ସୋସିଆଲ ମିଡିଆରେ ଭାଇରାଲ ହେଲା ମଲାଇକା ଆରୋରାଙ୍କ ଜିମ୍ରେ କସରତ ଭିଡିଓ

ମୁମ୍ବାଇ : ବଲିଉଡ୍ ଷ୍ଟାର୍ମାନେ ନିଜର ଘର ବାହାର ସବୁ କଥାକୁ ଏବେ ସୋସିଆଲ ମିଡିଆରେ ସେୟାର କରିବା ଏକ ନିତି ଦିନିଆ ଘଟଣା ହୋଇଗଲାଣି । ଯୁବ ହିରୋ ଅର୍ଜୁନ କପୁରଙ୍କ ପ୍ରେମିକା ଭାବେ ହଇଚଇ ସୃଷ୍ଟି କରିଥିବା ମଲାଇକା ଆରୋରା ଏଭଳି ଜଣେ ଅଭିନେତ୍ରୀ ଯିଏ ଫିଲ୍ମ କମ୍ କିନ୍ତୁ ସୋସିଆଲ୍ ମିଡିଆରେ ନିଜ କାରନାମା ପ୍ରତିଦିନ ସେୟାର କରୁଛନ୍ତି । ନିକଟରେ ସେ ଜିମ୍ରେ ବ୍ୟାୟାମ କରୁଥିବାର ଭିଜୁଆଲକୁ ନିଜ ଇନଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ବ୍ୟାୟାମ ସହିତ ଯୋଗ ମଧ୍ୟ କରୁଛନ୍ତି ମଲାଇକା । ତେବେ ୪୪ ବର୍ଷ ବୟସ୍କା ଏହି ଅଭିନେତ୍ରୀ ଫିଟ୍ନେସ୍ରେ ୨୪/୨୫ ବର୍ଷ ବୟସର ଝିଅଙ୍କୁ ଟକ୍କର ଦେଉଛନ୍ତି ।
ଦେଖନ୍ତୁ ଭିଡିଓ….
View this post on Instagram
#midweekmotivation …. look Wat u made me do ……. @samsmith @namratapurohit 😜😜😜 @reebokindia