ସେନ ୱାର୍ଣ୍ଣଙ୍କ ମୃତ୍ୟୁରେ ବଲିଉଡରେ ଛାଇଛି ଶୋକ, ଟ୍ୱିଟ ଜରିଆରେ କହୁଛନ୍ତି ଏମିତି କିଛି

୫୨ ବର୍ଷୀୟ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ନଙ୍କ ଆକସ୍ମିକ ମୃତ୍ୟୁ ଖବର ତାଙ୍କ ପରିବାର ସମେତ ସାଙ୍ଗସାଥି ସମେତ ପ୍ରଶଂସକଙ୍କୁ ଗଭୀର ଆଘାତ ପହଞ୍ଚାଇଛି । ଯିଏ ବି ଏହି ଖବର ବାବଦରେ ଶୁଣୁଛନ୍ତି ଚକିତ ହୋଇଯାଉଛନ୍ତି । ଏମିତିକି ବଲିଉଡର ଜଣାଶୁଣା କଳାକାର ମାନେ ବି ସେନଙ୍କ ମୃତ୍ୟୁକୁ ସହଜରେ ହଜମ କରିପାରି ନାହାନ୍ତି । ଆଉ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାଥର୍ନା କରୁଛନ୍ତି । ସେନଙ୍କ ମେନେଜମେଣ୍ଟ ତରଫରୁ ଅଷ୍ଟ୍ରେଲିଆ ମିଡ଼ିଆ ଆଉଟଲେଟ ଫକ୍ସ ସ୍ପୋର୍ଟ୍ସକୁ ଦିଆଯାଇଥିବା ବୟାନରେ ଉଲ୍ଲେଖ ଅଛିଯେ, ” ନିଜେ ରହୁଥିବା ବିଲାରେ ସେନ ମୃତ ଅବସ୍ଥାରେ ଠାବ ହୋଇଛନ୍ତି । ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ଏଗୁଡିକ ବିଫଳ ରହିଛି ।
View this post on Instagram
ବଲିଉଡର ଏହି ତାଲିକାର ଶୀର୍ଷରେ ଅଛନ୍ତି ଶିଳ୍ପା ସେଟ୍ଟୀ । ଦୁହେଁ ମିଶି ଏକାଠି ଅନେକ ଗୁଡିଏ କାମ କରିଛନ୍ତି । ଏମିତିକି ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ସେନ ହିଁ ରାଜସ୍ଥାନ ରୟାଲ୍ସକୁ ବିଜୟ ମୁକୁଟ ପିନ୍ଧାଇଥିଲେ । ଏହା ବ୍ୟତୀତ ଅରମାନ ମଲିକ ବି ସେନଙ୍କ ମୃତ୍ୟୁରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ସେ ଏହା ମଧ୍ୟ କରିଛନ୍ତିକି, ସେ କେବେବି କ୍ରିକେଟ ପ୍ରେମୀ ନଥିଲେ । କିନ୍ତୁ ତାଙ୍କୁ ଟିଭି ସ୍କ୍ରିନରେ ଦେଖି ଓ ତାଙ୍କ ଖେଳିବା ଶୈଳୀରେ ମୁଁ ପ୍ରଭାବିତ ହୋଇଛି । ସେ କେବଳ ଜଣେ ବୋଲର ନଥିଲେ, ମୈଦାନରେ ସେ ଜଣେ କଳାକାର ଥିଲେ । ଖେଳ ଦୁନିଆର ଅସଲି ଲେଜେଣ୍ଡ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ଏମିତି ଅକସ୍ମାତ ମୃତ୍ୟୁ ଖବର ଆମକୁ ମର୍ମାହତ କରିଛି । ଏମାନଙ୍କ ବ୍ୟତୀତ ଅକ୍ଷୟ କୁମାର, ରଣବୀର ସିଂହଙ୍କ ସମେତ ଅନ୍ୟମାନେ ବି ଦୁଃଖ ବ୍ୟକ୍ତ କରିଛନ୍ତି।
Speechless to know about #ShaneWarne’s untimely passing. You could not have loved the game of cricket without being in complete awe of the man. This is so heartbreaking. Om Shanti 🙏🏻
— Akshay Kumar (@akshaykumar) March 4, 2022
ଆଉ ସେପଟେ ସନି ଦେଓଲ କହିଛନ୍ତିକି, ସେନ କ୍ରିକେଟ ଦୁନିଆର ଜଣେ ରତ୍ନ ଥିଲେ । ଆଉ ତାଙ୍କୁ ହରାଇ କ୍ରିକେଟ ଦୁନିଆକୁ ଗଭୀର କ୍ଷତି ପହଂଚିଛି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ସେ ଏତେ ଶୀଘ୍ର ଯିବାର ନଥିଲା । ୱାର୍ନ ହେଉଛନ୍ତି ଏବେ ପର୍ଯ୍ୟନ୍ତର ସବୁଠୁ ଉତ୍ତମ ଲେଗ ସ୍ପିନର । ଯାହା ପାଖରେ ୭୦୮ ଟି ଟେଷ୍ଟ ମ୍ୟାଚ ଵିକେଟ ରହିଛି । ଆଉ ସେ ୨୯୩ ଏକଦିବସୀୟ ଵିକେଟ ରହିଛି ।