ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଯେବେ କ୍ରିଜକୁ ଓଲ୍ହାନ୍ତି ବଡରୁ ବଡ ବୋଲରଙ୍କର ଝାଳ ବାହାରିଯାଏ । ପଡିଆରେ ସିନା ବିରାଟ ବାଘ ପାଲଟିଯାନ୍ତି କିନ୍ତୁ ଘରେ ତାଙ୍କର ଅବସ୍ଥା କଣ ହେଉଥିବ କେବେ ଭାବିଛନ୍ତିକି । ସେ ପୁଣି ପତ୍ନୀ ଅନୁଷ୍କାଙ୍କ ସହ | ଦୁହିଁଙ୍କ ଭିତରେ ଯଦି କେବେ କଡ଼ା କମ୍ପିଟିସନ ହୁଏ ତେବେ ଅବସ୍ଥା କଣ ହେବ ଥରେ ଭାବନ୍ତୁ ତ । ନିକଟରେ ହିଁ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ କମ୍ପିଟିସନ କରୁଥିବାର ନଜର ଆସିଛନ୍ତି । ଦୁଇ ପତିପତ୍ନୀଙ୍କ ମଧ୍ୟରେ ଏହି କମ୍ପିଟିସନ ଟିକେ ନିଆରା | ଅନୁଷ୍କା ଏହି ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓ ଟିକୁ ଦେଖିଲେ ଆପଣ ଜାଣିପାରିବେ ଦୁଇ ପତି ପତ୍ନୀ ନିଜର ଗୋଟିଏ ଆଙ୍ଗୁଳିରେ ବ୍ୟାଟକୁ ରଖି ମଜାଳିଆ ଅନ୍ଦାଜରେ ବାଲାନ୍ସ କରିବାକୁ ଚେଷ୍ଟା କରୁଛନ୍ତି । ଆଉ ସବୁଠୁ ଅଶ୍ଚର୍ଯ୍ୟର କଥା ଏହି ଖେଳରେ ବିରାଟ ଉପରେ ଭାରି ପଡିଛନ୍ତି ଅନୁଷ୍କା । କାହିଁକି ନା ବିରାଟଙ୍କ ଠାରୁ ଅଧିକ ଭଲରେ ବାଲାନ୍ସ କରିପାରୁଛନ୍ତି ଅନୁଷ୍କା ।
ଅବଶ୍ୟ ଭିଡିଓଟି ସରିବା ପର୍ଯ୍ୟନ୍ତ ଦୁହିଁଙ୍କ ଭିତରୁ କାହାର ବି ବ୍ୟାଟ ତଳେ ପଡୁନାହିଁ । ଆଉ ଏଭିତରେ ପତି ବିରାଟକୁ ଚ୍ୟାଲେଞ୍ଜ ଦେଉଛନ୍ତି ଅନୁଷ୍କା । ଆଉ କହୁଛନ୍ତି “ବେଟା ବିରାଟ, ମୁଁ ବି ଭଲରେ ବାଲାନ୍ସ କରିପାରୁଛି । ତେବେ ଚାଲ ଥରେ କ୍ରିକେଟ ଖେଳିବା ।ଖାଲି ବିରାଟ ନୁହେଁ ନିଜ ଫ୍ୟାନ୍ସ ମାନଙ୍କୁ ବି ଚ୍ୟାଲେଞ୍ଜ ଦେଇଛନ୍ତି ଅନୁଷ୍କା । କିନ୍ତୁ ଉଭୟଙ୍କ ଫ୍ୟାନ୍ସ ମାନେ ଏହି ଅନ୍ଦାଜର ଭରପୁର ମଜା ଉଠାଇବା ସହ ଖୁବ ପସନ୍ଦ କରିଛନ୍ତି ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…