‘କୃଷ୍ଣାଙ୍କ କମେଡ଼ି ମାମୁଁଙ୍କ ନାଁ ନେବା ପର୍ଯ୍ୟନ୍ତ ହିଁ ସୀମିତ ଅଛି’, ଏଭଳି କିଛି କହି କୃଷ୍ଣାଙ୍କ ଉପରେ ବର୍ଷିଲେ ଗୋବିନ୍ଦାଙ୍କ ପତ୍ନୀ

ସୁପରଷ୍ଟାର ଗୋବିନ୍ଦାଙ୍କ ସହ କୃଷ୍ଣା ଅଭିଷେକଙ୍କ ମତଭେଦ ଏବେ ଚାରଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଫ୍ୟାମିଲି ଡ୍ରାମାକୁ ନେଇ ଏହି ଚର୍ଚ୍ଚା ସେବେ ଜୋର ଧରିଲା ଯେବେ ଅଭିନେତା ଗୋବିନ୍ଦା ଓ ପତ୍ନୀ ସୁନିତା କପିଲା ଶର୍ମା ସୋ କୁ ଯାଇଥିଲେ । ସବୁଥର ଭଳି ଏଥର ମଧ୍ୟ କୃଷ୍ଣା ଅଭିଷେକ ସୋରୁ ଗାଏବ ହୋଇଯାଇଥିଲେ । ଏହାର କାରଣ ପଚାରିବା ପରେ ସେ କୃଷ୍ଣା ଅନେକ reason ଦେଇଥିଲେ। କିନ୍ତୁ ଏହାକୁ ନେଇ ତାଙ୍କ ମାଆ ମୁହଁ ଖୋଲିଛନ୍ତି।

ତେବେ ଏହାକୁ ନେଇ ଯେବେ ଗୋବିନ୍ଦାଙ୍କୁ ପଚରାଯାଏ ସେବେ ସେ ଚୁପ ରହିଥିଲେ। କହିଲେ ଯେ, ଘର ଅଥବା ପର୍ସନାଲ କଥାକୁ ସେ ବାହାରେ ସେୟାର କରିବାକୁ ଚାହାନ୍ତି ନାହିଁ। ତେବେ ତାଙ୍କ ପ୍ରତିକ୍ରିୟାରୁ କିଛି ଘଟଣା ଘଟିଥିବାର ସୂଚନା ମିଳୁଥିଲା। କିନ୍ତୁ ସୁନୀତା ଚୁପ ରହିନଥିଲେ, ସେ କହିଥିଲେ ଯେ କୃଷ୍ଣା ସବୁବେଳେ ପବ୍ଲିସିଟି ପାଇଁ ମିଡିଆରେ କିଛି ନା କିଛି କୁହନ୍ତି। କିନ୍ତୁ ଏହା କରିବା ପରେ କଣ ଫାଇଦା ମିଳେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ପରିବାର କଥା ବାହାରେ କହି କଣ ଲାଭ ମିଳେ ବୋଲି ସେ କୃଷ୍ଣାଙ୍କୁ ମିଡିଆ ଦ୍ୱାରା ପ୍ରଶ୍ନ ପଚାରିଛନ୍ତି। କୃଷ୍ଣାଙ୍କ ପ୍ରତିଭା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

ସୁନୀତା କହିଛନ୍ତି ଯେ, କୃଷ୍ଣାଙ୍କ କମେଡ଼ି ମାମୁଁଙ୍କ ନାମ ନେବା ପର୍ଯ୍ୟନ୍ତ ସୀମିତ ଅଛନ୍ତି। ତାଙ୍କ ନାମ ନନେଇ ସେ କଣ ସୋ ହିଟ କରିବା ପାଇଁ ସକ୍ଷମ ନୁହଁନ୍ତି? ଏଭଳି ଅନେକ କିଛି ଆରୋପ କୃଷ୍ଣାଙ୍କ ବିରୁଦ୍ଧରେ ଉଠିଛି। ଗୋବିନ୍ଦା ଏବଂ କୃଷ୍ଣାଙ୍କ ମଧ୍ୟରେ ମନମାଳିନ୍ୟ ଗତ ୩ ବର୍ଷରୁ ଚାଲିଛି। ପରିବାର ନାଁକୁ ବ୍ୟବହାର କରି କମେଡି କରିବାକୁ ସୁନିତା ଏବଂ ଗୋବିନ୍ଦା ନାପସନ୍ଦ କରିଛନ୍ତି। ଶେଷରେ ସୁନିତା କୃଷ୍ଣାଙ୍କ ଚେହେରା ଦେଖିବା ପାଇଁ ମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.