ପର୍ଣ୍ଣୋଗ୍ରାଫି କେସ୍ରେ ପତି ରାଜ୍ କୁନ୍ଦ୍ରାଙ୍କର ଗିରଫ ଓ ଏଥିରେ ଜଡ଼ିତ କଣ୍ଟ୍ରୋଭର୍ସି ଭିତରେ ଶିଳ୍ପା ଶେଟ୍ଟୀ ମୋଟିଭେସନଲ ଭିଡ଼ିଓ ଶେୟାର କରିଛନ୍ତି। ଶିଳ୍ପା ଶେଟ୍ଟୀ ଏହି ଭିଡ଼ିଓରେ ଯୋଗ କରୁଥିବାର ନଜର ଆସୁଛି ଏବଂ ନିଜର ପ୍ରଶଂସକ ନିଜର ଲଢ଼େଇ ନିଜେ ଲଢ଼ିବାକୁ ପରାମର୍ଶ ଦେଇଛନ୍ତି । ଖାଲି ଏତିକି ନୁହେଁ ଶିଳ୍ପା ଲୋକଙ୍କୁ କହିଛନ୍ତି କି ସେ ନିଜେ କେମିତି ପଜିଟିଭ୍ ବା ସକରାତ୍ମକ ରୁହନ୍ତି । ଶିଳ୍ପା ଶେଟ୍ଟୀ ଯୋଗ ଆସନ ବି କହିଛନ୍ତି ।
View this post on Instagram
ପତି ରାଜ କୁନ୍ଦ୍ରାଙ୍କର ଗିରଫ ପରେ ଶିଳ୍ପା ଶେଟ୍ଟୀ ନିଜର ଲାଇଫ୍କୁ ଟ୍ରାକ୍କୁ ଆଣୁଛନ୍ତି । ଗତ ଦିନ ଗୁଡ଼ିକରେ ସେ ସୁପର ଡ୍ୟାନ୍ସର ୪ ର ସେଟ୍କୁ ଫେରିଛନ୍ତି । ଏବେ ସେ ନିଜର ଯୋଗାସନର ଭିଡ଼ିଓ ସେୟାର କରିଛନ୍ତି । ଶିଳ୍ପା ଭିଡ଼ିଓ ସହ ଲେଖିଛନ୍ତି , ତାହା ହାଇ ପଏଣ୍ଟ ହେଉ ବା ଲୋ , ମୁଁ କେବଳ ଯୋଗର ସାହାରା ନେଇଥାଏ । ମୋତେ ପଜିଟିଭ୍ , ଫୋକସ୍ଡ ଓ ବାଲାନ୍ସଡ୍ ରଖିବାର ଏହା ସବୁଠୁ ଭଲ ଉପାୟ । ସବୁଠୁ ଶାନ୍ତ , ଉର୍ଜାବାନ ଓ ଶକ୍ତି ଦେବାର ରୁଟିନ୍ ହେଉଛି ବୀରଭଦ୍ରାସନ , ମଳାସନ ଓ ଡାଇନେମିକ୍ ହିପ୍ ଓପନିଂ ଫ୍ଲୋ ।
ଶିଳ୍ପା କହିଛନ୍ତି ଏହି ଯୋଗ ଆସନକୁ ପ୍ରତିଦିନ ରୁଟିନ୍ରେ ସାମିଲ କରିବାରେ ଅନେକ ଫାଇଦା ହୋଇଥାଏ । ବୀରଭଦ୍ରାସନ ଶରୀରର ଆକାରରୁ ଠିକ୍ କରିଥାଏ । ଫୋକସ , ବାଲାନ୍ସ , ଷ୍ଟାବିଲିଟି ଓ ସର୍କୁଲେସନ ଓ ରିସ୍ପିରେସନରେ ବି ସାହାଯ୍ୟ କରେ । ମଳାସନ ହିପ୍ସ, ଗ୍ରୋଇନ୍ ଏରିଆକୁ ଖୋଲିଥାଏ ଏବଂ ବେକ , ଗୋଇଠି , ପିଟି ଆଦି ପାଇଁ ବହୁତ ଭଲ ହୋଇଥାଏ । ଶିଳ୍ପା ଶେଷରେ ଲେଖିଛନ୍ତି , ଏହା ସାବ୍ୟସ୍ତ କରିବାର ସମୟ , ଯୋଗରେ ହିଁ ହେବ ।