ବିବାହର ୫ ବର୍ଷ ଅଲଗା ହେବେ ଦିୟା-ସାହିଲ, ନିଜେ ପୋଷ୍ଟ କରି ଜଣାଇଲେ ଦିୟା

ବଲିଉଡ ଇଣ୍ଡଷ୍ଟ୍ରୀରେ ଗତ କିଛି ବର୍ଷ ହେଲା ବିବାହ ବିଚ୍ଛେଦ ଖବର ଲଗାତାର ସାମ୍ନାକୁ ଆସିଛି। ଏହି ତାଲିକାରେ ମଲାଇକା- ଅରବାଜ, ହ୍ରିତିକ-ସୁଜେନ, କରିସ୍ମା- ସଞ୍ଜୟ ରହିଥିବା ବେଳେ ଏବେ ଦିୟା ମିର୍ଜାଙ୍କ ନାମ ଯୋଡି ହୋଇଯାଇଛି। ଅଭିନେତ୍ରୀ ଦିୟା ମିର୍ଜା ବିବାହର ପାଞ୍ଚବର୍ଷ ପରେ ପତି ସାହିଲ ସାଙ୍ଗାଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁହିଁଙ୍କ ଆପୋଷ ସହମତିରେ ଏହି ନିଷ୍ପତ୍ତି ନେଇଛନ୍ତି।

post

ଏହାକୁ ନେଇ ଦିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଦିୟା ପୋଷ୍ଟରେ ଲେଖିଛନ୍ତି, ଦୀର୍ଘ ୧୧ ବର୍ଷ ଏକାସାଙ୍ଗରେ ରହିବା ପରେ ଆମେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। କିନ୍ତୁ ଆମେ ସର୍ବଦା ସାଙ୍ଗ ହୋଇ ରହିବୁ, ଆମ ଭିତରେ ସ୍ନେହ, ଆଦର ଭଲପାଇବା ପୂର୍ବଭଳି ହିଁ ରହିଥିବ। ଏହାସହିତ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିୟା ଏବଂ ସାହିଲ ପରସ୍ପରକୁ ୧୧ ବର୍ଷ ହେଲାଣି ସମ୍ପର୍କରେ ରହିଥିଲେ। କିନ୍ତୁ ଗତ ୫ ବର୍ଷ ଅକ୍ଟୋବର ୧୮, ୨୦୧୪ରେ ଦୁହେଁ ବିବାହ କରିଥିଲେ। ଦିୟାଙ୍କର ଏହି ପୋଷ୍ଟ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। କିଛିଦିନ ପୂର୍ବରୁ ୧୬ ଜୁଲାଇରେ ସାହିଲ ସାଙ୍ଗାଙ୍କ ଜନ୍ମଦିନକୁ ନେଇ ଦିଆ ଏକ ସୁନ୍ଦର ପୋଷ୍ଟ ସହ ଅଭିନନ୍ଦନ ମଧ୍ୟ ଜଣାଇଥିଲେ।

ଦିୟାଙ୍କ ମା ଭାରତୀୟ ହୋଇଥିବା ବେଳେ ବାପା ଜର୍ମାନ ବାସିନ୍ଦା। ଦିୟାଙ୍କୁ ମାତ୍ର ୪ ବର୍ଷ ବୟସ ହୋଇଥିବା ବେଳେ ମାତାପିତା ଅଲଗା ହୋଇଯାଇଥିଲେ। ଏହାପରେ ଦିୟାଙ୍କ ମା’ ଅହମଦ ମିର୍ଜାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ଦିୟା ମାକେର୍ଟିଂ ଏକ୍ସକ୍ୟୁଟିଭ ଭାବେ କାମ କରିବା ଆରମ୍ଭ କରିଦେଇଥିଲେ। ତା’ ପରେ ତାଙ୍କୁ ବଡ କମ୍ପାନୀରେ ମଡେଲିଂ କରିବାର ଅଫର ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.