ଯେବେ ଅମୀର ଖାନଙ୍କ ପାଖରେ ସ୍କୁଲ ଫିସ ଜମା କରିବା ପାଇଁ ନଥିଲା ଟଙ୍କା, ବେଘର ହେଉ ହେଉ ରକ୍ଷା ପାଇଥିଲେ ଏହି ଅଭିନେତା

ନିକଟରେ ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍‌ଢ଼ା’ ମୁକ୍ତିଲାଭ କରିଛି । ଏହାକୁ ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ବୟକଟ୍‌ କରାଯାଇଛି । ଏହା ବକ୍ସ ଅଫିସରେ ଆଶାନୁରୁପ ଆୟ କରିପାରି ନାହିଁ । ଫିଲ୍ମ ୧୮୦ କୋଟି ଟଙ୍କାର ବଡ ବଜେଟରେ ନିର୍ମାଣ ହୋଇଛି ।

କୁହାଯାଏ ଏଥିରେ ଅମୀର ଖାନ୍‌ଙ୍କ ବହୁତ ବଡ଼ କ୍ଷତି ସହିବାକୁ ପଡିଛି । ତେବେ ଏହି କ୍ଷତିକୁ ଅମୀରଙ୍କ ଭଳି ଜଣେ ବଡ଼ ଷ୍ଟାର ସହଜରେ ହଜମ କରିଦେଇ ପାରନ୍ତି । ହେଲେ ଦିନ ଥିଲା ଅମୀରଙ୍କ ପାଖରେ ସ୍କୁଲ ଫିସ ଦେବାକୁ ଟଙ୍କା ନଥିଲା ।

ଅମୀରଙ୍କ ପାଖରେ ଆଜି ଟଙ୍କାର କୌଣସି ଅଭାବ ନାହିଁ । ହେଲେ ଅମୀର ଏକ ସାକ୍ଷାତକାରରେ କହିଥିଲେ ଯେ ଦିନ ଥିଲା ତାଙ୍କ ପାଖରେ ସ୍କୁଲ ଫି ଦେବାକୁ ଟଙ୍କା ନଥିଲା । ତାଙ୍କ ପିତା ତାହିର ହୁସେନ ବହୁ ଭଲ ଫିଲ୍ମ ନିର୍ମାଣ କରିଛନ୍ତି । ହେଲେ ବିଶେଷ ଟଙ୍କା ରୋଜଗାର କରିନଥିଲେ । ସେ ଜଣେ ଭଲ ବ୍ୟବସାୟୀ ନହେବା ଯୋଗୁ ସର୍ବଦା କ୍ଷତିରେ ପଡ଼ୁଥିଲେ । ଲୋକେ ଭାବୁଥିଲେ ଯେ ଅମୀର ଜଣେ ଫିଲ୍ମ ନିର୍ମାତଙ୍କ ପୁଅ । ବହୁତ ଧନୀ ହୋଇଥିବ ।

ହେଲେ ପିତାଙ୍କ ଉପରେ ସର୍ବଦା ଲୋନ ଚାପ ରହୁଥିବା ଯୋଗୁ ସର୍ବଦା ଟଙ୍କାର ଅଭାବ ରହୁଥିଲା । ଏମିତି ବି ସମୟ ଆସିଥିଲା ଘର ହାତରୁ ପଳାଇ ଯିବାର ଥିଲା । ହେଲେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ବେଘର ହେଉ ହେଉ ସେ ବଞ୍ଚିଯାଇଥିଲେ । ସେତେବେଳେ ସ୍କୁଲ ଫି ୭ କିମ୍ବା ୧୦ ଟଙ୍କା ଥିଲା । ତାହା ବି ତାଙ୍କ ପାଖରେ ଦେବାକୁ ନଥିଲା । ଫଳରେ ସ୍କୁଲରେ ଫି ଦେଇ ନଥିବା ପିଲାଙ୍କ ନାମ ମଧ୍ୟରେ ତାଙ୍କ ନାମ ମଧ୍ୟ ଡକାଯାଉଥିଲା ।

Leave A Reply

Your email address will not be published.