ହିଜାବ ସହ ଶିଖ୍ ପଗଡ଼ିର ତୁଳନା କଲେ ସୋନମ୍ କପୁର, ସୋସିଆଲ ମିଡିଆରେ ଚାଲିଛି ପ୍ରବଳ ବୟାନବାଜି
କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦକୁ ନେଇ ସାରା ଦେଶରେ ଏବେ ବିବାଦୀୟ ସ୍ଥିତି ଲାଗି ରହିଛି। କିଛି ଲୋକ ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରୁଛନ୍ତି। ଇତି ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ସୋନମ୍ କପୁର ସୋସିଆଲ ମିଡିଆ ଜରିଆରେ ଏହି ମାମଲାରେ ନିଜ ରାୟ ରଖିଛନ୍ତି। ଏଭଳି ମାମଲାରେ ସୋନମ୍ ସବୁବେଳେ ନିଜ ବେପରଓ୍ଵା ରାୟ ପାଇଁ ଜଣାଶୁଣା।
ସୋନମ୍ କପୁର ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ଏହି ଫଟୋରେ ଗୋଟେ ପଟେ ଶିଖ୍ ଯୁବକ ପଗଡ଼ି ପିନ୍ଧିଥିବା ବେଳେ ଅନ୍ୟପଟେ ଜଣେ ମହିଳା ହିଜାବ ପିନ୍ଧିଛନ୍ତି। ଏହି ଫଟୋ ଉପରେ ଏକ ପ୍ରଶ୍ନ ଲେଖାଅଛି ଯେ ଶିଖ୍ ଯୁବକ ନିଜ ଇଚ୍ଛାରେ ପଗଡ଼ି ପିନ୍ଧିପାରିବେ। କିନ୍ତୁ ମୁସ୍ଲିମ୍ ମହିଳା କାହିଁକି ନୁହେଁ? ଏହି ପୋଷ୍ଟରେ ସୋନମ୍ କପୁର ପଗଡ଼ିର ତୁଳନା ହିଜାବ ସହ କରିଛନ୍ତି।

ସୋସିଆଲ ମିଡିଆରେ ସୋନମ୍ କପୁରଙ୍କ ଏହି ପୋଷ୍ଟକୁ ନେଇ ବିବାଦୀୟ ସ୍ଥିତି ଉପୁଜିଛି। ଏ ନେଇ ଲୋକମାନେ ନିଜ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ଏହାକୁ ଭୁଲ ବୋଲି କହୁଥିବା ବେଳେ ଆଉ କିଛି ସମର୍ଥନ କରୁଛନ୍ତି।
ପ୍ରକାଶ ଯେ କର୍ଣ୍ଣାଟକର ଉଡ୍ଡୁପୀ ସହରର ଏକ କଲେଜରେ ମୁସ୍ଲିମ୍ ଛାତ୍ରୀଙ୍କ ହିଜାବ ପିନ୍ଧିବାକୁ ନେଇ ବିବାଦ ଉପୁଜିଥିଲା। କିଛି ଲୋକ ଏହାକୁ ପ୍ରବଳ ବିରୋଧ ବି କରିଛନ୍ତି। ଫଳରେ ମାମଲା ଏବେ କୋର୍ଟରେ ପହଞ୍ଚିଛି। ଏ ନେଇ ରାଜନୈତିକ ବୟାନବାଜି ବି ଜାରି ରହିଛି।
View this post on Instagram