ୟୁକ୍ରେନ ଓ ଋଷର ଯୁଦ୍ଧ ସଙ୍କଟ ମଧ୍ୟରେ ଅଳ୍ପକେ ବର୍ତ୍ତିଲେ ବଲିଉଡ ଅଭିନେତ୍ରୀ ଉର୍ବଶୀ

ଋଷିଆ ୨୪ ଫେବ୍ରୃଆରୀରେ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏବେ ୟୁକ୍ରେନ ଉପରେ ସତେ ଯେପରି ବିପଦର କଳାପାହାଡ ଘେରି ରହିଲା ଭଳି ଲାଗୁଛି। ଏହି ଦୁଇ ଦେଶର ଯୁଦ୍ଧ ମଧ୍ୟରେ ଜଣେ ବଲିଉଡ ଆକ୍ଟ୍ରେସ ଫସି ଯାଇଛନ୍ତି ଓ ତାଙ୍କ ଜୀବନ ପ୍ରତି ବିପଦ ରହିଛି।

ଫେବ୍ରୃଆରୀ ୨୪ ୟୁକ୍ରେନ ପାଇଁ ଏକ ଭୟଙ୍କର ଦିନ ଭାବରେ ପ୍ରମାଣିତ ହୋଇଛି। ଋଷିଆର ବୋମା ମାଡରେ ୟୁକ୍ରେନ ଏବେ ଭୟଭୀତ ଅବସ୍ଥାରେ ଅଛି। ଏବେ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧର ମାହୋଲ ଚାଲିଛି ଓ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହା ମଧ୍ୟରେ ଏକ ବଲିଉଡ ଆକ୍ଟ୍ରେସ ନିଜର ଚେଷ୍ଟାରେ ଏହି ବିପଦ  ସ୍ଥାନରୁ ବାହାରି ଯାଇଛନ୍ତି। ଯଦି ସେ ଉଚିତ ସମୟରେ ନିଷ୍ପତ୍ତି ନେଇନଥାନ୍ତେ, ତେବେ ସେ ମଧ୍ୟ ଏହି ଯୁଦ୍ଧରେ ଫସି ଯାଇ ଥାଆନ୍ତେ।


ବଲିଉଡ ଆକ୍ଟ୍ରେସ ଉର୍ବଶୀ ରୌତେଲାଙ୍କର ଫେବ୍ରୃଆରୀ ୨୫ରେ ବାର୍ଥ ଡେ ଥିଲା। ସେ ନିଜ ବାର୍ଥ ଡେ ସେଲିବ୍ରେଟ କରିବା ପାଇଁ କିଛି ଦିନ ଆଗରୁ ପ୍ଲାନ କରି ପରିବାର ସହ ମାଲଦୀପରେ ପହଁଞ୍ଚିଥିଲେ। ଏହାର ଦୁଇ ଦିନ ପୂର୍ବରୁ ତାଙ୍କର ଏକ ଫିଲ୍ମ ୟୁକ୍ରେନରେ ସୁଟିଂ ଚାଲିଥିଲା।

ଋଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ ପାଇଁ କହିବା ପରେ, ଋଷର ସୈନ୍ୟ ଗୋଟେ ପରେ ଗୋଟେ ମିଶାଇଲ ୟୁକ୍ରେନକୁ ଛାଡିଥିଲେ। ଏହି ଯୁଦ୍ଧ ସମୟରେ ଉର୍ବଶୀ ସେଠାରେ ରହିଥିଲେ ତାଙ୍କର ମଧ୍ୟ କ୍ଷତି ହୋଇଥାନ୍ତା। ସେ ନିଜର ଅପକମିଙ୍ଗ ଫିଲ୍ମ ‘ଦ ଲେଜେଣ୍ଡ’ର ସୁଟିଂ ୟୁକ୍ରେନରେ କରୁଥିଲେ। ଏହି ଫିଲ୍ମ ମାଧ୍ୟମରେ ଉର୍ବଶୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥାନ୍ତେ। ସେ ୟୁକ୍ରେନରେ ସୁଟିଂ ବେଳେ ଏକ ଭିଡିଓ କରିଥିଲେ। ଭିଡିଓରେ ସାହାରୁଖ ଖାନ୍‌ଙ୍କ ‘ଜବ ତକ ହେ ଜାନ’ ଫିଲ୍ମର ଡାଇଲଗ ବ୍ୟାକଗ୍ରାଉଣ୍ଡରେ ବାଜୁଥିଲା ଓ ସେ ୟୁକ୍ରେନର ରାସ୍ତାରେ ଚାଲିଚାଲି ଯିବା ସହ ପ୍ରକୃତିକୁ ଉପଭୋଗ କରୁଥିଲେ।

ଉର୍ବଶୀ ରୌତେଲା ନିଜର ସେହି ଭିଡିଓରେ ଏକ କ୍ୟାପ୍‌ସନ ଲେଖିଥିଲେ,‘ ସୁଟିଂ ପୂର୍ବରୁ ସମାଚାର ଓ ମୋବାଇଲ ଠାରୁ ଦୂରେଇ ରହି ରାସ୍ତାରେ ଚାଲିଚାଲି ଖୋଲା ପବନକୁ ଉପଭୋଗ କରିବାରେ ଯେଉଁ ଆନନ୍ଦ ମିଳେ ତାଠୁ ଅଧିକ ଆଉକିଛି ନାହିଁ। ସମସ୍ତଙ୍କ ଜୀବନ ମହତ୍ତ୍ୱପୂର୍ଣ୍ଣ। ପ୍ରକୃତି ମା ଭଳି ବିନା ସ୍ୱାର୍ଥରେ ସମସ୍ତଙ୍କୁ ଭଲପାଅ ‘।ଉର୍ବଶୀ ଅଧିକ ସମୟ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଓ ନିଜର ଫ୍ୟାନ୍ସ ମାନଙ୍କ ସହ ଡେଲି ଲାଇଫ ଅପଡେଟ ସେୟାର କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.