କ୍ୟାନ୍ସରକୁ ମାତ ଦେଲେ ବଲିଉଡ ଅଭିନେତା ମହେଶ ମାଞ୍ଜରେକର, କେମୋଥରାପି ନେବା ସମୟରେ ବି କରିଥିଲେ ସୁଟିଂ

ବଲିଉଡର ପ୍ରସିଦ୍ଧ ଅଭିନେତା ମହେଶ ମାଞ୍ଜରେକର କିଛି ମାସ ତଳେ କ୍ୟାନ୍ସର ପୀଡିତ ଥିବା ନେଇ ଏକ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ଦୁଇଟି ସର୍ଜରୀ କରାଯିବା ପରେ ସେ କ୍ୟାନ୍ସର ମୁକ୍ତ ଥିବା ନେଇ ଏକ ଖବର ପ୍ରକାଶ ପାଇଛି । ପ୍ରକୃତରେ କ୍ୟାନ୍ସର ହୋଇଥିବା ନେଇ ଦୁଇ ମାସ ତଳେ କରାଯାଇଥିବା ଏକ ଅପରେସନ ପରେ ମହେଶଙ୍କ ଅବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଅଛି ।  ଏହି ସର୍ଜରୀ ୨ ମାସ ତଳେ ଓ ମୁମ୍ବାଇର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ କରାଯାଇଥିଲା । ଏହାର କିଛି ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ବି ଥିଲେ ମହେଶ । ଏବାବଦରେ ନିଜେ ମହେଶ ହିଁ ସୂଚନା ଦେଇଥିଲେ ।  ନିଜ ଫିଲ୍ମର ଶେଷ ଟ୍ରେଲର ରିଲିଜ ହେବା ସମୟରେ ହିଁ ଏବାବଦରେ ସେ ସୂଚନା ଦେଇଥିଲେ ।  ଏହି ସମୟରେ ସେ କହିଥିଲେକି, ଏକ ସମୟରେ ତାଙ୍କର ପାଖାପାଖି ୩୫ କିଲୋଗ୍ରାମ ଓଜନ କମିଯାଇଥିଲା ।

mahesha

image credit: The Indian Express

ଶେଷ ପର୍ଯ୍ୟାୟରେ ହିଁ ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ଜଣାପଡିଥିଲା ।  କ୍ୟାନ୍ସର ପାଇଁ କେମୋଥେରାପିରେ ଚିକିତ୍ସିତ ହେଉଥିବା ସମୟରେ ହିଁ ଫିଲ୍ମ ସୁଟିଂ ପାଇଁ ଯାଇଥିଲେ ।  କିନ୍ତୁ ଆଜି ସେ ଖୁବ ଖୁସିର ସହ କହିଛନ୍ତିକି ସେ ଏବେ କ୍ୟାନ୍ସର ମୁକ୍ତ ।” ଅନ୍ୟ ପକ୍ଷରେ ମହେଶଙ୍କ ଏକ ବୟାନ ସମସ୍ତଙ୍କୁ ଚକିତ କରିଛି ।  ସେ କହିଛନ୍ତିଯେ ତାଙ୍କୁ କ୍ୟାନ୍ସର ହୋଇଛି ସେ ବିଷୟରେ ଜାଣିବା ପରେ ବି ସେ ଆଦୌ ଭୟବିତ ହୋଇନଥିଲେ ।  ସେ ଏହାକୁ ସ୍ୱୀକାର କରି ନେଇଥିଲେ | କିନ୍ତୁ ଏହା ସହ ମୁକାବିଲା କରିବା ପରେ ସେ ଆଜି କ୍ୟାନ୍ସର ମୁକ୍ତ ହୋଇଛନ୍ତି ଆଉ ଜୀବନର ଏହି କଠିନ ସମସ୍ୟାକୁ ଅତିକ୍ରମ କରିଛନ୍ତି ।  ଏହି ସମୟରେ ତାଙ୍କ ପରିବାର ଲୋକେ ତାଙ୍କୁ ଖୁବ ସାହାଯ୍ୟ ସହଯୋଗ କରିଛନ୍ତି ।  ତେଣୁ ତାଙ୍କର ସେମିତି କୌଣସି ସମସ୍ୟା ହୋଇନଥିଲା ।

ଏହି ସମୟରେ ସଲ୍ମାନ ଓ ଆୟୁସ ଉଭୟେ ତାଙ୍କୁ ଖୁବ ସାହାଯ୍ୟ ସହଯୋଗ କରିଛନ୍ତି ବୋଲି ସେ କହିଛନ୍ତି ।  କ୍ୟାରିୟରକୁ ନେଇ ମହେଶ କହିଛନ୍ତିକି, ଯେଉଁ ଫିଲ୍ମରେ ସେ ନିର୍ଦ୍ଦେଶନା ଦିଅନ୍ତି ସେଥିରେ ଅଭିନୟ କରିବାକୁ ପସନ୍ଦ କରନ୍ତି ନାହିଁ ।  କାରଣ ଆପଣ ନିଜେ ବି ଜାଣି ପାରିବେନି ଯେ ଆପଣ କଣ କରୁଛନ୍ତି ।  ସଲମାନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କହିଛନ୍ତିକି, ସେ ତାଙ୍କୁ ଅନେକ ଦିନରୁ ଜାଣନ୍ତି | ସେ ତାଙ୍କର ଏକ ଭାଇ ଭଳି ।  ଆଉ ଜଣେ ଭାଇ ଭଳି ହିଁ ସେ ତାଙ୍କ ଧ୍ୟାନ ରଖି ଆସିଛନ୍ତି ।  ୧୯୯୨ ମସିହାରେ ଫିଲ୍ମ “ଜିବା ସଖା” ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ମହେଶ ।  ମରାଠୀ ବ୍ୟତୀତ ଅନେକ ହିନ୍ଦୀ ସିନେମାରେ ବି ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ।  ନିକଟରେ ଡିଜ୍ନି “ପ୍ଲସ ହଟଷ୍ଟର”ର ସିରିଜ “1962: ଦ ୱାର ଇନ ଦ ହିଲ”ରେ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.