ନିଜର ଲୁକ୍ ପାଇଁ ରିଜେକ୍ଟ ହୋଇଥିଲେ ଏହି କଳାକାର, ଏବେ ଫ୍ୟାସନ୍ ଆଇକନ୍

ମୁମ୍ବାଇ : ବଲିଉଡ଼ର ଏପରି କିଛି ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯାହାଙ୍କ ଭଳି ହେବା ପାଇଁ ସବୁବେଳେ ସମସ୍ତେ ଚାହିଁଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ସେହି କଳାକାର ତାଙ୍କ କ୍ୟାରିୟରର ଆରମ୍ଭ ସମୟରେ ପ୍ରଥମେ ତାଙ୍କର ଲୁକ୍ ପାଇଁ ରିଜେକ୍ଟ ହୋଇଥିଲେ। କିନ୍ତୁ ଏବେ ସେହି କଳାକାର ଫ୍ୟାସନ ଆଇକନ୍ ହେବା ସହ ଅନେକ ଲୋକଙ୍କର ସ୍ବପ୍ନର କଳାକାର ପାଲଟିଛନ୍ତି। ଏହି ତାଲିକାରେ ବଲିଉଡ଼ର ଅନେକ ଆଗଧାଡ଼ିର ଅଭିନେତା ଏବଂ ଅଭିନେତ୍ରୀ ସାମିଲ ରହିଛନ୍ତି। ଆସନ୍ତୁ ନଜର ପକାଇବା ସେହିଭଳି କିଛି ବଲିଉଡ଼ କଳାକାରଙ୍କ ଉପରେ ।

କଟ୍ରିନା କୈଫ୍ :

katrinaବଲିଉଡ଼ରେ ଏବେ ଆଗଧାଡ଼ିର ଅଭିନେତ୍ରୀ ଭାବେ ଗଣାଯାଉଛନ୍ତି କଟ୍ରିନା କୈଫ୍। ନିଜର ଆଗାମୀ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ରହିଥିବା କଟ୍ରିନାଙ୍କୁ ପ୍ରଥମେ ତାଙ୍କର ଲୁକ୍ ପାଇଁ ରିଜେକ୍ଟ କରାଯାଇଥିଲା। ଲକ୍ଷାଧିକଙ୍କ ସ୍ବପ୍ନର ନାୟିକାଙ୍କୁ ପ୍ରଥମେ କେହିଁ ମୁଖ୍ୟ ଅଭିନେତ୍ରୀ ଭାବେ ନେବାର ରିସ୍କ ନେବାକୁ ଚାହୁଁନଥିଲେ। ତାଙ୍କର ଗୋରା ବିଦେଶୀ ଲୁକ୍ ଏବଂ କଥାବାର୍ତ୍ତା ପାଇଁ ତାଙ୍କୁ କିଏ ଫିଲ୍ମ ଦେଉନଥିଲେ। କିନ୍ତୁ ଏବେ ସେ ବଲିଉଡ଼ର ଚିକିନି ଚମେଲି ହେବା ସହ ତାଙ୍କ ନିକଟରେ ର୍ନିମାତାର ଲମ୍ବା ଲାଇନ୍ ସବୁବେଳେ ରହୁଛି।

ଅଭିତାଭ ବଚ୍ଚନ :

Amitabh-Bachchanବଲିଉଡ଼ର ସେହେନ୍ସା ଭାବେ ଜଣାଯାଉଥିବା ଅମିତାଭ ବଚ୍ଚନଙ୍କୁ ମଧ୍ୟ ତାଙ୍କ କ୍ୟାରିୟର ଆରମ୍ଭରେ ରିଜେକ୍ଟ କରାଯାଇଥିଲା। ତାଙ୍କୁ ଫିଲ୍ମରେ ତାଙ୍କ ଉଚ୍ଚତା ପାଇଁ ରିଜେକ୍ଟ କରାଯାଇଥିଲା। କିନ୍ତୁ ଏବେ ସେହି ଉଚ୍ଚତା ହିଁ ତାଙ୍କ ପାଇଁ ଭିନ୍ନ ପରିଚୟ ହୋଇଛି । ଏହି କାରଣରୁ ତାଙ୍କୁ ଅନେକ ସ୍ଥାନରେ ସମ୍ମାନୀତ ମଧ୍ୟ କରାଯାଇଛି।

ଅଜୟ ଦେବଗନ୍ :

ajay
ବଲିଉଡ଼ରେ ନିଜର ଅଭିନୟ ଏବଂ ଆକ୍ସନ ପାଇଁ ଜଣାଯାଉଥିବା ଅଜୟ ଦେବଗନଙ୍କୁ ଫିଲ୍ମରେ ଆସିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ତାଙ୍କର ଏଭେରେଜ୍ ଲୁକ୍ ପାଇଁ ତାଙ୍କୁ କିଏ ମଧ୍ୟ ଫିଲ୍ମର ମୁଖ୍ୟ ଅଭିନତା ପାଇଁ ନେବାକୁ ପ୍ରସ୍ତୁତ ନଥିଲେ। ସମସ୍ତଙ୍କୁ ଲାଗୁଥିଲା ଏପରି ଲୁକ୍ ସହ କିଏ କେବେ ମଧ୍ୟ ହିରୋ ହୋଇପାରିବେ ନାହିଁ। କିନ୍ତୁ ଅଜୟ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ପାଲଟିଛନ୍ତି ବଲିଉଡ଼ର ଆଗଧାଡ଼ିର ଅଭିନେତା।

ରଣବୀର ସିଂ:

ranveer-singh
ଆରମ୍ଭ ସମୟରେ ରଣବୀର ସିଂଙ୍କୁ ଏହା କହି ଫିଲ୍ମରେ ନେଉନଥିଲେ କି ତାଙ୍କର ବହୁତ ଏଭେରେଜ୍ ଲୁକ୍। ସେ କୌଣସି ସ୍ଥାନରେ ମୁଖ୍ୟ କଳାକାର ଭାବେ ଫିଟ ନୁହନ୍ତି ବୋଲି ସମସ୍ତ ର୍ନିମାତା ବୟାନ ଦେଇଥିଲେ। କିନ୍ତୁ ଆଜି ଏହି ଏଭେରେଜ୍ ଲୁକ୍ ଅଭିନେତାଙ୍କ ପଛରେ ଦିୱାନା ଅନେକ ମହିଳା ଫ୍ୟାନ୍। ଏପରିକି ବଲିଉଡ଼ର ସବୁଠାରୁ ଏନରଜେଟିକ୍ ଅଭିନେତା ଭାବେ ରଣବୀର ପରିଚିତ।

ନୱାଜଉଦ୍ଦିନ୍ ସିଦୀକି :

nwazuddin-siddiqui
ବଲିଉଡ଼ରେ ଆଜି ନିଜର ଦମଦାର ଅଭିନୟ ପାଇଁ ଜଣାଯାଉଥିବା ଅଭିନେତା ନୱାଜଉଦ୍ଦିନ୍ ସିଦୀକିଙ୍କୁ କ୍ୟାରିୟର ଆରମ୍ଭ ସମୟରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା। ତାଙ୍କର ରଙ୍ଗ ଏବଂ ଲୁକ୍ ପାଇଁ ତାଙ୍କୁ କୌଣସି ଫିଲ୍ମ ମିଳିନଥିଲା। ଏଥିପାଇଁ ବହୁତ ଛୋଟଛୋଟ ରୋଲରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଏବେ ଜଣେ ଦକ୍ଷ କଳାକାର ଭାବେ ସେ ପରିଚିତ।