ପୁତ୍ର ସନ୍ତାନ ଜନ୍ମ ଦେଲେ ଦିୟା, କିନ୍ତୁ ପ୍ରିମ୍ୟାଚୁଅର ଡେଲିଭରୀ ଯୋଗୁଁ ପିଲା ଏବେ ଆଇସିୟୁରେ

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ଏବଂ ତାଙ୍କ ସ୍ବାମୀ ବୈଭବ ରେଖୀ ସୋସିଆଲ ମିଡିଆ ଜରିଆରେ ଫ୍ଯାନଙ୍କୁ ଖୁସିଖବର ଦେଇଛନ୍ତି। ତାଙ୍କ ପୁଅ ନାମ Avyaan Azaad Rekhi ରଖାଯାଇଛି।

ଦିୟା ଆଜି Prematurely ଶିଶୁକୁ ଜନ୍ମ ଦେଇଛନ୍ତି, ଯେଉଁଥିପାଇଁ ପିଲାକୁ ଆଇସିୟୁରେ ରଖାଯାଇଛି। ଗର୍ଭବତୀ ଥିବା ସସମୟରେ ଦିୟାଙ୍କୁ ବ୍ଯାକ୍ଟେରିଆଲ ଇନଫେକ୍ସନ ହୋଇଯାଇଥିଲା। ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିଲା। ତେଣୁ ତାଙ୍କର ଏକରଜେନ୍ସୀ C-section ଦ୍ବାରା ପିଲାକୁ ଜନ୍ମ ସମୟ ପୂର୍ବରୁ ଜନ୍ମ ହୋଇଯାଇଥିଲା। ଯାହା ପରେ ପିଲାକୁ ଆଇସିୟୁରେ ରଖାଯାଇଛି।

 

View this post on Instagram

 

A post shared by Dia Mirza (@diamirzaofficial)

ସୂଚନାଯୋଗ୍ଯ, ଚଳିତବର୍ଷ ୧୫ ଫେବ୍ରୁଆରୀକୁ ଦିୟା ଏବଂ ବୈଭବଙ୍କ ବିବାହ ହୋଇଥିଲା। ଏହା ପରେ ଦିୟା ଏପ୍ରିଲ ମାସରେ ଗର୍ଭବତୀ ହେବାର ଖୁସିଖବର ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.