କରୋନା ପ୍ରଭାବ, ଚଳିତ ବର୍ଷ ରିଲିଜ ହେବନି ଭାଇଜାନଙ୍କ କୌଣସି ଫିଲ୍ମ

ବଲିଉଡ଼ ଜଗତର ଦବଂଗ ଖାନ ଭାବେ ଜଣା ଭାଇଜାନ ସଲମାନଙ୍କ “ରାଧେ – ୟୋର ମୋଷ୍ଟ ୱାଣ୍ଟେଡ ଭାଇ ” ଚଳିତ ବର୍ଷ ରିଲିଜ ହେବା ନେଇ ଆଶା ମଉଳି ବାରେ ଲାଗିଛି । ମିଳିଥିବା ଖବର ଅନୁଯାୟୀ ସଲମାନ ନିଜର ଏହି ଫିଲ୍ମର ବାକି ସୁଟିଂଗ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଟାଳି ଦେଇଛନ୍ତି । ଆସନ୍ତା ଦୀପାବଳି ଅବସରରେ ରିଲିଜ ହେବା ନେଇ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହି ଆଶା ଧୀରେ ଧୀରେ ମଉଳୁ ଥିବା ଦେଖାଦେଉଛି । ଦେଶରେ ଲକଡାଉନ ସ୍ଥିତି ଜାରି ହେବା ପରଠାରୁ ହିଁ ସଲମାନ ପ୍ୟାନବେଳ ଠାରେ ଥିବା ନିଜ ଫାର୍ମ ହାଉସରେ ସମୟ କାଟି ଆସୁଥିଲେ । ଖବର ଅନୁଯାୟୀ, ନିଜ ଏହି ଫିଲ୍ମର ବାକି ସୁଟିଙ୍ଗ ନେଇ ସଲମାନ ଫିଲ୍ମ ନିର୍ମାତା ଅତୁଳ ଅଗ୍ନିହୋତ୍ରୀ, ସୋହେଲ ଖାନ ଓ ନିଖିଳ ନାମିତଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଭାଇଯାନ ନିଷ୍ପତ୍ତି ନେଇଥିଲେକି ଏପରି ପରିସ୍ଥିତିରେ କୌଣସି ସ୍ଟୁଡ଼ିଓରେ ସୁଟିଙ୍ଗ କରିବା ଉଭୟ କଳାକାର ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବ ।

radhe

ଏପରି ସ୍ଥିତିରେ ଖୋଲା ସ୍ଥାନରେ ବି ସୁଟିଙ୍ଗ ଜାରି ରଖିବା ଜମା ବି ନିରାପଦ ନୁହେଁ । ତେଣୁ ଏହାକୁ ଅକ୍ଟୋବର ଶେଷ ସପ୍ତାହ ପର୍ଯ୍ୟନ୍ତ ଟାଳି ଦିଆଯାଇଛି । ” ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ” ଦ୍ୱାରା ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ କରୋନା ବାୟୁ ଦ୍ୱାରା ବି ବ୍ୟାପିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭାଇଜାନ ନିଜର ସମସ୍ତ ସୁଟିଂ ବାତିଲ କରିଥିବା କହିଛନ୍ତି । ନିଜ ଟିମର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଥିବା କହିଛନ୍ତି ସଲମାନ । ଏହି କାରଣରୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଆସନ୍ତା ଦୀପାବଳିରେ ତାଙ୍କ ଏହି ଫିଲ୍ମ ରିଲିଜ ହେବାର ସମ୍ଭାବନା ନାହିଁ । ତେଣୁ ନିଜର ଏହି ସିନେମା ରିଲିଜ କରିବାକୁ ଭାଇଜାନ ଆସନ୍ତା ବର୍ଷର କୌଣସି ଦିନକୁ ବାଛି ପାରନ୍ତି ବୋଲି ଆଶା କରାଯାଉଛି । ସେପର୍ଯ୍ୟନ୍ତ ହୁଏତ ଦେଶର ସମସ୍ତ ସିନେମା ହଲ ଗୁଡ଼ିକ ବି ଖୋଲି ଯାଇଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.