ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ମୁମ୍ବାଇ ଅଫିସ ବେଆଇନ ନିର୍ମାଣ ହୋଇଛି ବୋଲି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ଭାଙ୍ଗିଥିଲା। ଏହାକୁ ନେଇ କଙ୍ଗନା ବିଏମସିକୁ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ବିଏମ୍ସି ତାଙ୍କ କାର୍ଯ୍ୟାଳୟକୁ ପ୍ରାୟ ୪୦ ପ୍ରତିଶତ ଭାଙ୍ଗି ଦେଇଥିବା ଦର୍ଶାଇ କଙ୍ଗନା ବମ୍ବେ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ। ଏବେ କଙ୍ଗନାଙ୍କ ଦାବି ଉପରେ ବମ୍ବେ ହାଇକୋର୍ଟରେ ଜବାବ ରଖିଛି ବିଏମସି।
ବିଏମସି କହିବା ମୁତାବକ, ଏହି ଆବେଦନ ଆଇନଗତ ପ୍ରକ୍ରିୟାର ଅପବ୍ୟବହାର ଅଟେ। କଙ୍ଗନା ରାଣାୱତଙ୍କ ଆବେଦନକୁ ଖାରଜ କରିବା ସହ ଏପରି ଆବେଦନ କରିଥିବା ଯୋଗୁଁ ତାଙ୍କ ଉପରେ ଜରିମାନା ଲଗାଇବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହାସହ କୁହାଯାଇଛି ଯେ, ଆବେଦନକୁ ବିଚାର କରାଯିବା ଉଚିତ ନୁହେଁ ଏବଂ ଜରିମାନା ସହିତ ଏହାକୁ ଖାରଜ କରାଯିବା ଉଚିତ୍।
ସୂଚନା ମୁତାବକ, ମୁମ୍ବାଇକୁ ପାକ୍ ଅଧିକୃତ କଶ୍ମୀର ସହ ତୁଳନାରେ କରିବା ପରେ ବିବାଦରେ ଫସି ରହିଛନ୍ତି କଙ୍ଗନା। ମୁମ୍ବାଇ ତାଙ୍କୁ ପିଓକେ ପରି ଲାଗୁଛି ବୋଲି କହିିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ତୀବ୍ର ବିରୋଧ କରିବା ସହ ତାଙ୍କର ନିନ୍ଦା କରିଥିଲେ। ସୂଚନାଯୋଗ୍ୟ, ବିଏମ୍ସି ପ୍ରଥମେ କଙ୍ଗନାଙ୍କ କାର୍ଯ୍ୟାଳୟ ଏକ ନୋଟିସ୍ ଝୁଲାଇ ମାତ୍ର ୨୪ ଘଣ୍ଟାର ମହଲତ ଦେବା ପରଦିନ ଯାଇ କାର୍ଯ୍ୟାଳୟକୁ ଭାଙ୍ଗିବା ଆରମ୍ଭ କରିଥିଲା।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…