ମନୋରଂଜନ

ଏହି ଅଭିନେତ୍ରୀମାନେ ନାମ ବଦଳାଇ ପାଇଛନ୍ତି ସଫଳତା, ଫିଲ୍ମକୁ ଆସିବା ପୂର୍ବରୁ ବଦଳାଇଥିଲେ ନାମ

ବଲିଉଡର ଅଦିକାଂଶ ଅଭିନେତା ଓ ଅଭିନେତ୍ରୀମାନେ ସେବାନଭ୍କର ନାମ ବଦଳାଇଛନ୍ତି । ଫିଲ୍ମକୁ ଆସିବା ର୍ପୂବରୁ ତାଙ୍କର ନାମ ଥିଲା ଭିନ୍ନ । ତେବେ ଫିଲ୍ମୁ ଆସିବାପ ରେ ସେମାନେ ତାଙ୍କର ଅସଲନାମକୁ ବଦଳାଇ ଦେଇଥିଲେ । ମାନ୍ୟତା ଯେ ଅଧିକାଂଶ ଅଭିନେତ୍ରୀ ଜ୍ୟୋତିଷ ପରାମର୍ଶ ଅନୁଯାୟୀ, ସେମାନଙ୍କ ନାମ ଓ ରାଶିକୁ ସୁଟ କଲା ଭଳି ନାମ ରଖିଛନ୍ତି । ତେବେ ଆମେ ସେ ସବୁକୁ ଜାଣି ନାହାଁନ୍ତି ବା ଜାଣିବାକୁ ଚେଷ୍ଟା କରି ନାହାଁନ୍ତି । ଆଜି ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀଙ୍କ ପ୍ରକୃତ ନାମ କ’ଣ ।

ମାଲା ସିହ୍ନା

ପ୍ରତିଷ୍ଠିତ ଅଭିନେତ୍ରୀ ମାଲା ସିହ୍ନା ୬୦ ଦଶକରେ ଜଣେ ସଫଳ ଅଭିନେତ୍ରୀ ଭାବେ ସମସ୍ତଙ୍କ ମନ କିଣିଥିଲେ । ସେ ଅଭିନୟ ସହ ସଂଗୀତର ମଧ୍ୟ ଜଣେ ପୂଜାରି ଥିଲେ । ତେବେ ଫିଲ୍ମରେ କାମ କରିବା ପାଇଁ ସେ ସଂଗୀତକୁ ତ୍ୟାଗ କରିଦେଇଥିଲେ । ଖାଲି ସଂଗୀତ ନୁହେଁ ତାଙ୍କର ଅସଲ ନାମ ମଧ୍ୟ ତ୍ୟାଗ କରିଦେଇଥିଲେ ମାଲାସିହ୍ନା । ତାଙ୍କର ପ୍ରକୃତ ନାମ ଥିଲା ଆଲ୍‌ଡା ସିହ୍ନା । ସ୍କୁଲରେ ତାଙ୍କୁ ଡାଲ୍‌ଡା କହି କରି ଚିଡ଼ାଉଥିଲେ । ତେଣୁ ସେ ତାଙ୍କର ନାମ ଆଲ୍‌ଡାରୁ ମାଲାକୁ ବଦଳାଇ ଦେଇଥିଲେ ।

ରେଖା

ବଲିଉଡର ସଦା ସୁନ୍ଦରୀ ଅଭିନେତ୍ରୀ ରେଖା ପ୍ରଫେସନାଲ ଲାଇଫ ଅପେକ୍ଷା ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ଥିଲେ । ରେଖା ଜଣାଶୁଣା ତାମିଲ ଅଭିନେତ୍ରୀ ରାମାସ୍ୱାମୀ ଗଣେଶନ୍‌ ଓ ପୁଷ୍ପାବଲ୍ଲୀଙ୍କ ଝିଅ ଥିଲେ । କୁହାଯାଏ ଯେବେ ରାମାସ୍ୱାମୀଙ୍କ ସହ ପୁଷ୍ପାବଳୀଙ୍କ ଆଫେୟାର ଆରମ୍ଭ ହେଲା ସେତେବେଳେ ରାମାସ୍ୱାମୀ ବିବାହିତ ଥିଲେ । ତେବେ ପୁଷ୍ପାବଳୀଙ୍କ ଠାରୁ ଜନ୍ମ ନେଇଥିବା ଝିଅ ଥିଲେ ରେଖା । ଯାହାଙ୍କ ପ୍ରକୃତ ନାମ ଥିଲା ଭାନୁରେଖା ଗଣେଶନ୍‌ । ଯିଏ ଆଜି ପୁରା ଦୁନିଆରେ ରେଖା ନାମରେ ପରିଚିତ ।

ମହିମା ଚୌଧୁରୀ

ମହିମା ସୁବାଷ ଘାଇଙ୍କ ଫିଲ୍ମ ‘ପରଦେଶ’ ରେ ପ୍ରଥମେ କାମ କରିଥିଲେ । ତେବେ ଏହି ଫିଲ୍ମକୁ କରିବା ପୂର୍ବରୁ ସେ ତାଙ୍କ ନାମ ବଦଳାଇ ଦେଇଥିଲେ । ମହିମାଙ୍କ ପ୍ରକୃତ ନାମ ଥିଲା ଋତୁ । ସୁବାଷ ଘାଇ ଏମ୍‌ ଅକ୍ଷରକୁ ନିଜ ପାଇଁ ଲକି ମାନୁଥିଲେ । ଫିଲ୍ମ ହିଟ ହେବା ପାଇଁ ସେ ତାଙ୍କ ନାମ ଋତୁ ବଦଳରେ ମହିମା ରଖିଥିଲେ ।

ମଲ୍ଲିକା ସେରାବତ

ବଲିଉଡ ଓ ହଲିଉଡ ଫିଲ୍ମରେ କାମ କରିସାରିଥିବା ମଲ୍ଲିକା ସେରାବତ୍‌ ଙ୍କ ଅସଲି ନାମ ରୀମା ଲାମ୍ବା ଥିଲା । ଫିଲ୍ମରେ କାମ କରିବା ପୂର୍ବରୁ ସେ ରୀମାରୁ ମଲ୍ଲିକା ବନିଯାଇଥିଲେ ।

ତବ୍ଦୁ

ତବ୍ଦୁଙ୍କ ପୁରା ନାମ ତବସୁମ ଫାତିମା ହାସମୀ ଥିଲା । ୧୯୮୫ ରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ । କୁହାଯାଏ ତବ୍ଦୁ ଶବାନା ଆଜମୀଙ୍କ ଭାଣିଜୀ ବୋଲି ।

ମଧୂବାଲା

୫୦ ଓ ୬୦ ଦଶକରେ ବଲିଉଡରେ ରାଜତ୍ୱ କରୁଥିବା ମଧୂବାଲାଙ୍କ ପ୍ରକୃତ ନାମ ମୁମତାଜ ବେଗମ ଥିଲା । ଫିଲ୍ମକୁ ଆସିବା ପୂର୍ବରୁ ସେ ତାଙ୍କ ନାମ ବଦଳାଇ ମଧୂବାଲା ରଖିଥିଲେ । ବଲିଉଡରେ ସବୁଠୁ ସୁନ୍ଦରୀ ଅଭିନେତ୍ରୀ ଭାବେ ତାଙ୍କର ନାମ ରହିଛି ।

କିଆରା ଆଡଭାନୀ

କିଆରା ହିନ୍ଦୀ ସହ ତେଲଗୁ ଇଣ୍ଡଷ୍ଟ୍ରିଜର ମଧ୍ୟ ଜଣାଶୁଣା ନାମ । ୨୦୧୪ ରେ ସେ ହନ୍ଦୀ ଫିଲ୍ମରେ ଏଣ୍ଟ୍ରି ନେବା ର୍ପୂବରୁ ନିଜ ନାମ ବଦଳାଇ ଦେଇଥିଲେ । କିଆରାଙ୍କ ପ୍ରକୃତ ନାମ ଆଲିଆ ଆଡଭାନୀ ଥିଲା । ଆଲିଆ ଭଟ୍ଟ ଙ୍କ ସହ ତାଙ୍କ ନାମ ନ ମିଶୁ ବୋଲି ସେ ତାଙ୍କ ନାମ ବଦଳାଇ ଦେଇଥିଲେ ।

ପ୍ରୀତି ଜିଣ୍ଟା

ଗାଲରେ ଡିମ୍ପଲ ପାଇଁ ଜଣାଶୁଣା ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପ୍ରକୃତ ନାମ ପ୍ରୀତମ ସିଂହ ଥିଲା । ଫିଲ୍ମକୁ ଆସିବା ପୂର୍ବରୁ ସେ ନିଜର ନାମ ବଦଳାଇ ଦେଇଥିଲେ ।

Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

44 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago