ପିନ୍ଧିଥିବା ବେଳେ ମୁଣ୍ଡରେ ଟିକିଲି ଓ ମଥାରେ ସିନ୍ଦୁର ଲଗାଇଥିଲେ। ଏହା ତାଙ୍କ ଲୁକ୍‌କୁ ବହୁତ ଆକର୍ଷଣୀୟ କରୁଥିଲା। ଫଟୋଗୁଡ଼ିକରେ ବିପାଶା ବସୁଙ୍କ ଚେହେରାରେ ପ୍ରେଗ୍‌ନାନ୍ସି ଗ୍ଲୋ ସ୍ପଷ୍ଟ ଭାବେ ନଜର ଆସୁଥିଲା। ସେ ନିଜ ସ୍ୱାମୀ ତଥା ଅଭିନେତା କରଣ ସିଂ ଗ୍ରୋଭରଙ୍କ ସହ ମଧ୍ୟ ଅନେକ ଫଟୋ ସେୟାର କରିଛନ୍ତି।

ଏହା ବ୍ୟତୀତ ବିପାଶା ନିଜ ମା’ଙ୍କ ସହ ବି ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି। ସମସ୍ତ ଫଟୋରେ ବିପାଶାଙ୍କ ସୌନ୍ଦର୍ଯ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଫ୍ୟାନ୍‌ମାନେ କମେଣ୍ଟ ଜରିଆରେ ବିପାଶା ଓ କରଣଙ୍କ ଫଟୋକୁ ବେଶ୍‌ ଭଲ ପାଇବା ଦେଉଛନ୍ତି। ଏଥିସହ ଲୋକମାନେ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ବିପାଶା ଓ କରଣଙ୍କ ଭଳି ତାଙ୍କ ଫ୍ୟାନ୍‌ମାନେ ବି କପଲ୍‌ଙ୍କ ପ୍ରଥମ ସନ୍ତାନକୁ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ସେପଟେ ବିପାଶାଙ୍କ ଫଟୋରେ କମେଣ୍ଟ କରି ଜଣେ ୟୁଜର ଲେଖିଛନ୍ତି, ‘ଆପଣ ବହୁତ ସୁନ୍ଦର ଦେଖା ଯାଉଛନ୍ତି’। କହି ରଖୁଛୁ, ବିପାଶା ଓ କରଣ ୨୦୧୫ରେ ରିଲିଜ୍‌ ହୋଇଥିବା ହରର୍‌ ଫିଲ୍ମ ‘ଏଲୋନ୍‌’ରେ ଏକାଠି କାମ କରିଥିଲେ। ଏହି ଫିଲ୍ମ ସମୟରେ ହିଁ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ। ଏହାପରେ ୨୦୧୬, ଏପ୍ରିଲ ୩୦ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କହି ରଖୁଛୁ, ବିପାଶା, କରଣଙ୍କ ତୃତୀୟ ପତ୍ନୀ।

 

View this post on Instagram

 

A post shared by Bipasha Basu (@bipashabasu)

ନିକଟରେ ବିପାଶା ନିଜ ପ୍ରେଗ୍‌ନାନ୍ସି ବିଷୟରେ ଘୋଷଣା କରି ଦୁଇଟି ଫଟୋ ସେୟାର କରିଥିଲେ। ଏଥିରେ ସେ କ୍ୟାପସନ ଲେଖିଥିଲେ, ‘ଏକ ନୂଆ ସମୟ, ଏକ ନୂଆ ପର୍ଯ୍ୟାୟ, ଏକ ନୂଆ ଆଲୋକ ଆମ ଜୀବନରେ ଆଉ ଏକ ନିଆରା ଛବି ଯୋଡ଼ୁଛି। ଆମକୁ ପୂର୍ବ ତୁଳନାରେ ଆହୁରି ଅଧିକ ପରିପୂର୍ଣ୍ଣ କରୁଛି। ଆମେ ଏହି ଜୀବନକୁ ବ୍ୟକ୍ତିଗତ ରୂପରେ ଆରମ୍ଭ କରିଥିଲୁ ଏବଂ ପରେ ଆମେ ପରସ୍ପରକୁ ମିଳିଥିଲୁ, ଆଉ ସେବେଠୁ ଆମେ ଦୁଇ ହିଁ ଥିଲୁ। କେବଳ ଦୁଇ ଜଣଙ୍କ ପାଇଁ ଏତେ ଅଧିକ ଭଲ ପାଇବା, ଆମକୁ ଟିକିଏ ଭୁଲ୍‌ ଲାଗିଥିଲା…। ଏବେ ଜଲ୍‌ଦି ଆମେ ତିନି ହୋଇଯିବୁ’।

Leave A Reply

Your email address will not be published.