ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ, ହସ୍ପିଟାଲରେ ଭର୍ତ୍ତି

ସକାଳୁ ସକାଳୁ ସାମ୍ନାକୁ ଆସିଲା ବଡ ଖବର । ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଛି । ଛୁରାମାଡରେ ସେ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଳମ୍ୱିତ ରାତିରେ ତାଙ୍କୁ ଏପରି ଆକ୍ରମଣ କରାଯାଇଛି ।
ସୂଚନା ଅନୁସାରେ ଗତକାଲି ସୈଫ୍ ଅଲ୍ଲୀ ଖାନଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ଚୋରୀ କରିବା ଉଦ୍ଦେଶ୍ୟରେ ଜଣେ ଚୋର ପଶିଥିଲା । ଏହି ସମୟରେ ସୈଫ୍ ଅଲ୍ଲୀ ଖାନ ତାଙ୍କୁ ଧରିବା ପାଇଁ ଉଦ୍ୟମ କରିଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ଛୁରା ମାଡ କରିଥିଲେ । ଆଉ ସୈଫ୍ ଙ୍କୁ ଆଘତ ଲାଗିଛି । ପରେ ଖବର ଜାଣିବା ପରେ ତାଙ୍କୁ ଲୀଲାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବେ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଘଟଣାକୁ ଗୁରୁତର ସହ ନେଇ ବାନ୍ଦ୍ରା ସ୍ଥିତ ଘରେ ପହଞ୍ଚି ପୋଲିସ ତନାଘନା ଆରମ୍ଭ କରିଛି ।
ସୂତ୍ରରୁ ଜଣାପଡିଛି ଯେ ସେ ସାମନ୍ୟ ଭାବେ ଆହତ ହୋଇଛନ୍ତି । ଯେତେବେଳେ ଏହି ଘଟଣା ଘଟିଥିଲା, ସେହି ସମୟରେ ଅଭିନେତ୍ରୀ ପତ୍ନୀ କରୀନା ଏବଂ ପରିବାରର ଅନ୍ୟ ସଦସ୍ୟ ଘରେ ଥିଲେ କି ନାହିଁ ସେ ସଂପର୍କରେ ଜଣାପଡିନି । ତେବେ ଏହି ଘଟଣାଟିକୁ ସହଜ ଭାବେ ଗ୍ରହଣ କରାଯାଇପାରୁନି। କାରଣ ସୈଫ ଅଲ୍ଲୀ ଖାନଙ୍କ ଘର ସାମ୍ନାରେ ଟାଇଟ୍ ସିକ୍ୟୁରିଟି ରହିଛି।