ତାଲିବାନ ରାଜରେ ଖୁସି ହେଉଥିବା ହିନ୍ଦୁସ୍ତାନ ମୁସଲମାନଙ୍କ ଉପରେ ବର୍ଷିଲେ ଅଭିନେତା ନଶିରୁଦ୍ଦିନ ଶାହ

ବଲିଉଡ ଅଭିନେତା ନଶିରୁଦ୍ଦିନ ଶାହଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ସେ ତାଲିବାନର ଆଫଗାନିସ୍ତାନରେ କବଜାକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ ଆଫଗାନିସ୍ତାନରେ ତାଲିବାନର ଫେରିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତାଲିବାନର ଶାସନକୁ ନେଇ ସାରା ଦୁନିଆରେ ଭୟ ଖେଳିଯାଇଛି।

ଭାରତୀୟ ମୁସଲମାନଙ୍କ ଖୁସି ମଧ୍ୟ ଚିନ୍ତାର କାରଣ ହୋଇପାରେ। ୭୧ ବର୍ଷୀୟ ଏହି ଅଭିନେତା ତାଲିବାନର ପୁନରୁତ୍ଥାନରେ ଖୁସି ହେଉଥିବା ଲୋକଙ୍କୁ ପ୍ରଶ୍ନ କରିଛନ୍ତି। ନିଜ ଧର୍ମରେ ସୁଧାର ଆଣିବା ପାଇଁ କହିଛନ୍ତି। କିଛି ମୁସଲମାନ ଯେଉଁମାନେ ହିନ୍ଦୁସ୍ତାନରେ ରହି ତାଲିବାନର ଶାସନକୁ ପ୍ରୋତ୍ସାହିତ କରୁଛନ୍ତି ସେସବୁକୁ ନେଇ ସେ ନିଜ କ୍ରୋଧ ପ୍ରକାଶ କରିଛନ୍ତି। ନିଜର ଓ ନିଜ ଧର୍ମରେ ସୁଧାର ଆଣିବା ପାଇଁ କହିଛନ୍ତି।

୧୫ ଅଗଷ୍ଟରେ ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ଆଣିବା ପରେ ସାରା ଦୁନିଆରେ ହଇଚଇ ସୃଷ୍ଟି କରିଦେଇଥିଲା। ଭିଡ଼ିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ ମଧ୍ୟ କରାଯାଇଥିଲ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.