ପୁଅ ବିହାନକୁ ପୂଜା କରିବା ଶିଖାଉଛନ୍ତି ବଲିଉଡ ଯୋଗ କୁଇନ ଶିଳ୍ପା ସେଟ୍ଟୀ

ସମସ୍ତେ ଜାଣନ୍ତି ବଲିଉଡର ଫିଟନେସ କ୍ୱିନ ତଥା ଆକ୍ଟ୍ରେସ ଶିଳ୍ପା ସେଟ୍ଟୀ ଜଣେ ଧର୍ମପରାୟଣ ମହିଳା । ପ୍ରାୟ ସମସ୍ତ ଧାର୍ମିକ ଉତ୍ସବକୁ ଖୁବ ଜାକଜକମରେ ପାଳନ କରନ୍ତି ଶିଳ୍ପା । ନିଜ ଘରେ ବି ପୂଜାପାଠର ଆୟୋଜନ କରନ୍ତି । ଖାଲି ସେତିକି ନୁହେଁ ଏଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର ବି କରନ୍ତି । ବର୍ତ୍ତମାନ ସମୟରେ ନବରାତ୍ରି ଚାଲିଥିବା ବେଳେ ଶିଳ୍ପା ବା ଏଥିରୁ ବାଦ ଯାଆନ୍ତେ କେମିତି । ପତି ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ପୁଅ ଭିୟାନ ଓ ଝିଅ ସମିଶା ସହିତ ହିଁ ପୂଜା କରୁଥିବାର ନଜର ଆସୁଛନ୍ତି ଶିଳ୍ପା । ଗଣେଶ ଚତୁର୍ଥୀରେ ବି ସମାନ ଦୃଶ୍ୟ ଦେଖାଦେଇଥିବା ବେଳେ ଏବେର ନବରାତ୍ରି ସମୟରେ ବି ସମାନ ଝଲକ ଦେଖିବାକୁ ମିଳିଛି । ପୁଅ, ଝିଅ ଓ ଘରର କିଛି କର୍ମଚାରୀଙ୍କ ସହିତ ମା’ ଙ୍କ ଆରତୀ କରୁଥିବାର ନଜର ଆସିଛନ୍ତି ଶିଳ୍ପା । ଭିଡିଓଟିକୁ ଫ୍ୟାନ୍ସ ମାନେ ବି ଖୁବ ପସନ୍ଦ କରିଛନ୍ତି । ଇନ୍ଷ୍ଟଗ୍ରାମରେ ସେୟାର ହୋଇଥିବା ଭିଡିଓଟିରେ ଆପଣ ଦେଖିପାରିବେ ଏକ ଅରେଞ୍ଜ କଲରର କୁର୍ତ୍ତୀ ପିନ୍ଧି ଶିଳ୍ପା ହାତରେ ଆରତୀ ଥାଳି ଧରି ମା’ଙ୍କ ସାମ୍ନାରେ ବୁଲାଉଛନ୍ତି । ଆଉ ପାଖରେ ପୁଅ ବିୟାନ ଛିଡା ହୋଇଥିବା ବେଳେ ମାଙ୍କ ମନ୍ତ୍ର ପାଠ କରୁଛି । ଯେବେକି କୁନି ଝିଅ ସମିଶା ତାଙ୍କ ହାତରୁ ଥାଳି ଛଡେଇ ଆଣିବାକୁ ଚେଷ୍ଟା କରୁଛି । ପରିବାରର ଏହି ଦୃଶ୍ୟ ଖୁବ କ୍ୟୁଟ ହୋଇଛି ।

 

ଯିଏ ଦେଖୁଛି ବାରମ୍ବାର ଦେଖିବାକୁ ଇଚ୍ଛା କରୁଛି । ଭିଡିଓଟି ସହିତ ଶିଳ୍ପା ଏକ ଲମ୍ବା ଚୌଡା ନୋଟ ବି ଲେଖିଛନ୍ତି । ନୋଟ ଟି ଏମିତି ଭାବେ ଷ୍ଟାର୍ଟ ହୋଇଛି, “ମେରା ମଣ୍ଡେ ମୋଟିଭେସନ…..ମୋ ପିଲା ମାନେ ଆଉ ମୋ ଆସ୍ଥା । କିଛି ଜିନିଷ ବା ବିଧି ଆମେ କରି ନଦେଖେଇଲା ପର୍ଯ୍ୟନ୍ତ ସେମାନେ ବୁଝିପାରନ୍ତି ନାହିଁ । କିଛି ଶିଖି ପାରନ୍ତି ନାହିଁ । ମୁଁ ଚାହୁଁଛି ମୋ ପିଲା ମାନେ ସେହି ସଂସ୍କାର ନେଇ ବଡ଼ ହୁଅନ୍ତୁ ଯାହା ମୋ ବାପା ମା’ ମୋତେ ଦେଇଛନ୍ତି । ଆପଣ ସମସ୍ତଙ୍କୁ ହାପି ମଣ୍ଡେ ।” କହିରଖିବା ଉଚିତ ହେବକି, ପନୋଗ୍ରାଫି ମାମଲାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୮ ତାରିଖରେ ଗିରଫ କରାଯାଇଛି । ସେ ପାଖାପାଖି ୨  ମାସରୁ ଅଧିକ ସମୟ ହେବ ଜେଲରେ ଥିବା ବେଳେ ଏବେ ବେଲରେ ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.