ଅଭିନେତ୍ରୀ ଇସିତା ଦତ୍ତାଙ୍କ ଘରେ ଖୁସିର ମାହୋଲ ଖେଳିଯାଇଛି । ଅଭିନେତ୍ରୀ କନ୍ୟା ସନ୍ତାନ ଜନ୍ମ କରି ମା’ ହୋଇଛନ୍ତି । ଏହି ଖୁସି ଖବରକୁ ଫ୍ୟାନ୍ସଙ୍କ ସହ ଫଟୋ ଦେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏପଟେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ’’କନ୍ୟା ସନ୍ତାନ ଜନ୍ମ ହେବା ପରେ ପରିବାର ସମ୍ପୂର୍ଣ୍ଣ ହୋଇଛି’’ । ଏହି କନ୍ୟା ସନ୍ତାନ ଆମ ପାଇଁ ଆଶୀର୍ବାଦ ବୋଲି ମଧ୍ୟ ଲେଖିଛନ୍ତି । ସେଥିରେ ତାଙ୍କ ସହିତ ସ୍ବାମୀ, ପୁଅ ବାୟୁ ଏବଂ ନବଜାତ ଶିଶୁର ଫଟୋରେ ଇମୋଜି ଲଗାଇ ଫଟୋ ସେୟାର କରିଛନ୍ତି । ଏହା ସହିତ ତାଙ୍କ ସ୍ବାମୀଙ୍କ ସହିତ ସେ ମଧ୍ୟ ଖୁସି ଥିବା ସେୟାର ହୋଇଥିବା ଫଟୋରୁ ଜଣାପଡୁଛି । ଯାହା ଭାଇରଲ ହେବା ପରେ ତାଭ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅନ୍ୟପଟେ ଇସିତାଙ୍କ ଗର୍ଭାବସ୍ଥାର ଝଲକ ଦର୍ଶକମାନେ ସୋସିଆଲ ମିଡିଆରୁ ଦେଖିବାକୁ ପାଇଥିଲେ । ତାଙ୍କ ପାଖରେ ବାୟୁଙ୍କ ସହିତ ଫଟୋ ସେୟାର କରି ସେ ଲେଖିଛନ୍ତି ‘ଶାଦ, ଏଥର ମୋ ଭିତରେ ଥିବା ଛୋଟ ଜୀବନକୁ ଟିକେ ଶୀଘ୍ର ପାଳନ କରୁଛି କାରଣ କିଛି ମୁହୂର୍ତ୍ତ ଅପେକ୍ଷା କରିପାରୁନାହିଁ । ମୁଁ ସମସ୍ତ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବାକୁ ଅପେକ୍ଷା କରି ପାରିଲି ନାହିଁ ।
ଯଦି ତାଙ୍କ କ୍ୟାରିୟର ସମ୍ପର୍କରେ କୁହାଯାଏ ତେବେ ସେ ଛୁଟିରେ ଯିବା ପୂର୍ବରୁ ଇଶିତା ଏକ ଆଗାମୀ ପ୍ରୋଜେକ୍ଟର ସୁଟିଂ ଶେଷ କରିଥିଲେ। ସେ ଅଜୟ ଦେବଗନ, ତବୁ ଏବଂ ଶ୍ରେୟା ସରନଙ୍କ ସହିତ ‘ଦୃଶ୍ୟମ ୩’ରେ ତାଙ୍କର ଭୂମିକା ପୁନର୍ବାର କରିବେ ବୋଲି ଆଶା କରାଯାଉଛି। ସେମାନେ ଦୁହେଁ ୨୦୧୭ ମସିହାରେ ବିବାହ କରିଥିଲେ । ପ୍ରଥମେ ତାଙ୍କର ପୁଅ ସନ୍ତାନ ଜନ୍ମ ହୋଇଥିଲା ବର୍ତ୍ତମାନ କନ୍ୟା ଶିଶୁକୁ ଜନ୍ମ ଦେଇଥିବା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଦେଖିବାକୁ ମିଳିଛି ।
Also Read : ଆସୁଛି ଭାଇଜାନଙ୍କ ନୂଆ ଫିଲ୍ମ, ଯେଉଁଥିରେ ସଲମାନ ଧରିବେ AK-47