ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ । ଆରପାରିରେ ମନୋଜ କୁମାର ତଥା ଭାରତ କୁମାର । ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପରଲୋକ ଘଟିଛି । ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ । ଭାରତୀୟ ଅଭିନେତା ଏବଂ ଫିଲ୍ମ ନିର୍ଦ୍ଦେଶକ ମନୋଜ୍ କୁମାର ଯିଏ କି ବିଶେଷ ଭାବରେ ନିଜର ଦେଶପ୍ରେମୀ ଚଳଚ୍ଚିତ୍ର ପାଇଁ ଖୁବ୍ ଜଣାଶୁଣା ଥିଲେ । ଏଥି ସହ ମନୋଜ କୁମାର ଭାରତ କୁମାରଙ୍କ ନାମରେ ମଧ୍ୟ ପରିଚିତ । ବର୍ତ୍ତମାନ ଏହି ଦେଶପ୍ରେମୀ ଅଭିନେତା ମନୋଜ କୁମାରଙ୍କ ନାମରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ମନୋଜ କୁମାରଙ୍କର ୮୭ ବର୍ଷ ବୟସରେ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପରଲୋକ ଘଟିଛି ।
ଅନେକ ଦେଶାତ୍ମବୋଧକ ଫିଲ୍ମରେ ଅଭିନୟ କରିଛନ୍ତି ମନୋଜ । ପଥର୍ ସେ ସନମ୍, ଉପକାର୍., ସୋର୍, ସନ୍ୟାସୀ, ରୋଟି କପଡା ଅର୍ ମକାନ ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ବଳିଷ୍ଠ ଅଭିନୟ ପାଇଁ ୧୯୯୨ ପଦ୍ମଶ୍ରୀ ଓ ୨୦୧୫ରେ ଦାଦାସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ୭ଥର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି । ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ମନୋଜ କୁମାର । ୧୯୫୭ ମସିହାରେ ଫିଲ୍ମ ‘ଫ୍ୟାସନ’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୬୫ରେ ‘ସହିଦ’ ଫିଲ୍ମ ତାଙ୍କୁ ନୂଆ ପରିଚୟ ଦେଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ । ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ ।