ମା’ ହେଲେ ବଲିଉଡ ଅଭିନେତ୍ରୀ ୟାମି ଗୌତମ, ପୁତ୍ର ସନ୍ତାନଙ୍କୁ ଦେଲେ ଜନ୍ମ

ବଲିଉଡର ସୁନ୍ଦର ଅଭିନେତ୍ରୀ ୟାମି ଗୌତମ ମା' ହୋଇଛନ୍ତି । ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ୟାମି ଗୌତମ ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କର ପ୍ରଥମ ଗର୍ଭଧାରଣ ଘୋଷଣା କରିଥିଲେ ଏବଂ ବର୍ତ୍ତମାନ ଏକ ପୁତ୍ର ଜନ୍ମ ଖବର ଦେଇ ଏହି ଦମ୍ପତି ଫ୍ୟାନ୍ସଙ୍କୁ ଖୁସି କରିଛନ୍ତି ।

ବଲିଉଡର ସୁନ୍ଦର ଅଭିନେତ୍ରୀ ୟାମି ଗୌତମ ମା’ ହୋଇଛନ୍ତି । ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ୟାମି ଗୌତମ ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କର ପ୍ରଥମ ଗର୍ଭଧାରଣ ଘୋଷଣା କରିଥିଲେ ଏବଂ ବର୍ତ୍ତମାନ ଏକ ପୁତ୍ର ଜନ୍ମ ଖବର ଦେଇ ଏହି ଦମ୍ପତି ଫ୍ୟାନ୍ସଙ୍କୁ ଖୁସି କରିଛନ୍ତି । ୟାମି ଗୌତମ ଏବଂ ଆଦିତ୍ୟ ଧର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି । ୟାମି ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଯେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।

ଏହା ସହିତ ସେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି । ପ୍ୟାରେଣ୍ଟ୍ କ୍ଲବରେ ଯୋଗଦେବା ପରେ ୟାମି ଏବଂ ତାଙ୍କ ନିର୍ଦ୍ଦେଶକ ସ୍ୱାମୀ ଆଦିତ୍ୟ ଧର ବହୁତ ଖୁସି ଅଛନ୍ତି । ଆଦିତ୍ୟ ଧର୍ ମଧ୍ୟ ଏ ବାବଦରେ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କହିଥିଲେ ଯେ ଅକ୍ଷୟ ତୃତୀୟା ଦିନ ତାଙ୍କ ପୁଅ ଜନ୍ମ ହୋଇଛି । ଯଦି ଏହି ଦୃଷ୍ଟିକୋଣରୁ ଦେଖାଯାଏ, ଦମ୍ପତି ୧୦ ମେ’ ରେ ନିଜ ପୁଅକୁ ଏହି ଦୁନିଆରେ ସ୍ୱାଗତ କରିଥିଲେ ।

ଆଦିତ୍ୟ ଏବଂ ୟାମି ନିଜ ପୋଷ୍ଟରେ ପୁଅର ନାମ ମଧ୍ୟ ଉଲ୍ଲେଖ କରିଛନ୍ତି । ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଚିତ୍ର ସହିତ ଏହି ଦମ୍ପତି ନିଜ ପୁଅର ନାମ ସମସ୍ତଙ୍କୁ ଜଣାଇଛନ୍ତି । ଆଦିତ୍ୟ-ୟାମି ସେମାନଙ୍କର ଛୋଟ ପୁଅର ନାମ ବେଦ ଉପରେ ରଖିଛନ୍ତି । ଏହି ଦମ୍ପତି ନୂତନ ଅତିଥିଙ୍କ ନାମ ବେଦଭିଦ ରଖିଛନ୍ତି । ଏହା ଏକ ସଂସ୍କୃତ ନାମ, ଯାହା ବେଦ ଏବଂ ବିଦ୍ୟାକୁ ମିଶାଇ କରାଯାଇଛି । ଏହି ପୋଷ୍ଟକୁ ସେୟାର କରିବାବେଳେ ୟାମି କ୍ୟାପସନରେ ଡେଲିଭରି ହୋଇଥିବା ହସ୍ପିଟାଲର ପ୍ରଶଂସା କରିବା ସହ ସେଠାକାର ଡାକ୍ତରଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

ଏହା ସହ ଆହୁରି ମଧ୍ୟ ଲେଖିଛନ୍ତି ଯେ ଆମେ ପିତାମାତା ହେବାର ଏହି ସୁନ୍ଦର ଯାତ୍ରା ଆରମ୍ଭ କରିବା ସହ ଅତି ଉତ୍ସାହର ସହିତ ଆମ ପୁଅ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛୁ । ଆମେ ଆଶା ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଯେ ସେ ଆମର ସମଗ୍ର ପରିବାର ତଥା ଆମର ପ୍ରିୟ ଦେଶ ପାଇଁ ସେ ଗର୍ବର ପ୍ରତୀକ ହେବ ।

 

View this post on Instagram

 

A post shared by Aditya Dhar (@adityadharfilms)

You might also like