କେଉଁ ସେଲିବ୍ରେଟି କେଉଁ ଅଙ୍ଗ ଦାନ କରିଛନ୍ତି ଜାଣନ୍ତୁ 

ପୁରାଣରେ ରହିଛି ଦାନର ମହତ୍ୱ କଥା । ଦାନ କରିବା ଦ୍ୱାରା ମଣିଷର ଏହି ଲୋକ ଓ ପରଲୋକରେ କଲ୍ୟାଣ ହୋଇଥାଏ । ଅବଶ୍ୟ ସମୟ ସହ ଦାନର କଥା ବେଶ୍‌ ବଦଳି ଗଲାଣି । କେବଳ ଅର୍ଥଦାନ କଥାକୁ ସମସ୍ତେ ବୁଝିଛନ୍ତି । ତେବେ ସନାତନ ଧର୍ମରେ ରହିଛି ପାଞ୍ଚଟି ଦାନ । ଏସବୁ ହେଉଛି ବିଦ୍ୟା, ଭୂମି, କନ୍ୟା, ଗୋ ବା ଗାଈ ଏବଂ ଅନ୍ନଦାନ । ହେଲେ ବର୍ତ୍ତମାନ ସମୟରେ ଏଥିରେ ଯୋଡ଼ି ହୋଇଛି ଅଙ୍ଗଦାନ । ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହିତ ଏହି ଅଙ୍ଗଦାନ ଯୋଡ଼ି ହୋଇ ଯାଇଛି । ଆଉ ଧୀରେ ଧୀରେ ଏହା ଲୋକପ୍ରିୟ ହୋଇ ଚାଲିଛି । ଆମ ଦେଶ ଏବଂ ରାଜ୍ୟରେ ଅନେକ ଲୋକ ଏହି ଦାନ ସହ ଯୋଡ଼ି ହୋଇଛନ୍ତି । ତେବେ ପରଦା ଉପରେ ଅଭିନୟ କରି ଆମର ମନୋରଞ୍ଜନ କରୁଥିବା ଅଭିନେତାମାନେ ବି ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଅବଶ୍ୟ ସେମାନଙ୍କ ମଧ୍ୟରୁ ଅନେକ ବଲିଉଡ୍‌ ଅଭିନେତା ବିଭିନ୍ନ ସାମାଜିକ କାର୍ଯ୍ୟ କରୁଛନ୍ତି । ତା ସହିତ ନିଜ ଅଙ୍ଗ ଦାନ କରିବାକୁ ଶପଥ ମଧ୍ୟ କରିଛନ୍ତି । ଆସନ୍ତୁ ଜାଣିବା କେଉଁ ଷ୍ଟାର ନିଜ ଶରୀରର କେଉଁ ଅଂଶକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଆମେ ଜାଣିଛେ ସବୁ ଟ୍ରେଣ୍ଡରେ ଫ୍ରଣ୍ଟ ଲାଇନରେ ରୁହନ୍ତି ଅଭିନେତା ଅଭିନେତ୍ରୀ। ତେଣୁ ଏଥିରେ ବି ଆଗରେ ଅଛନ୍ତି ଏହି କଳାକାରମାନେ । ଯେଉଁମାନେ ସମସ୍ତଙ୍କ ପାଇଁ ଏହି ସୁନ୍ଦର ବାର୍ତ୍ତା ଦେଉଛନ୍ତି କି ଅଙ୍ଗଦାନ କରନ୍ତୁ ଆଉ ମୃତ୍ୟୁ ପରେ ବି କାହା ମଧ୍ୟରେ ଜିବୀତ ହୋଇ ରୁହନ୍ତୁ ।

କହିବା କଥା କି ବଲିଉଡରେ ଅନେକ କଳାକାର ଏମିତି ବି ଅଛନ୍ତି ଯେଉଁମାନେ ମରିବା ପରେ ନିଜର ଅଙ୍ଗଦାନ କରିବାକୁ ସଂକଳ୍ପ ନେଇଛନ୍ତି । ଏହି କଳାକାରଙ୍କ ମଧ୍ୟରେ କେହି ନିଜର ଆଖି ଦାନ କରିଛନ୍ତି ତ ଆଉ କେହି ନିଜର ବ୍ରେଷ୍ଟ ମଧ୍ୟ ଦାନ କରିଥିବା କୁହାଯାଉଛି ।

ପ୍ରଥମେ ବଲିବୁଡର ଭାଇଜାନଙ୍କ କଥା ଯଦି କହିବା ତାଙ୍କର ତ ଅନେକ ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ତାଙ୍କ ପାଇଁ ଜୀବନ ଦେବାକୁ ପଛାଇବେ ନାହିଁ । କିନ୍ତୁ ତାଙ୍କ ମଧ୍ୟରେ ବି ସେତିକି ସହୃଦୟତା ରହିଛି ଯାହା ଆପଣ ବୁଝି ପାରିବେ ଯେତେବେଳେ ଜାଣିବେ କି ସେ କେଉଁ ଅଙ୍ଗ ଦାନ କରିଛନ୍ତି । କହି ରଖୁଛୁ କି ସଲମାନ ଖାନ ନିଜର ‘ବୋନ ମ୍ୟାରୋ’ ଦାନ କରିବାକୁ ଘୋଷଣା କରି ସାରିଛନ୍ତି ।

ଏପଟେ ଯଦି ମିସ ୱାଲ୍ଡ ଐଶ୍ୱରିୟା ରାଏ ବଚ୍ଚନଙ୍କ କଥା କହିବା ତେବେ ତାଙ୍କୁ କୁହାଯାଏ ନୀଳନୟନା । ଆଉ ସେ ତାଙ୍କ ଚକ୍ଷୁ ଦାନ କରିଛନ୍ତି । ସେମିତି ବର୍ତ୍ତମାନ ପିଢ଼ିର ସବୁଠୁ ପ୍ରତିଭାବାନ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର କିଡନୀ ଦାନ କରିଛନ୍ତି । ଆଉ ମୋଷ୍ଟ ହ୍ୟାଣ୍ଡସମ ଗାଏ କୁହାଯାଉଥିବା ବଲିଉଡ ଆକ୍ଟର ତଥା ଆଲିଆ ଭଟ୍ଟଙ୍କ ସ୍ୱାମୀ ରଣବୀର କପୁର ବି ତାଙ୍କର କିଡନୀ ଦାନ କରିଛନ୍ତି ।

ମୋଷ୍ଟ ପରଫେକସନିଷ୍ଟ କୁହାଯାଉଥିବା ଅଭିନେତା ଆମୀର ଖାନ କରିଛନ୍ତି ବହୁତ ବଡ କାମ । କାରଣ ସେ ଦାନ କରିଛନ୍ତି ତାଙ୍କର ପୂରା ଶରୀର । ଆଉ ଅଭିନୟର ଲିଜେଣ୍ଡ କୁହାଯାଉଥିବା ବିଗ ବି ଦାନ କରିଛନ୍ତି ତାଙ୍କର ଚକ୍ଷୁ । ସେହି କ୍ରମରେ ବଲିଉଡ୍‌ ଓ ସାଉଥ୍‌ର ଅଭିନେତା ଆର. ମାଧବନ ମଧ୍ୟ ଘୋଷଣା କରି ସାରିଛନ୍ତି ନିଜ ଶରୀରର କେଉଁ ସବୁ ଅଙ୍ଗକୁ ଦାନ କରିବେ । ସେ ଦାନ କରିଛନ୍ତି ନିଜର ଆଖି, ହାର୍ଟ, ଲଙ୍ଗ୍ସ, ଅଗ୍ନାଶୟ, ହାଡ ଓ କାର୍ଟିଲେଜେସ । ସେହିଭଳି ରାଣୀ ମୁଖାର୍ଜୀ ଦାନ କରିଛନ୍ତି ତାଙ୍କର ସୁନ୍ଦର ବାଦାମୀ ଆଖି । ସୁନିଲ ସେଟ୍ଟୀ ମଧ୍ୟ ତାଙ୍କ ଆଖି ଦାନ କରିଛନ୍ତି । ଏମାନଙ୍କ ବ୍ୟତୀତ ଆହୁରି ଅନେକ ଛୋଟ ବଡ଼ କଳାକାର ମଧ୍ୟ ଶରୀରରୁ ଅଙ୍ଗଦାନ କରିବା ପାଇଁ ବିଧିବଦ୍ଧ ଭାବେ ଘୋଷଣା କରି ସାରିଛନ୍ତି ।

ଜୀବନ ସାରା ଏମାନେ ଆମମାନଙ୍କର ମନୋରଞ୍ଜନ କରିଥାନ୍ତି । ଆମେ ସାଧାରଣ ଦର୍ଶକ ସେମାନଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି । ହେଲେ ଏମାନେ ଏଭଳି ବଡ଼ ନିଷ୍ପତ୍ତି ନେଇ ସମସ୍ତଙ୍କ ହୃଦୟ ଜିଣି ନେଇଛନ୍ତି । କିନ୍ତୁ ନିଜର ଅଙ୍ଗଦାନ କରିବା ହେଉଛି ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଅଭିନୟକୁ ଛାଡିଲେ ଏହା ଏକ ବୃହତ ସାମାଜିକ କର୍ମ । ଯାହା ସେମାନେ କରି ଦେଖାଇଛନ୍ତି ପ୍ରଚାର ପାଇଁ ନୁହେଁ ସମାଜ ମଙ୍ଗଳ ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.