ଦିନେ ରୂପେଲି ପରଦାରେ ଚମକୁଥିବା ଏହି ଅଭିନେତ୍ରୀ ଆଜି ଜିଉଁଛନ୍ତି ଗୁମନାମ୍ ଜୀବନ, ଜାଣନ୍ତୁ କିଏ ଅଛନ୍ତି କେମିତି

ବଲିଉଡ ଏକ ଏଭଳି ରଙ୍ଗମଞ୍ଚ ଯାହା କଳାକାରଙ୍କୁ କେତେବେଳେ ଆକାଶଛୁଆଁ ସଫଳତା ଦିଏ ତ ଆଉ କେତେବେଳେ କଚାଡି ଦିଏ ଭୂମିରେ। ଥରେ ଯିଏ ସିନେମା ଜଗତ ମାୟାରେ ପଡ଼ିଛି ସେ ଆଉ କେବେ ବି ପଛକୁ ବୁଲି ଦେଖିନି। ଧୀରେ ଧୀରେ ସଫଳତାର ସିଡ଼ି ଚଢି କେବଳ ଆଗକୁ ହିଁ ଯାଇଛି। କିନ୍ତୁ ସମସ୍ତଙ୍କ ଭାଗ୍ୟରେ ହାତୀ ସୁନା କଳସ ଢାଳେନି। ଏମିତି ବି ଅନେକ କଳାକାର ଅଛନ୍ତି ଯେଉଁମାନେ ହଜିଯାଇଛନ୍ତି ବଡ଼ ବଡ଼ ହିଟ୍ ଫିଲ୍ମ ଦେଇ। ଦିନେ ବଡ଼ କଳାକାର ଭାବେ ଲାଇମ୍ ଲାଇଟରେ ରହୁଥିବା କିଛି ଅଭିନେତା ଅଭିନେତ୍ରୀ ଆଜି ବିତାଉଛନ୍ତି ଗୁମନାମ୍ ଜୀବନ। ଆସନ୍ତୁ ଜାଣିବା ସେଭଳି କିଛି କଳାକାରଙ୍କ ସମ୍ପର୍କରେ…

ରାଖୀ ଗୁଲଜାର:

rakhiଦିନ ଥିଲା ରାଖୀ ନାଁ କହିଲେ ସମସ୍ତେ ତାଙ୍କୁ ହିଁ ଚିହ୍ନୁଥିଲେ। କିନ୍ତୁ ଏବେ ଏ ନାଁର ଯେମିତି କିଛି ପରିଚୟ ନାହିଁ। ମେରେ କରଣ, ଅର୍ଜୁନ ଆଏଙ୍ଗେ- ଏହି ଡାଇଲଗରୁ ହିଁ ଏବେକାର ପିଲାମାନେ ରାଖୀଙ୍କୁ ଚିହ୍ନିଯିବେ। ରାଖୀ ଗୁଲଜାର ହିନ୍ଦୀ ସିନେ ଜଗତର ଏକ ପରିଚିତ ନାଁ। ସେ ଶର୍ମିଲି, ଶେହଜାଦା, ଆଂଖୋ ଆଂଖୋ ମେ, ହୀରା ପନ୍ନା, ହମାରେ ତୁମହାରେ ଆଦି ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିର ବିଖ୍ୟାତ ନିର୍ଦ୍ଦେଶକ ଗୁଲଜାରଙ୍କ ପତ୍ନୀ ହେଉଛନ୍ତି ରାଖୀ। ଦିନେ ଜଣେ ବଡ଼ ଅଭିନେତ୍ରୀ ଥିବା ରାଖୀ ଏବେ ଲାଇମ୍ ଲାଇଟଠୁ ବହୁ ଦୂରରେ। ମଦ ପିଇ ପିଇ ନିଜକୁ ହରାଇ ସାରିଲେଣି ସେ। ତେବେ ଏବେ ସେ କେମିତି କେଉଁଠି ଅଛନ୍ତି ତାହା ବି ଲୋକଙ୍କୁ ଅଜଣା।

ପୂଜା ଭଟ୍ଟ:

pooja

ସେହିପରି ପୂରାପୂରି ହଜିଯାଇଥିବା ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ପୂଜା ଭଟ୍ଟ। ବର୍ତ୍ତମାନ ପରଦାରେ ରାଜ୍ କରୁଥିବା ଆଲିଆ ଭଟ୍ଟଙ୍କ ବଡ଼ ଭଉଣୀ ହେଉଛନ୍ତି ପୂଜା। ଆଲିଆ ସିନା ଏବେ ବଲିଉଡର କୁଇନ ପାଲଟି ଯାଇଛନ୍ତି କିନ୍ତୁ ଦିନ ଥିଲା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୂଜା ହିଁ ଚହଳ ସୃଷ୍ଟି କରିଥିଲେ। ତାଙ୍କ ଚର୍ଚ୍ଚିତ ଫିଲ୍ମ ମଧ୍ୟରେ ରହିଛି ସଡ଼କ, ଦିଲ ହେ କେ ମାନତା ନେହିଁ, ଜାନମ, ଫିର ତେରି କହାନୀ ୟାଦ ଆଇ, ଗୁହ୍ନେଗାର ପ୍ରମୁଖ। ମାତ୍ର ଏବେ ପୂଜା ଲାଇମ୍ ଲାଇଟଠାରୁ ବହୁତ ଦୂରରେ। ତେବେ ବାପା ମହେଶ ଭଟ୍ଟଙ୍କ ଏକ ଟିପ୍ପଣୀ ପରେ ବିବାଦକୁ ଆସିଥିଲେ ପୂଜା। ମହେଶ କହିଥିଲେ ଯଦି ପୂଜା ମୋ ଝିଅ ହୋଇନଥାନ୍ତା ତେବେ ମୁଁ ତାକୁ ନିଶ୍ଚୟ ବିବାହ କରିଥାନ୍ତି।

ଅନୁ ଅଗ୍ରୱାଲ:

anu

ଦର୍ଶକଙ୍କୁ ଆଶିକି ଭଳି ହିଟ ଫିଲ୍ମ ଭେଟି ଦେଇଥିବା ଅନୁ ଅଗ୍ରୱାଲ ମଧ୍ୟ ବଲିଉଡ଼ରୁ ହଜିଯାଇଥିବା ଜଣେ ନାୟିକା। ଆଶିକି ସୁପର ହିଟ ହେବା ପରେ ସମସ୍ତେ ଭାବିଥିଲେ ଏବେ ଅନୁ ହିଁ ସିନେ ଜଗତକୁ ଆଗକୁ ନେବେ। କିନ୍ତୁ ଏହି ଅଭିନେତ୍ରୀ ନିଜ କ୍ୟାରିଅରକୁ ବି ଆଗକୁ ନେଇ ପାରିନଥିଲେ। ଆଶିକି ପରେ ଅନୁ ଅଗ୍ରୱାଲ କିଙ୍ଗ ଅଙ୍କଲ ଓ ଖଳନାୟିକା ଭଳି ଫିଲ୍ମ କରିଥିଲେ। ଶେଷଥର ପାଇଁ ତାଙ୍କୁ ୧୯୯୬ ମସିହାରେ ରୂପେଲି ପରଦାରେ ଦେଖିବାକୁ ମିଳିଥିଲା।

minakhi

ତେବେ କେବଳ ଏହି କେତୋଟି ଅଭିନେତ୍ରୀ ନୁହେଁ, ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କ୍ୟାରିଅରର ଶୀର୍ଷରେ ଥିବା ବେଳେ ବଲିଉଡ ଛାଡିଛନ୍ତି। ସେମାନଙ୍କ ମଧ୍ୟରେ ଅନ୍ତରା ମାଲି, ମିନାକ୍ଷୀ ଶେଷାଦ୍ରି, ମମତା କୂଳକରଣୀ, ମୟୂରୀ କଙ୍ଗୋ ପ୍ରମୁଖ ଅଛନ୍ତି, ଯେଉଁମାନେ ବଲିଉଡ଼କୁ ଅଲବିଦା କହି ଏବେ ବଞ୍ଚୁଛନ୍ତି ଗୁମନାମ୍ ଜୀବନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.