ଟ୍ୱିଟରର ନୂଆ ସିଇଓ ପରାଗଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ରେୟା ଘୋସାଲ

ବିଭିନ୍ନ ସୋସିଆଲ ମିଡିଆରେ ଏବେ ପରାଗ ଅଗ୍ରୱାଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଟ୍ୱିଟରର ପୂର୍ବ ସିଇଓ ଜ୍ୟାକ ଡୋରସି ଇଷ୍ଠଫା ପତ୍ର ଦେବା ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଟ୍ୱିଟରର ନୂଆ ସିଇଓ ଭାବରେ ଘୋଷଣା କରାଯାଇଛି ।  ଆଉ ଏହି ଖବର ପ୍ରସାରଣ ହେବା ପରେ ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରୁ ପରାଗଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।  ଆଉ ଏଭିତରେ ପ୍ରସିଦ୍ଧ ଗାୟିକା ଶ୍ରେୟା ଘୋସାଲବି ପରାଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।  କହିରଖୁଛୁକି ପରାଗ ହେଉଛନ୍ତି ଶ୍ରେୟାଙ୍କର ପିଲା ଦିନର ସାଙ୍ଗ ।  ଶୁଭେଚ୍ଛା ବାର୍ତ୍ତାରେ ଶ୍ରେୟା କହିଛନ୍ତିକି ସେ ତାଙ୍କ ସାଙ୍ଗଙ୍କୁ ନେଇ ଖୁବ ଗର୍ବ ଅନୁଭବ କରନ୍ତି ।  ନିଜ ଟ୍ୱିଟର ଆକାଉଣ୍ଟରେ ଶ୍ରେୟା ଲେଖିଛନ୍ତିକି, ତମକୁ ଅନେକ ଅନେକ ଶୁଭେଚ୍ଛା ପରାଗ ।  ଏହା ଆମ ପାଇଁ ଖୁବ ବଡ ଦିନ ।  ତମର ଏହି ଖବରକୁ ନେଇ ମୁଁ ଏବେ ଖୁସି ପାଳନ କରୁଛି ।  ଟ୍ୱିଟରର ନୂଆ ସିଇଓ ଭାବରେ ତାଙ୍କ ନାଁ ସାମ୍ନାକୁ ଆସିବା ପରେ ପରାଗ ଓ ଶ୍ରେୟାକୁ ନେଇ ଏକ ପୁରୁଣା ଟ୍ୱିଟ ଖୁବ ଭାଇରାଲ ହେବାରେ ଲାଗିଛି ।

 

 

ପ୍ରକୃତରେ ବଲିଉଡର ପ୍ଲେ ବ୍ୟାକ ସିଙ୍ଗର ଶ୍ରେୟା ଓ ଟ୍ୱିଟରର ନୂଆ ସିଇଓ ପରାଗଙ୍କ ଭିତରେ ଥିବା ସମ୍ପର୍କ ଖୋଜୁ ଖୋଜୁ ୟୁଜର୍ସ ମାନେ ୨୦୧୦ ମସିହାର ସେମାନଙ୍କ ଏକ ଟ୍ୱିଟକୁ ଖୋଜି ବାହାର କରିଛନ୍ତି ।  ଏହି ଟ୍ୱିଟରେ ଶ୍ରେୟା ଫ୍ୟାନ୍ସ ମାନଙ୍କୁ ତାଙ୍କ ସାଙ୍ଗ ପରାଗକୁ ଫଲୋ କରିବା ପାଇଁ ନିବେଦନ କରିଛନ୍ତି ।  ଏହି ପୁରୁଣା ଟ୍ୱିଟରେ ଲେଖାଯାଇଥିବା ନଜର ଆସିଛିକି, ହେ ଅଲ ।  ମୋତେ ପିଲା ଦିନର ଆଉ ଏକ ସାଙ୍ଗ ମିଳିଗଲା ।  ଯିଏକି ଖୁବ ଖାଦ୍ୟ ପ୍ରିୟ ଆଉ ବୁଲିବାକୁ ଖୁବ ପସନ୍ଦ କରେ ।  ଦୟା କରି ପରାଗ ଅଗ୍ରୱାଲଙ୍କୁ ଫଲୋ କରନ୍ତୁ ।  କାଲି ତାଙ୍କର ଜନ୍ମଦିନ ଥିଲା ।  ତାଙ୍କୁ ଶୁଭକାମନା ଦିଅନ୍ତୁ ।  ଆଉ ଏହାର ଜବାବରେ ପରାଗ ଲେଖିଥିଲେକି, “ଆଈଲା ।  ଆପଣ ତ ଖୁବ ପ୍ରଭାବଶାଳୀ ।  ଅନେକ ଫଲୋଅର୍ଶ ଓ ଟ୍ୱିଟର ମେସେଜ ଗୁଡିକର ସୁଅ ଛୁଟିବାରେ ଲାଗିଛି ।  ଏଥିରେ ଏକ ଫଟୋ ପୋଷ୍ଟ କରାଯାଇଥିବା ବେଳେ ଏଥିରେ ସିଲଦଇତ୍ୟ ଓ ବିନିତାଙ୍କର ଏକ ଫଟୋ ମଧ୍ୟ ପୋଷ୍ଟ ହୋଇଛି ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.