ବସ ଓ ଫ୍ଲାଇଟ ପରେ ଟ୍ରେନର ସହାୟତା ନେଲେ ସୋନୁ, ଷ୍ଟେସନରେ ନିଜେ ପହଞ୍ଚି କଲେ ବ୍ୟବସ୍ଥା

ବଲିଉଡ ଅଭିନେତା ସୋନୁ ସୁଦ ବର୍ତ୍ତମାନ ସମୟରେ ପ୍ରବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଲକ ଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ ମାନଙ୍କୁ ନିଜ ନିଜ ସ୍ଥାନରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ନିଭାଉଛନ୍ତି ସୋନୁ | ଏଥିପାଇଁ ଦିନକୁ ୧୮ ଘଣ୍ଟା ପର୍ଯ୍ୟନ୍ତ ସମୟ ଦେବାକୁ ପଛଉ ନାହାନ୍ତି ସୋନୁ । ମୁମ୍ବାଇ ସମେତ ଅନ୍ୟ ସହର ଗୁଡିକରେ ଫସି ରହିଥିବା ଲୋକଙ୍କୁ ପହଞ୍ଚାଉଛନ୍ତି ସୋନୁ । ନିଜେ ଜାରି କରିଥିବା ହେଲ୍ପ ଲାଇନ ନମ୍ବର, ସୋସିଆଲ ମିଡ଼ିଆ ଆଦି ଜରିଆରେ ଆସୁଥିବା ଅଭିଯୋଗ ଆଧାରରେ ହିଁ ସେ ଓ ତାଙ୍କ ଟିମ ଲୋକ ମାନଙ୍କୁ ସାହାଯ୍ୟ ଯୋଗାଇବାରେ ଲାଗିଛନ୍ତି ।

sonu sood

ଏବେ ପର୍ଯ୍ୟନ୍ତ ଲୋକଙ୍କୁ ନିଜ ନିଜ ସ୍ଥାନରେ ପହଞ୍ଚାଇବା ପାଇଁ ବସ କିମ୍ବା ଫ୍ଲାଇଟର ସାହାରା ନେଉଥିଲେ ସୋନୁ । କିନ୍ତୁ ଏବେ ସେ ଟ୍ରେନ ଯୋଗେ ବି ପ୍ରବାସୀଙ୍କୁ ପଠାଇବା ଆରମ୍ଭ କରିଛନ୍ତି । ସୋମବାର ମୁମ୍ବଇରୁ ବାହାରିଥିବା ଏକ ସ୍ପେଶାଲ ଟ୍ରେନରେ ସୋନୁ ଏକ ହଜାରରୁ ଅଧିକ ସଂଖ୍ୟକ ପ୍ରବାସୀଙ୍କୁ ବସାଇ ସେମାନଙ୍କ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଛନ୍ତି । ଏଥିପାଇଁ ସେ ନିଜେ ଷ୍ଟେସନରେ ପହଂଚି ସବୁପ୍ରକାର ବ୍ୟବସ୍ଥାର ତଦାରଖ କରିଥିବା ସହ ମହାରାଷ୍ଟ୍ର ସରକାରଙ୍କ ସହ ମିଶି ସେମାନଙ୍କ ଖାଦ୍ୟ ଓ ସାନିଟାଇଜରର ସୁବିଧା ମଧ୍ୟ କରାଇ ଥିଲେ । ନିକଟରେ ହିଁ ସୋନୁ ଜଣେ ଯୁବକଙ୍କ ସହାୟତା କରି ତାଙ୍କୁ ତାଙ୍କ ଘରେ ପହଞ୍ଚାଇ ଥିଲେ । ଏହା ପରେ ଯୁବକଙ୍କ ମା’ଭାବୁକ ହୋଇ ଏକ ଭିଡିଓ ଜରିଆରେ ସୋନୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମହିଳା ଜଣଙ୍କ କହିଚ୍ଛନ୍ତିକି, ମୁଁ ପ୍ରକୃତରେ କେଉଁ ଶବ୍ଦରେ ସୋନୁଙ୍କୁ ଧନ୍ୟବାଦ ଜଣାଇବି ତାହା ଜାଣି ପାରୁନାହିଁ । ସୋନୁ ଜଣେ ଭାଇ ହିସାବରେ ହିଁ ଆଜି ଏକ ଭଉଣୀକୁ ସହାୟତା କରିଛନ୍ତି । ତାଙ୍କ ଏହି ସାହାଯ୍ୟକୁ ମୁଁ କେବେ ବି ଭୁଲି ପାରିବି ନାହିଁ । କହିରଖିବା ଉଚିତ ହେବକି ତାଙ୍କର ଏହି ମହାନତା ପାଇଁ ଦେଶ ବ୍ୟାପୀ ଏବେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପ୍ରଶଂସା କରୁଛନ୍ତି । ଏବାବଦରେ ସୋନୁ ନିଜ ପ୍ରତିକ୍ରିୟାରେ କହିଛନ୍ତିକି, ଯେପର୍ଯ୍ୟନ୍ତ ପ୍ରତିଟି ପ୍ରବାସୀ ନିଜ ନିଜ ନିଜ ଘରେ ନିରାପଦରେ ପହଂଚି ନାହାନ୍ତି ସେପର୍ଯ୍ୟନ୍ତ ତାଙ୍କର ଏହି ଅଭିଯାନ ଚାଲୁରହିବ । ପୂର୍ବରୁ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ ତାଙ୍କ ସହ ଘଟିଥିବା ଏକ ଘଟଣାରୁ ପ୍ରେରଣା ପାଇ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.