ସୋନୁ ସୁଦଙ୍କୁ ପୁଣି ନୋଟିସ ପଠାଇଲା ବିଏମସି, ଅବୈଧ ନିର୍ମାଣାଧିନ ହୋଟେଲକୁ ହଟାଇବାକୁ ଦେଲା ନିର୍ଦ୍ଦେଶ

ଲକଡାଉନ ସମୟରେ ଗରିବ ଏବଂ ଅସହାୟଙ୍କୁ ସାହାଯ୍ୟ କରି ସୋନୁ ସୁଦ୍‌ ବେଶ ଚର୍ଚ୍ଚାରେ ରହିଥିଲେ। ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତା ସୋନୁ ସୁଦଙ୍କୁ ପୁଣି ନୋଟିସ ପଠାଇଛି ବିଏମସି। ଜୁହୁ ସ୍ଥିତି ଏକ ଆବାସିକ ବିଲିଡିଂକୁ ହୋଟେଲ କରିବା ଏବଂ ଅବୈଧ ନିର୍ମାଣ ହୋଇଥିବା ଯୋଗୁଁ ବିଏମସି ତରଫରୁ ନୋଟିସ ପଠାଯାଇଛି। ୧୫ ନଭେମ୍ବରକୁ ଜାରି ହୋଇଥିବା ଏହି ନୋଟିସରେ କୁହାଯାଇଛି ଯେ, ୬ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାକୁ ହୋଟେଲରୁ ପୁନର୍ବାର ରେସିଡେଣ୍ଟାଲ ବିଲିଡିଂକୁ ପରିବର୍ତ୍ତନ କରିବାକୁ ହେବ।

ସୂଚନାଯୋଗ୍ୟ, ଚଳିତବର୍ଷ ଆରମ୍ଭରୁ ବିଏମସି ସୋନୁଙ୍କୁ ନିଜର ଜୁହୁ ହୋଟେଲକୁ ପୁନର୍ବାର ରେଜିଡେନ୍ସି ବିଲିଡିଂ ଏବଂ ବିଲିଡିଂରେ ହୋଇଥିବା ଅବୈଧ ନିର୍ମାଣକୁ ହଟାଇବାକୁ କହିଥିଲେ। ବିଏମସି ତରଫରୁ ଦିଆଯାଇଥିବା ନୋଟିସରେ କୁହାଯାଇଛି ଯେ, ବିଲିଡିଂରେ ଥିବା ୬ ମହଲାରେ ହେଉଥିବା କାମକୁ ବନ୍ଦ କରି ରେସିଡେନ୍ସି ଭାବେ ବ୍ୟବହାର କରିବେ। ଏହାସହିତ ନବୀକରଣ ପାଇଁ ହେଉଥିବା କାମକୁ ନେଇ ନିରୀକ୍ଷଣ କରାଯାଇଥିଲା, କିନ୍ତୁ ଏଠାରେ କୌଣସି କାମ ହେଉନଥିବା ଜଣାପଡିଥିଲା। ତେବେ ସୋନୁ ଏନେଇ ଜୁଲାଇରେ ବିଏମସିକୁ ଆଶ୍ୱାସନା ଦେଇଥିଲେ। କିନ୍ତୁ ଏଯାଏ ମଧ୍ୟ କାମ ଅଗ୍ରଗତି ହୋଇନାହିଁ ବୋଲି ପୁଣି ବିଏମସି ନୋଟିସ ପଠାଇଛି।

ସୂଚନାନୁଯାୟୀ, ବିଏମ୍‌ସି ତରଫରୁ ୪ ଜାନୁଆରୀରେ ଜୁହୁ ପୋଲିସ ଷ୍ଟେସନ୍‌ରେ ରୁଜୁ କରାଯାଇଥିବା ଅଭିଯୋଗରେ କୁହାଯାଇଛି ଯେ ସୋନୁ ସୁଦ୍‌ଙ୍କ ଏବି ନାୟାର ରୋଡସ୍ଥିତ ଶକ୍ତି ସାଗର ବିଲ୍ଡିଂକୁ ବିନା ଅନୁମତିରେ ହୋଟେଲରେ ପରିବର୍ତ୍ତିନ କରିଛନ୍ତି। ନିୟମ ମୁତାବକ ଶକ୍ତି ସାଗର ଏକ ଆବାସିକ କୋଠା। ଏହାକୁ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। କେବଳ ଏତିକି ନୁହେଁ, ସୋନୁ ସୁଦ୍‌ଙ୍କ ବିରୋଧରେ ବିଏମ୍‌ସି ନୋଟିସ୍‌କୁ ମଧ୍ୟ ଅଣଦେଖା କରିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.