ମନୋରଂଜନ

ଆଜି ଲତା ମଙ୍ଗେସକରଙ୍କ ଜନ୍ମଜୟନ୍ତୀ: ସ୍ୱର ସମ୍ରାଜ୍ଞୀଙ୍କୁ ମନେ ପକାଉଛି ପୁରା ଦେଶ, ଜାଣନ୍ତୁ ତାଙ୍କ ଜୀବନର କିଛି ଖାସ କଥା

ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ନିଜ ସ୍ବରରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି ସେ । ତାଙ୍କ ସ୍ବରରେ ଏତେ ମଧୁରତା ଭରି ରହିଛି ଯେ, ଯେ କେହିବି ତାଙ୍କ ଶୁଣି ବିମୋହିତ ହୋଇ ପଡନ୍ତି । ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସ୍ୱର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା’ ସରସ୍ୱତୀ । ସତରେ ତାଙ୍କ ସ୍ୱରରେ ଏମିତି କିଛି ଯାଦୁ ରହିଛି, ଯେଉଁଥିପାଇଁ ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି ଜୋଶ ଦେଖିବାକୁ ମିଳେ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ, ଭାରତ ରତ୍ନ ଲତା ମଙ୍ଗେସକର । ଆଜି ହେଉଛି ଲତା ମଙ୍ଗେସକରଙ୍କ ଜନ୍ମଦିନ । ଆଜିର ଦିନରେ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ ଲତା ମଙ୍ଗେସକର । ହୁଏତ ବର୍ତ୍ତମାନ ସ୍ୱର ସମ୍ରାଜ୍ଞୀ ଆମ ସହିତ ନାହାନ୍ତି କିନ୍ତୁ ତାଙ୍କର ସୁମଧୁର ଗୀତ ସବୁବେଳେ ଦର୍ଶକଙ୍କ ହୃଦୟରେ ରହିଛି । ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ଜାଣିବା ତାଙ୍କ ଜୀବନର କିଛି ଖାସ କଥା ।

ଖୁବ୍ ସୁନ୍ଦର ଥିଲା ତାଙ୍କର ଗାୟନ ଶୈଳୀ । ଗୀତକୁ ସେ ପୂଜା ବୋଲି କୁହନ୍ତି । ଯେଉଁଥିପାଇଁ ସେ ଗୀତ ରେକଡିଂ କରିବା ସମୟରେ ଖୋଲା ପାଦରେ ଗୀତ ଗାଆନ୍ତି । ତେବେ ନିଜ ସ୍ବରରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଲତା ମଙ୍ଗେସକରଙ୍କ ଆଜି ଜନ୍ମଦିନ । ୨୮ ସେପ୍ଟେମ୍ବର ୧୯୨୯ରେ ଇନ୍ଦୋରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଓ ଥିଏଟର ଆର୍ଟିଷ୍ଟ ଥିଲେ । ଘରେ ସଂଗୀତର ମାହୋଲ ଥିବାରୁ ପିଲା ବେଳୁ ଗୀତ ଗାଇବା ପ୍ରତି ତାଙ୍କର ରୁଚି ଥିଲା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ, ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ତାପରେ ଘର, ପରିବାର ଚଳାଇବା ପାଇଁ ୧୯୪୨ରେ ସେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ । ମରାଠୀ ଚଳଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ ।ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର ।

ଖୁବ୍ କମ୍ ବୟସରେ ଲତା ଜୀ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ସଫଳତା ମଧ୍ୟ ହାସଲ କରିଥିଲେ । ତେଣୁ ତାଙ୍କ ଗାୟନ ସମୟ ଖୁବ୍ ଲମ୍ବା। ଅର୍ଥାତ ପ୍ରାୟ ୮ ଦଶକ ବା ଅଶୀବର୍ଷ ଧରି ସେ ଗୀତ ଗାଇ ଚାଲିଛନ୍ତି। ଲତା ମଙ୍ଗେସକର ୩୦ରୁ ଅଧିକ ଭାଷାରେ ହଜାରେରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି। ହିନ୍ଦୀ ସହ ବିଭିନ୍ନ ଭାଷାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଗୀତ ଗାଇଛନ୍ତି ଲତା। ଓଡ଼ିଆରେ ସେ ମଧ୍ୟ ଗୀତ ଗାଇଛନ୍ତି। ଲତା ୧୯୭୪ରେ ସର୍ବାଧିକ ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ।

ଏପରିକି ୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।

୨୦୦୧ରେ ତାଙ୍କୁ ଭାରତ ରତ୍ନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଖାଲି ଭାରତ ରତ୍ନ ନୁହେଁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ ଫାଲ୍‌କେ ଆୱାର୍ଡ ଓ ଅନେକ ଜାତୀୟ ଫିଲ୍ମ ଆୱାର୍ଡରେ ସମ୍ମାନିତ କରାଯାଇଛି। ଲତାଙ୍କୁ ମିଳିଥିଳା ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫ୍ରାନ୍ସରେ ଲତାଙ୍କୁ ‘ଅଫିସର ଅଫ୍ ଦ ଲିଜିୟନ ଅଫ୍ ଅନର’ ସମ୍ମାନ ମିଳିଛି।

ତେବେ ଲତା ମଙ୍ଗେସକର ୨୦୨୨ ଫେବୃଆରୀ ,୦୬ ସକାଳ ୮ଟା ୧୨ ମିନିଟ ସମୟରେ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । କରୋନାରେ ସଂକ୍ରମିତ ହେବା ପରେ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେ କୋଭିଡ୍ ୧୯ ଏବଂ ନିମୋନିଆ ରୋଗରୁ ସୁସ୍ଥ ହୋଇଥିଲେ । କିନ୍ତୁ ପରେ ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଲତାଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା ।

 

Barsha

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

4 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

18 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

23 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

53 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago