ପ୍ରଥମଥର ଝିଅ ମାୟରାଙ୍କୁ ରାମ୍ପରେ ଦେଖି ଭାବବିହ୍ବଳ ହେଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ, ସେୟାର କଲେ ନିଜ ଭାବନା
ବଲିଉଡ୍ କଳାକାରମାନଙ୍କ ପିଲାମାନେ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି। ସେମାନଙ୍କ ଭିତରୁ ଅର୍ଜୁନ ରାମପାଲଙ୍କ ଝିଅ ମାୟରା ରାମପାଲ ଅନ୍ଯତ୍ତମ। ପ୍ରଥମଥର ଝିଅ ମାୟରାଙ୍କୁ ରାମ୍ପରେ ଦେଖି ଭାବବିହ୍ବଳ ହୋଇପଡିଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ।

ନୂଆଦିଲ୍ଲୀ: ବଲିଉଡ୍ କଳାକାରମାନଙ୍କ ପିଲାମାନେ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି। ସେମାନଙ୍କ ଭିତରୁ ଅର୍ଜୁନ ରାମପାଲଙ୍କ ଝିଅ ମାୟରା ରାମପାଲ ଅନ୍ଯତ୍ତମ। ଗତବର୍ଷ ଅର୍ଜୁନ ରାମପାଲଙ୍କ ଝିଅ ମାୟରା ରାମପାଲଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ସୋସିଆଲ ମିଡିଆରେ ହଠାତ୍ ତାଙ୍କ ଗ୍ଲାମରସ୍ ଫଟୋ ଫ୍ୟାନମାନଙ୍କୁ ଦିଓ୍ଵାନା କରିଥିଲା। ମାୟରାଙ୍କ ଇନ୍ଷ୍ଟାଗ୍ରାମ ପ୍ରୋଫାଇଲ୍କୁ ପବ୍ଲିକ୍ କରିବା ପାଇଁ ତାଙ୍କ ପ୍ୟାରେଣ୍ଟ୍ସଙ୍କ ତରଫରୁ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ଫଟୋ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହାରି ଭିତରେ ପୁଣି ମାୟରାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ମାୟରାଙ୍କ ବାପା ତଥା ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ନିଜ ଫିଲ୍ମି କ୍ୟାରିୟରରେ ବହୁତ କମ୍ ଫିଲ୍ମ କରିଛନ୍ତି। ହାତଗଣତି ଫିଲ୍ମ କରିବା ସତ୍ତ୍ୱେ ଅର୍ଜୁନଙ୍କୁ ନ୍ୟାସନାଲ ଆଓ୍ଵାର୍ଡ ମଧ୍ୟ ମିଳି ସାରିଛି। ହେଲେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଯେମିତି ଫେମସ୍ ଅଛନ୍ତି, ସେମିତି ଆକ୍ଟିଂ ପାଇଁ ନାହାନ୍ତି। ଅର୍ଜୁନ ରାମପାଲ ନିଜ ଲୁକ୍ସ ଦ୍ୱାରା ଅନେକ ସୁନ୍ଦରୀଙ୍କୁ ନିଜର ଦିଓ୍ଵାନା ବନାଇଛନ୍ତି। କିନ୍ତୁ ଯେତେବେଳେ ସେ ଜଣେ ସଫଳ ଅଭିନେତା ନ ଥିଲେ, ସେତେବେଳେ ନିଜଠୁ କିଛି ବର୍ଷ ବଡ଼ ସୁପରମଡେଲ ତଥା ପୂର୍ବତନ ମିସ୍ ଇଣ୍ଡିଆ ମେହର ଜେସିୟାଙ୍କୁ ବିବାହ କରି ନେଇଥିଲେ। ବଲିଉଡ ଷ୍ଟାର ଅର୍ଜୁନ ରାମପାଲ ୧୯୯୮ ମସିହାରେ ପୂର୍ବତନ ସୁପରମଡେଲ ମେହର ଜେସିୟାଙ୍କୁ ବିବାହ କରିଥିଲେ। ୨୦୧୯ରେ ବିବାହର ୨୧ବର୍ଷ ପରେ ଦୁହେଁ ଅଲଗା ହୋଇଯିବାକୁ ନିଷ୍ପତ୍ତି ନେଇଥିଲେ। ଅର୍ଜୁନ ଓ ମେହରଙ୍କ ଦୁଇ କନ୍ୟା ସନ୍ତାନ ଅଛନ୍ତି। ଦୁହିଁଙ୍କ ନାମ ମାହିକା ଓ ମାୟରା ।
ନିକଟରେ ଏକ କାର୍ଯ୍ୟକ୍ରମରେ ମାୟରା ପ୍ରଥମଥର ରାମ୍ପରେ ଚାଲିଥିଲେ। ଏହି ଦୃଶ୍ୟକୁ ଦେଖି ଅର୍ଜୁନ ଖୁବ ଖୁସି ହୋଇ ସଙ୍ଗେସଙ୍ଗେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ। ଗତ ଗୁରୁବାର ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଝିଅ ମାୟରାଙ୍କ ଏକ ଫଟୋ ସେୟାର କରିଥିଲେ। ଆଉ ଏଥିରେ ଅର୍ଜୁନ ଲେଖିଥିଲେ, ‘ଆଜି ମୋର ସୁନ୍ଦର ଛୋଟ ରାଜକୁମାରୀ ରାମ୍ପରେ ଚାଲିଛି।
ଏହା ସହ ସେ ଲେଖିଥିଲେ, ତେବେ ତାଙ୍କୁ ଏସବୁ ଏଥିପାଇଁ ଖୁସି ଲାଗୁଛି, କାରଣ ତାଙ୍କ ଝିଅ ଏସବୁ ନିଜ ଯୋଗ୍ୟତାରେ କରିଛନ୍ତି। ଆଡିସନରୁ ନେଇ ଏପର୍ଯ୍ୟନ୍ତ ପହଞ୍ଚିବାକୁ ସେ କଠିନ ପରିଶ୍ରମ ବି କରିଛନ୍ତି। ଯାହା ଅର୍ଜୁନଙ୍କୁ ଗର୍ବିତ କରିଛି। ତାକୁ ଜୀବନରେ ବହୁତ ଖୁସି ମିଳୁ, ସେ ସଫଳତା ପରେ ସଫଳତା ପ୍ରାପ୍ତ କରନ୍ତୁ ଏହାହିଁ ତାଙ୍କର ପ୍ରାର୍ଥନା। ଶୁଭକାମନା ମାୟରା ରାମପାଲ। ତୁମେ ଜଣେ ଷ୍ଟାର।’ବୋଲି ଲେଖିଥିଲେ ଅର୍ଜୁନ।\
View this post on Instagram
ତେବେ ସୂଚନା ଥାଉକି, ମେହରଙ୍କଠାରୁ ଛାଡ଼ପତ୍ର ନେବା ଭିତରେ ଅର୍ଜୁନ ଦକ୍ଷିଣ ଆଫ୍ରିକାର ମଡେଲ ଗାବ୍ରିଏଲା ଡିମେଟ୍ରେଡ୍ସଙ୍କୁ ଭଲପାଇ ବସିଥିଲେ। ଏହାପରେ ଦୁହେଁ ଲିଭ୍-ଇନ୍ରେ ରହିବା ଆରମ୍ଭ କରିଥିଲେ। ଏହି ସମ୍ପର୍କର କିଛି ମାସ ପରେ ହିଁ ଗାବ୍ରିଏଲା ଅର୍ଜୁନଙ୍କ ପିଲାର ମା’ ହୋଇଥିଲେ। ସେମାନଙ୍କ ପୁଅର ନାଁ ‘ଏରିକ୍’।