ବଲିଉଡର ୫ ’ମୁନ୍ନା ବଜରଙ୍ଗୀ’: ଯେଉଁ ମାନଙ୍କ ଜୀବନ ଉପରେ ତିଆରି ହେଲା ସିନେମା ଆଉ ଦୋହଲିଗଲା ବକ୍ସ ଅଫିସ୍

ପୁରା ଉତରାଚଂଳରେ ଆତଙ୍କର ଖତରନାକ ଚେହେରା ଭାବରେ ଜଣାଶୁଣା ମୁନ୍ନ ବଜରଙ୍ଗୀକୁ ଜେଲରେ ହତ୍ଯା କରିଦିଆଯାଇଛି । ୯ଟି ଗୁଳି ଲାଗିବା ପରେ ଶବ ଗୃହରୁ ଜୀବିତ ଫେରିବା ଠାରୁ ଏକ – ୪୭ରୁ ଲଗାତାର ୧୦୦ ଗୁଳିକରି ବିଜେପି ବିଧାୟକଙ୍କୁ ହତ୍ଯା କରିବା ପର୍ଯ୍ଯନ୍ତ ଏହି ମାଫିଆ ଡନର ଜୀବନ କୌଣସି ମସଲାଦାର ହିନ୍ଦି ସିନେମାଠାରୁ କମ୍ ନୁହେଁ ।

ମୁନ୍ନା ବଜରଙ୍ଗୀ ଭଳି ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ଅଛନ୍ତି ଯେଉଁମାନଙ୍କ ନାଁ ଶୁଣିଲେ ଥରିଉଠେ ଦେଶ । ଏଭଳି ଅପରାଧୀଙ୍କୁ ନେଇ ବଲିଉଡ୍ ମଧ୍ୟ ତିଆରି କରିଛି ଅନେକ ସିନେମା । ଗ୍ଯାଙ୍ଗଷ୍ଟାରମାନଙ୍କୁ ନେଇ ଯେିତିବି ସିନେମା ବଲିଉଡରେ ତିଆରି ହେଇଛି ସେଥିରୁ ଅଧିକାଂଶ ସିନେମା ବ୍ଲକବଷ୍ଟର୍ ସାବ୍ଯସ୍ତ ହୋଇଛି । ଏବେ ଗୋଟିଏ ନଜର ପକାନ୍ତୁ ସେଭଳି କିଛି ସିନେମା ଉପରେ ।

ଗ୍ଯାଙ୍ଗ୍ସ ଅଫ୍ ୱସିପୁର :

Gangs of Wasseypurଅନୁରାଗ କଶ୍ଯପଙ୍କ ସିନେମା ଗ୍ଯାଙ୍ଗ୍ସ ଅଫ୍ ୱସିପୁରର ଉଭୟ ଭାଗ ଝାରଖଣ୍ଡର ଧାନବାଦର କୋଇଲା ମାଫିଆ ଏବଂ ଗ୍ଯାଙ୍ଗୱାର୍ ଦ୍ବାରା ପ୍ରେରିତ । ସିନେମାରେ ଫେଜଲ୍ ଖାନଙ୍କ ଚରିତ୍ରରେ ଅଭିନୟ କରିଥିଲେ ନୱାଜୁଦ୍ଦିନ ସିଦ୍ଦିକି । ତାଙ୍କ ଚରିତ୍ର କ୍ରିକେଟର୍ ଫହିମ୍ ଖାନଙ୍କ ଦ୍ବାରା ପ୍ରେରିତ ଥିଲା । ସେମିତିରେ ତ ସିନେମାରେ ଫେଜଲ୍ ଖାନଙ୍କ ଚରିତ୍ରର ଦେହାନ୍ତ ହୋଇଯାଉଛି । କିନ୍ତୁ ଅସଲରେ ଫହିମ୍ ଖାନଙ୍କୁ ହଜାରିବାଗ୍ ଜେଲରେ ଆଜୀବନ କାରାଦଣ୍ଡର ସଜା ମିଳିଥିଲା । ସିନେମାର ସବୁଠାରୁ ଚର୍ଚ୍ଚିତ ସିନ୍ ଥିଲା ଯେତେବେଳେ ରାମାଧୀରକୁ ଫେଜଲ୍ ଗୁଳି ବର୍ଷା କରି ମାରିଦେଇଥିଲେ ।

ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ :

once upon a time in mumbaiଇମରାନ୍ ହାସମୀ ଏବଂ ଅଜୟ ଦେବଗନଙ୍କ ଅଭିନୀତ ଏହି ସିନେମା ଗ୍ଯାଙ୍ଗଷ୍ଟାର୍ ହାଜି ମସ୍ତାନର ଜୀବନ ଦ୍ବାରା ପ୍ରେରିତ । ୬୦-୭୦ ଦଶକରେ ମୁମ୍ବାଇର ଅନେକ ଗ୍ଯାଙ୍ଗଓ୍ବାରରେ ମସ୍ତାନର ନାମ ଥିଲା । ସିନେମାର ଆକ୍ସନ୍ ସିନ୍ ଏବଂ ଡାଇଲଗ୍ ଖୁବ୍ ପ୍ରଶଂସା ସାଉଂଟିଥିଲା । ଫିଲ୍ମର ଗୀତ ଗୁଡିକ ମଧ୍ୟ ଥିଲା ସୁପରହିଟ୍ ।

କମ୍ପାନୀ :

companyଅଜୟ ଦେବଗନ୍ ଏବଂ ବିବେକ୍ ଓବରାୟ ଷ୍ଟାରର ସିନେମା ’କମ୍ପାନୀ’ ଅଣ୍ଡରୱଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଏବଂ ଛୋଟା ରାଜନ୍ ଅଲଗା ହେବାର ଘଟଣା ଉପରେ ପ୍ରେରିତ ଥିଲା । ଏହା ବିବେକ ଓବରୟଙ୍କ ଡେବ୍ଯୁ ଫିଲ୍ମ ଥିଲା । ରାମ ଗୋପାଳ ବର୍ମାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ସିନେମା ସୁପରହିଟ୍ ହୋଇଥିଲା ।

ଡାଡୀ :

daddyଅର୍ଜୁନ୍ ରାମପାଲଙ୍କ ସିନେମା ଡେଡି ଗ୍ଯାଙ୍ଗଷ୍ଟାର୍ ଅରୁଣ ଗବଲୀଙ୍କ ଜୀବନ ଉପରେ ଆଧାରିତ । ଗବଲୀର ମାଫିଆ ଡନରୁ ରାଜନୀତି ପର୍ଯ୍ଯନ୍ତ ସଂପୂର୍ଣ୍ଣ ଯାତ୍ରାକୁ ଏହି ମୁଭିରେ ଦେଖାଯାଇଛି । ଯଦିଓ ଏହି ସିନେମାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.