ଅକ୍ଷୟଙ୍କ ପରେ ଏବେ ଗୋବିନ୍ଦା ବି ହେଲେ କରୋନା ସଂକ୍ରମିତ, ଅଛନ୍ତି ହୋମ୍‌ କ୍ୱାରେଣ୍ଟାଇନ୍‌ରେ

ବଲିଉଡ୍‌ ଉପରେ କଳା ଛାୟା ବିସ୍ତାର କରିବାରେ ଲାଗିଛି କରୋନା। ଆଜି ସକାଳେ ସୁପରଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିବା ବେଳେ ଏବେ ଗୋବିନ୍ଦାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। କରୋନା ସଂକ୍ରମିତ ଜଣାପଡ଼ିବା ପରେ ଗୋବିନ୍ଦା ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସେ ଏବେ ନିଜ ଘରେ ହିଁ ଚିକିତ୍ସାଧୀନ ଅଛନ୍ତି। ରବିବାର ସକାଳେ କରୋନା ପଜିଟିଭ ହୋଇଥିବା ଜାଣିବା ପରେ ଗୋବିନ୍ଦା ନିଜ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।

ଫିଲ୍ମ େଓ୍ଵବ୍‌ସାଇଟ୍‌ ମୁତାବକ, ନିଜ ସ୍ୱାସ୍ଥାବସ୍ଥା ବିଷୟରେ କହିବା ଅବସରରେ ଗୋବିନ୍ଦା କହିଛନ୍ତି, ମୁଁ ନିଜ ଟେଷ୍ଟ କରାଇଛି ଓ ଭାଇରସ୍‌ ଠାରୁ ଦୂରରେ ରହିବାକୁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି। ଆଜି ସକାଳେ ହାଲ୍‌କା ଲକ୍ଷଣ ସହ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଘରର ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ପତ୍ନୀ ସୁନିତା କିଛି ସପ୍ତାହ ପୂର୍ବରୁ କରୋନାରୁ ସୁସ୍ଥ ହୋଇଛନ୍ତି।

ଗୋବିନ୍ଦା କହିଛନ୍ତି, ଏବେ ମୁଁ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ଓ ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରୁଛି। ମୁଁ ସମସ୍ତଙ୍କୁ ସତର୍କ କରିବାକୁ ଅନୁରୋଧ କରୁଛି। ଦୟାକରି ନିଜର ଯତ୍ନ ନିଅନ୍ତୁ। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ମଧ୍ୟରେ ବଲିଉଡ୍‌ର ଅକ୍ଷୟ କୁମାର, କାର୍ତ୍ତିକ ଆର୍ଯ୍ୟନ, ରଣବୀର କପୁର ଓ ପରେଶ ରାଓ୍ଵଲ ପ୍ରମୁଖ କରୋନା ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.