ଯେତେବେଳେ ରିଲ୍ ଷ୍ଟାରଙ୍କ ଲାଇଫରେ ଆସିଲା ରିୟଲ ଭୂତ , ଜାଣନ୍ତୁ କଣ ହେଲା ତାପରେ…

ଦୁନିଆରେ ଏପରି ଅନେକ ଜିନିଷ ରହିଛି ଯାହା ଉପରେ ହଠାତ୍ ବିଶ୍ବାସ କରି ହୁଏନା। ବିଶ୍ବାସ କରନ୍ତୁ ନା ନାହିଁ କିନ୍ତୁ ଦୁନିଆ ପରେ ରହିଛି ଏପରି ଏକ ସ୍ଥାନ ଯେଉଁଥାଏ ଶରୀର ନୁହଁ କେବଳ ଆତ୍ମାର ରାଜ୍ ଚାଲିଥାଏ। ମନୁଷ୍ୟ ସମାଜରେ ତାହାର ଅନେକ ଥର ଅନୁଭୂତି ହେଲେ ମଧ୍ୟ ତାହାକୁ ସାଧାରଣତଃ ସମସ୍ତେ ନଜରଅନ୍ଦାଜ କରିଦେଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ସାଧାରଣଲୋକ ନୁହଁ ବରଂ ବଲିଉଡ଼ କଳାକାରଙ୍କ ଆତ୍ମା ବା ଭୂତ ସମ୍ବନ୍ଧୀୟ ଘଟଣା ବିଷୟରେ କହିଛନ୍ତି। ଆସନ୍ତୁ ଜାଣିବା କଳାକାରଙ୍କର କଣ ରହିଥିଲା ପ୍ରତିକ୍ରିୟା ଯେତେବେଳେ ତାଙ୍କ ସଂପର୍ଶରେ ଆସିଥିଲା ଏକ ଅଜଣା ଶକ୍ତିର ହୋଇଥିଲା ଅନୁଭୂତି।

କଥାରେ ଅଛି ଯେତେବେଳେ ଅମେ କିଛି ଅଜଣା ଶକ୍ତି ବା ଭୂତପ୍ରେତ ସମ୍ବନ୍ଧୀୟ କଥା ହୋଇଥାଉ ବା ଚରିତ୍ରରେ ଅଭିନୟ କରିଥାଉ ସେଠାରେ ଉପସ୍ଥିତ ଥିବା ଅଜଣା ଶକ୍ତି ସକ୍ରିୟ ହୋଇଯାଇଥାଏ। ଏପରିକି ନକାରତ୍ମକ ଶକ୍ତି ତାଙ୍କର ଉପସ୍ଥିତି ପାଖ ଲୋକଙ୍କୁ ଜଣାଇଥାନ୍ତି। ଠିକ୍ ସେହିପରି କିଛି ଘଟଣା ବଲିଉଡ଼ କଳାକାରଙ୍କ ଜୀବନରେ ଭୁତ ଫିଲ୍ମ ସୁଟିଂ ସମୟରେ ଘଟିଛି। ଆସନ୍ତୁ ନଜର ପକାଇବା କଣ ରହିଛି ସଂପୂର୍ଣ୍ଣ ଘଟଣା।

ବରୁଣ ଧୱନ

ବଲିଉଡ଼ କଳାକାର ବରୁଣ ଧୱନ ଫିଲ୍ମ ଏବିସିଡ଼ି ୨ ସୁଟିଂ ସମୟରେ ଏକ ହୋଟେଲରେ ରହିଥିଲେ। ସେହି ହୋଟେଲ ପ୍ରସିଦ୍ଧ ଗାୟକ ସିନେଟ୍ରାଙ୍କ ମନପସନ୍ଦ ହୋଟେଲ ରହିଥିବା ସହ ଅଭିନେତା ରହିଥିବା ରୁମରେ ତାଙ୍କ ଆତ୍ମ ବାସ କରିଥାଏ ବୋଲି ମଧ୍ୟ କୁହାଯାଇଥାଏ। ବରୁଣଙ୍କ କହିବାନୁଯାୟୀ, ସୁଟିଂ ସାରି ସେ ଯେତେବେଳେ ହୋଟେଲକୁ ଫେରୁଥିଲେ, ତାଙ୍କୁ କିଛି ଅଜଣା ଶବ୍ଦ ଶୁଣାଯିବା ସହ ତାଙ୍କର କବାଟ କିଏ ପିଟିବା ଭଳି ଶବ୍ଦ ଶୁଣାଯାଇଥିଲା। ଏପରିକି କିଏ ଜଣେ ଗୀତ ଗାଉଥିବା ସେ ଶୁଣିବାକୁ ପାଇଥିଲେ ବୋଲି କହିଥିଲେ।

ନୱାଜଉର୍ଦ୍ଦିନ୍ ସିଦିକୀ

ବଲିଉଡ଼ର ଜଣେ ବିଶିଷ୍ଟ ଅଭିନେତା ଭାବେ ଜଣାଯାଉଥିବା ନଓ୍ବାଜଉଦ୍ଦିନ ସିଦିକୀ ଏବଂ ଅଭିନେତ୍ରୀ ବିପାଶା ବାସୁଙ୍କ ଅଭିନିତ ଆତ୍ମା ଫିଲ୍ମର ସୁଟିଂ ସମୟରେ ଅନେକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ସପୂର୍ଣ୍ଣ ଫିଲ୍ମର ଟିମ୍ ସହ ଅଭିନେତ୍ରୀ ବିପାଶା ମଧ୍ୟ ଜଣେ ମହିଳାଙ୍କ ଗୀତ ଗାଇବା ସ୍ବର ଶୁଣିଥିଲେ। କିନ୍ତୁ ଯେତେବେଳେ ସେମାନେ ରେକଡ଼ିଂକୁ ପ୍ଳେ କରୁଥିଲେ ସେଥିରେ କୌଣସି ସ୍ବର ଶୂଣାଯାଉନଥିଲା।
ଏପରିକି ଗୋଟିଏ ସିନର ସୁଟିଂ ସମୟରେ ଅଭିନେତାଙ୍କ ପଛ ପାଖରେ ଝୁଲି ରହିଥିବା ଫଟୋ –ଫ୍ରେମ୍ ହଠାତ ବିନା କାରଣରେ ପଡ଼ି ଭାଙ୍ଗିଯାଇଥିଲା।ଏପରିକି ସେହି ରୁମରେ କୌଣସି ଆଡ଼ୁ ପବନ ଆସୁନଥିଲା।

ରଣବୀର ସିଂ

ବାଜିରାଓ ଏବଂ ଖିଲଜୀ ଭଳି ଦମଦାର ଚରିତ୍ରରେ ଦର୍ଶକଙ୍କ ମନ ଜିତିଥିବା ରଣବୀର ସିଂ ମଧ୍ୟ ଫିଲ୍ମ ସୁଟିଂ ସମୟରେ ଅନୁଭୂତ କରିଥିଲେ କିଛି ଭିନ୍ନ ଶକ୍ତିର ଅଭାସ। ଘଟଣା ବିଷୟରେ ରଣବୀର କୁହନ୍ତି, ଏହା ମୋ ଜୀବନର ଏକ ଭିଷଣ ଭୟନାକ ଘଟଣା। ଆଜି ମଧ୍ୟ ଭାବିଲେ ମୋ ରକ୍ତ ଗରମ ହୋଇଯାଏ। ମୋର ଆଜିମଧ୍ୟ ମନେ ରହିଛି, ସୁଟିଂ ସମୟରେ ଏକ କଳା ରଙ୍ଗର କପଡ଼ା ଉପରେ ପଡ଼ି ରହିଥିଲା ଧଳାର କିଛି ଗୁଣ୍ଡ । ଏଥିରେ ହଠାତ୍ ବାଜିରାଓଙ୍କ ଭଳି ମୁହଁ ଆଙ୍କି ହୋଇଯାଇଥିଲା। ଏପରିକି ମୋ କାନ ପାଖର କିଏକିଛି କହିଲା ଭଳି ବାରମ୍ବାର ଅନୁଭୂତ ହୋଇଥିଲା। ବର୍ତ୍ତମାନ ଯୁଗରେ କିଏ ଏହି ଘଟଣାକୁ ସାଧାରଣତଃ ବିଶ୍ବାସ କରନ୍ତି ନାହିଁ ବୋଲି ମୁଁ କାହାକୁ କିଛି କୁହେ ନାହିଁ।

ଗୋବିନ୍ଦା

ଭୂତଙ୍କ ସମ୍ବନ୍ଧୀୟ ଘଟଣା ଏବଂ ର୍ଦୁଘଟଣା ବେସ ସାଧାରଣ କଥା। ୯୦ଦଶକର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା ମଧ୍ୟ ସୁଟିଂ ସମୟରେ ଅନୁଭବ କରିଛନ୍ତି କିଛି ଅଜଣା ଶକ୍ତିର ଉପସ୍ଥିତି। ତାଙ୍କ କହିବାନୁଯାୟୀ, ସେ ଏକ ଫିଲ୍ମର ସୁଟିଂ ସମୟରେ ପାହାଡ଼ିଆ ଅଞ୍ଚଳର ଏକ ହୋଟେଲରେ ରହିଥିଲେ । ସେହି ସମୟରେ ହଠାତ୍ ମଝି ରାତିରେ ନିଦ ଭାଙ୍ଗିଲା ବେଳକୁ ତାଙ୍କ ଛାତି ଉପରେ କିଏ ଜଣେ ମହିଳା ବସିରହିଥିଲେ। ତାହାପରେ ସେ ଡ଼ରି ଶୋଇପଡ଼ିଥିବା ବେଳେ ସକାଳୁ ଉଠି ରୁମ ଦେଖିଲା ବେଳକୁ ସବୁଆଡ଼େ ଜିନିଷ ଫିଙ୍ଗି ହୋଇପଡ଼ିଥିବା ନଜର ଆସିଥିଲା।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

26 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

28 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

35 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

44 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

44 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago