KWAN ଟ୍ୟାଲେଣ୍ଟ ଏଜେନ୍ସି ମୁଖ୍ୟଙ୍କ ବିରୋଧରେ କାଷ୍ଟିଙ୍ଗ କାଉଚ ଅଭିଯୋଗ ଆଣିଲେ ବଲିଉଡ୍ ଅଭିନେତ୍ରୀ ସେରଲିନ ଚୋପ୍ରା

ବଲିଉଡ୍ ଅଭିନେତ୍ରୀ ସେରଲିନ ଚୋପ୍ରା ଆଣିଲେ ସଙ୍ଗିନ ଅଭିଯୋଗ । KWAN ଟ୍ୟାଲେଣ୍ଟ ଏଜେନ୍ସି ବିରୋଧରେ ମୁହଁ ଖୋଲିଲେ ଅଭିନେତ୍ରୀ । ସଂସ୍ଥାର ପ୍ରତିଷ୍ଠାତା ଅନିର୍ବାଣ ତାଙ୍କ ସହ ଅସଦାଚରଣ କରିଥିବା ସେରଲିନ ଚୋପ୍ରା ଟ୍ଵିଟ୍ ଜରିଆରେ ସୂଚନା ଦେଇଛନ୍ତି । ତାଙ୍କ ଶରୀରର କିଛି ପ୍ରାଇଭେଟ୍ ପାର୍ଟକୁ ଛୁଇଁ ପାରିବି କି ବୋଲି ଅନିର୍ବାଣ ଅନୁମତି ଚାହିଁବା ସହ ତାଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ Are Your Breasts Real ? ଏହାର ଉତ୍ତରରେ କଡ଼ା ଜବାବ ରଖିଥିଲେ ସେରଲିନ ।
ତାଙ୍କର ଏହି ଟ୍ଵିଟ୍ରୁ ଜଣାପଡ଼ିଛି ଯେ, ଜଣେ ଅଭିନେତ୍ରୀଙ୍କୁ କମ ପାଇବା ପୂର୍ବରୁ କାଷ୍ଟିଂ କାଉଚ୍ର ସମ୍ମୁଖୀନ ହେବାକୁ ପଡ଼ିଥାଏ । କହିରଖିବା ଉଚିତ ହେବକି, KWAN ଟ୍ୟାଲେଣ୍ଟ ଏଜେନ୍ସିକୁ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ରେ NCB ଖୋଲତାଡ଼ କରୁଥିବା ବେଳେ ସଂସ୍ଥା ବିରୋଧରେ ଏକ ନୂଆ ଅଭିଯୋଗ ଯୋଡ଼ି ହୋଇଯାଇଛି ।