ଦୁନିଆ ଛାଡ଼ି ଚାଲିଗଲା ଆଲିଆଙ୍କ ସବୁଠୁ ପ୍ରିୟ ସାଥି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ସମୟରେ ନିଜ ଫିଲ୍ମର ସୁଟିଂ କାମରେ ଖୁବ ବ୍ୟସ୍ତ ଅଛନ୍ତି । ବ୍ୟସ୍ତତା ଭିତରେ ବି ନିଜର ଦୈନନ୍ଦିନ କାର୍ଯ୍ୟର ବିଭିନ୍ନ ଆକ୍ଟିଭିଟିଜକୁ ସୋସିଆଲ ମିଡିଆରେ ସେୟାର କରୁଥିବା ନଜର ଆସୁଛନ୍ତି ଆଲିଆ । ଫ୍ୟାନ୍ସ ମାନେ ବି ଆଲିଆଙ୍କ ପୋଷ୍ଟକୁ ଖୁବ ଲାଇକ କରୁଥିବା ଦେଖାଦେଉଛି । କିନ୍ତୁ ଏଭିତରେ ଏହି ଚୁଲବୁଲି ଅଭିନେତ୍ରୀଙ୍କୁ ଲାଗିଛି ଏକ ବଡ ଝଟକା । ଏବାବଦରେ ନିଜେ ଆଲିଆ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

 

View this post on Instagram

 

A post shared by Alia Bhatt ☀️ (@aliaabhatt)

ପ୍ରକୃତରେ ଆଲିଆଙ୍କ ସବୁଠୁ ପ୍ରିୟ ପୋଷା ବିଲେଇର ମୃତ୍ୟୁ ହୋଇଛି । ଯାହାକୁ ନେଇ ଖୁବ ବ୍ୟସ୍ତ ବିବ୍ରତ ଅଛନ୍ତି ଆଲିଆ । ଆଲିଆ ନିଜର ଏହି ପ୍ରିୟ ସାଥି ଟିର ନାଁ ଶିବା ରଖିଥିଲେ । ଏହି ନିକଟରେ ଶିବାର ମୃତ୍ୟୁ ହୋଇଥିବା ବେଳେ ଏବାବଦରେ ନିଜେ ଆଲିଆ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ପୋଷ୍ଟରେ ଆଲିଆ ତାକୁ ତାଙ୍କର ସବୁଠୁ ଭଲ ସାଙ୍ଗ କହିବା ସହ ତାର ବିଶେଷ ଧ୍ୟାନ ରଖୁଥିବା ମଧ୍ୟ କହିଛନ୍ତି । ଶିବାର ମୃତ୍ୟୁରେ କେବଳ ଆଲିଆ ନୁହନ୍ତି ତାଙ୍କ ପୁରା ପରିବାରକୁ ଗଭୀର ଆଘାତ ଲାଗିଥିବା ଜଣାଯାଇଛି । ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଆଲିଆ ଶିବା ସହିତ ଏକ ଫଟୋ ସେୟାର କରିବା ସହିତ ଏହାର କ୍ୟାପ୍ସନରେ ଲେଖିଛନ୍ତି “ମାଇଁ କ୍ୟୁଟ ଆଞ୍ଜଲ ଗୁଡ଼ ବାଏ” ।