ଫିଲ୍ମ ‘ରକ୍ଷାବନ୍ଧନ’ ପାଇଁ ଓଜନ ବଢ଼ାଇଲେ ଅକ୍ଷୟ!

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଏକ ଫଟୋ ସୋସାଲ ମିଡିଆରେ ଭାଇରାଲ ହେଉଛି। ଅକ୍ଷୟ ତାଙ୍କ ବହୁପ୍ରତୀକ୍ଷିତ ସିନେମା ‘ରକ୍ଷାବନ୍ଧନ’ ପାଇଁ ୫ କିଲୋ ଓଜନ ବଢ଼ାଇଥିବା ଦାବି କରାଯାଉଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପା ଇଁ ସେ ୬ କିଲୋ ଓଜନ କମାଇଥିଲେ।

ବଲିଉଡ ଫନଡେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅକ୍ଷୟଙ୍କ ଦୁଇଟି ଫଟୋ ଶେୟାର କରାଯାଇଛି। ଏଥିରେ ପୂର୍ବରୁ ଓ ପରେ ଲେଖାଯାଇଛି। ଅକ୍ଷୟ ‘ରକ୍ଷାବନ୍ଧନ’ ପାଇଁ ଓଜନ ବଢ଼ାଇଥିବା ଦାବି କରାଯାଇଛି। କେବେଳ ଏତିକି ନୁହେଁ ଏହି ଫଟୋ ଶୁଟିଂ ସେଟର ବୋଲି କୁହାଯାଉଛି। ଏ ସମ୍ପର୍କରେ ଅକ୍ଷୟ କହିଛନ୍ତି ଯେ କୌଣସି ଚରିତ୍ର ପାଇଁ ଓଜନ ବଢ଼ାଇବା ବା କମାଇବା ପ୍ରକ୍ରିୟାର ସେ ଖୁବ ମଜା ନେଇଥାନ୍ତି। କାରଣ ଏହାକୁ ବହୁତ ସୁସ୍ଥ ଉପାୟରେ କରିବାରେ ସେ ସକ୍ଷମ। ସେ ପୂରା ପ୍ରାକୃତିକ ଉପାୟରେ ୫ କିଲୋ ଓଜନ ବଢ଼ାଇଛନ୍ତି। ଏହା ତାଙ୍କୁ ତାଙ୍କ ମା’ଙ୍କ ହାତରନ୍ଧା ହାଲୁଆ ଖାଇବାର ଦୁର୍ଲଭ ଆନନ୍ଦ ଦେଇଛି ବୋଲି ଅକ୍ଷୟ କହିଛନ୍ତି।

ସୂଚନାଯୋଗ୍ୟ ଯେ ଆନନ୍ଦ ଏଲ ରାୟଙ୍କ ନିର୍ଦେଶନାରେ ନିର୍ମିତ ହେଉଥିବା ‘ରକ୍ଷାବନ୍ଧନ’ର ଶୁଟିଂ ମୁମ୍ବାଇରେ ହେଉଛି। ଏହାର ସୂଚନା ଅକ୍ଷୟ ନିଜେ ଦେଇଥିଲେ। ଏହି ସିନେମା ସେ ତାଙ୍କ ଭଉଣୀ ଅଲକା ହୀରାନନ୍ଦାନୀଙ୍କୁ ଉତ୍ସର୍ଗ କରିଛନ୍ତି। ସିନେମାରେ ନାୟିକା ଚରିତ୍ରରେ ଭୂମି ପେଦନେକର ନଜର ଆସୁଥିବାବେଳେ ଅକ୍ଷୟଙ୍କ ଭଉଣୀ ଭୂମିକାରେ ସହଜମିନ କୌର, ଦୀପିକା ଖାନ୍ନା, ସାଦିୟା ଖତିବ ଓ ସ୍ମୃତି ଶ୍ରୀକାନ୍ତ ନଜର ଆସିବେ। ଏହା ଏକ ଫ୍ୟାମିଲି ଡ୍ରାମା ସିନେମା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.