ବଲିଉଡରେ ପୁଣି ଥରେ ବାଜିବ ଶାହନାଇ, ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବରୁଣ ଧାୱନ ଓ ନତାଶା ଦଲାଲଙ୍କ ପରେ ପୁଣି ଥରେ ବଲିଉଡରେ ଶେହନାଇ ବାଜିବାକୁ ଯାଉଛି । ହଁ ସତ । ଫିଲ୍ମ “ରେହନା ହେ ତେରେ ଦିଲ ମେଁ ” ଫେମ ତଥା ଅଭିନେତ୍ରୀ ଦିୟା ମିର୍ଜା ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସୂଚନାରୁ ଜଣାଯାଇଛିକି ଦିୟା ନିଜ ବୟ ଫ୍ରେଣ୍ଡ ବୈଭବ ରେଖିଙ୍କ ସହ ବିବାହ କରିବେ | ଵୈଭବ ପେଶାରେ ହେଉଛନ୍ତି ଜଣେ ବ୍ୟବସାୟୀ । ଏହି ବିବାହ ଆସନ୍ତା ୧୫ ତାରିଖରେ ହେବା ନେଇ ସ୍ଥିର ହୋଇଥିବା ବେଳେ ମୁମ୍ବାଇରେ ହିଁ ସବୁ ରୀତିନୀତି ପାଳନ ହେବ ।  ଏଥିରେ ଉପସ୍ଥିତ ରହିବେ ଉଭୟଙ୍କ ପରିବାର ଓ କିଛି ନିକଟତର ବନ୍ଧୁ ବାନ୍ଧବ । କହିରଖିବା ଉଚିତ ହେବକି ଗତ ବର୍ଷ ହିଁ ଦିୟା ଓ ଵୈଭବ ପରସ୍ପର ନିକଟତର ହୋଇଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ ।

dia mirza

୩୯ ବର୍ଷୀୟା ଦିଆଙ୍କ ବିବାହ କଥା ତାଙ୍କ ପ୍ରଶଂସଙ୍କ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ତଥାପି ସୋସିଆଲ ମିଡିଆରେ ତାଙ୍କ ନିକଟକୁ ଶୁଭେଚ୍ଛା ମାନ ଆସିବାରେ ଲାଗିଛି । କିନ୍ତୁ ଏବାବଦରେ ଦିୟା ନିଜ ତରଫରୁ କିଛି କହିନାହାନ୍ତି । ବୈଭବଙ୍କର ମୁମ୍ବାଇରେ ନିଜ ବ୍ୟବସାୟ ଥିବା ବେଳେ ସେ ବର୍ତ୍ତମାନ ବାନ୍ଦ୍ରା ସ୍ଥିତ ପତ୍ନୀ ହିଲରେ ରହୁଛନ୍ତି । ଦିୟାଙ୍କର ଏହା ହେଉଛି ଦ୍ଵିତୀୟ ବିବାହ । ୨୦୧୯ ରେ ପ୍ରଥମ ପତିଙ୍କ ସହ ବିବାହ ବିଚ୍ଛେଦ ହୋଇଥିଲା । ୨୦୧୪ରେ ସାହିଲଙ୍କୁ ପ୍ରଥମ ବିବାହ କରିଥିଲେ । ବିବାହର ସମସ୍ତ ନୀତି ଦିଲ୍ଲୀ ସ୍ଥିତ ଛତରପୁର ଠାରେ ଆୟୋଜନ କରାଯାଇଥିଲା ।

କ୍ୟାରିୟର ଦୃଷ୍ଟିରୁ ଦେଖଲେ ୧୬ ବର୍ଷ ବୟସରୁ ହିଁ ଦିୟା କାମ କରିବା ଆରମ୍ଭ କରିଥିଲେ । ଏକ ମଲ୍ଟି ମିଡ଼ିଆ କମ୍ପାନୀରେ ମାର୍କେଟିଙ୍ଗ ଏକଜୟୁକୁଟିଭ ଭାବେ କାମ ଆରମ୍ଭ କରିଥିଲେ । କଲେଜ କ୍ୟାରିୟରରୁ ହିଁ ତାଙ୍କ ପାଖକୁ ଅଫର ମାନ ଆସୁଥିବା ବେଳେ “ମିସ ଏସିଆ ପସିଫିକ ଟାଇଟଲ” ଜିତିବା ପରେ ବଲିଉଡକୁ ତାଙ୍କ ରାସ୍ତା ଖୋଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.