କାରଗିଲ ବିଜୟ ଦିବସରେ ଶହିଦ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ଶେରଶାହ”ର ଟ୍ରେଲର ରିଲିଜ, ଦେଖନ୍ତୁ

ଶେରଶାହ ଫିଲ୍ମର ଟ୍ରେଲର ହୋଇଛି ରିଲିଜ। ଏହି ଫିଲ୍ମଟି ପରମବୀର ଚକ୍ର ବିଜେତା ଦିବଙ୍ଗତ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଆଧାରିତ। ୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ କ୍ୟାପଟେନ ବିକ୍ରମ। ତାଙ୍କର ଏହି ବଳିଦାନର କାହାଣୀକୁ ନେଇ ଫିଲ୍ମକୁ ପ୍ରସ୍ତୁତ କରାଯାଇଛି। ଏଥିରେ ସିଦ୍ଦାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ଏହ ଫିଲ୍ମ ଆସନ୍ତା ଅଗଷ୍ଟ ୧୨ରେ ରିଲିଜ ହେବ।

କାରଗିଲ ବିଜୟ ଦିବସକୁ ଦୃଷ୍ଟିରେ ରଖି ଶେରଶାହର ଟ୍ରେଲରକୁ ରିଲିଜ କରାଯାଇଛି। ଏଥିରେ ସିଦ୍ଦାର୍ଥ କାରଗିଲ ଯୁଦ୍ଧରେ ଶହିଦ ହୋଇଥିବା କ୍ୟାପଟେନ ବିକ୍ରମ ବତ୍ରାଙ୍କ ଭୂମିକାରେ ନଜର ଆସିବେ। ରିଲିଜ ହୋଇଥିବା ଏହି ଟ୍ରେଲରରେ ସିଦ୍ଦାର୍ଥଙ୍କଠୁ ଆରମ୍ଭ ହୋଇଛି।  ୨.୫ ମିନିଟର ଏହି ଟ୍ରେଲର ଭିଡ଼ିଓ। ଏଥିରେ ଫେମସ ଲାଇନ ମଧ୍ୟ ରଖାଯାଇଛି, ତାହା ହେଉଛି ”ୟା ତୋ ତିରଙ୍ଗା ଲେହରାକେ ଆଉଙ୍ଗା, ୟା ତୋ ତିରଙ୍ଗା ମେଁ ଲିପଟ କର ଆଉଙ୍ଗା”।

ଏହା ସହ ଟ୍ରେଲରରେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ଦେଖାଯାଇଛି। ଯେଉଁଠି ସେ ”ହମ୍‌ ଶାନ୍ତି କି ରକ୍ଷା କେ ଲିଏ ଶକ୍ତି କା ପ୍ରଦର୍ଶନ କରନା ଜାନତେ ହେଁ” କହୁଥିବାର ଦେଖିବାକୁ ପାଇବେ। ଏହି ଫିଲ୍ମର ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନ ହେବା ସହିତ ଏହାକୁ ଧର୍ମା ପ୍ରଡକ୍ସନ ଏବଂ କାସ୍‌ ଏଣ୍ଟରନେଟନମେଣ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଶେରଶାହ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡ଼ିଓରେ ରିଲିଜ ହେବ। ତେବେ ଏହାର ଟ୍ରେଲର ରିଲିଜ ହେବା ପରେ ବହୁଲୋକ ଖୁବ ପସନ୍ଦ କରିଛନ୍ତି।

 

View this post on Instagram

 

A post shared by Sidharth Malhotra (@sidmalhotra)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.