ନିର୍ଭୟା ଦୋଷୀଙ୍କୁ ମିଳିଲା ଫାଶୀ: ଖୁସିରେ ଝୁମି ଉଠିଲେ ବଲିଉଡ୍‌ ଷ୍ଟାର, ରଖିଲେ ଏଭଳି ପ୍ରତିକ୍ରିୟା

ଗତ ୨୦୧୨ ମସିହାରେ ଭାରତର ରାଜଧାନୀ ଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ କାଣ୍ଡରେ ଆଜି ୭ବର୍ଷ ୩ମାସ ୪ଦିନ ପରେ ନ୍ୟାୟ ମିଳିଛି। ତିହାଡ ଜେଲର ଫାଶୀ ଘରେ ଆଜି ସକାଳ ଠିକ୍‌ ୫.୩୦ରେ ନିର୍ଭୟାର ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ନିର୍ଭୟା ଦୋଷୀ ବିନୟ, ଅକ୍ଷୟ, ମୁକେଶ ଏବଂ ପବନ ଗୁପ୍ତା ଏକାଠି ଫାଶୀ ଖୁଣ୍ଟରେ ଝୁଲିଥିଲେ। ଯାହାଫଳରେ ପୁରା ଦେଶରେ ଖୁସିର ଲହରୀ ଖେଳିବା ସହ ନିର୍ଭୟା ମା’ଙ୍କୁ ସନ୍ତୁଷ୍ଟି ମିଳିଛି। ବଲଲିଉଡର ଷ୍ଟାରମାନେ ମଧ୍ୟ ଦେଶର ଝିଅକୁ ନ୍ୟାୟ ଦେବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ନିର୍ଭୟା ଆନ୍ଦୋଳନ ସମୟରେ ଅନେକ ବଲିଉଡ ଷ୍ଟାରମାନେ ମଧ୍ୟ ସ୍ୱରଉତ୍ତୋଳନ କରିଥିଲେ। ବର୍ତ୍ତମାନ ୪ଜଣ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ପରେ ବଲିଉଡରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

riteshଅଭିନେତା ରିତେଶ ଦେଶମୁଖ ନିଜର ଖୁସି ଜାହିର୍‌ କରିବା ସହ ପ୍ରତିକ୍ରିୟା ମାଧ୍ୟମରେ ଜଣାଇଛନ୍ତି, ‘ନିର୍ଭୟାଙ୍କ ମାତା-ପିତା ଏବଂ ତାଙ୍କ ସାଙ୍ଗମାନଙ୍କ ସହ ମୋର ସମ୍ଭେଦନା ରହିଛି। ବିଳମ୍ବ ହେଇଛି ସତ କିନ୍ତୁ ନ୍ୟାୟ ମିଳିଛି।’

taapseeପ୍ରମୁଖ ଘଟଣା ଗୁଡିକରେ ନିଜର ମତ ରଖୁଥିବା ବଲିଉଡ ଷ୍ଟାର ତାପସୀ ପନ୍ନୁଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଟ୍ଵିଟ୍‌ ଜରିଆରେ ତାପସୀ କହିଛନ୍ତି, ‘ବର୍ତ୍ତମାନ ନିର୍ଭୟାଙ୍କ ମା ଏବଂ ତାଙ୍କ ପରିବାର ସଦସ୍ୟ ଶାନ୍ତିରେ ଶୋଇପାରିବେ। ଏହା ଖୁବ୍‌ ଲମ୍ବା ଏବଂ ସଂଘର୍ଷମୟ ଲଢେଇ ଥିଲା।

Sushmitaଅଭିନେତା ସୁଷ୍ମିତା ସେନ୍‌ ଟ୍ଵିଟ କରି ନିର୍ଭୟା ମା’ ଆଶା ଦେବୀଙ୍କୁ ପ୍ରଶଂସା କରିଛନ୍ତି। ଟ୍ଵିଟ୍‌ ଜରିଆରେ ସୁଷ୍ମିତା ଲେଖିଛନ୍ତି, ‘ମା’ଙ୍କ ଧର୍ଯ୍ୟ ଏବଂ ସହନଶକ୍ତିଙ୍କୁ ନ୍ୟାୟ ମିଳିଛି। ଶେଷରେ ମିଳିଲା ନ୍ୟାୟ।’

RishiKapoorଋଷି କପୁର ଟ୍ଵିଟ ମାଧ୍ୟମରେ ଲେଖିଛନ୍ତି, ‘ଯେସି କରନି େଓ୍ଵସି ଭରନି’ ଏହି ଉଦାହରଣ କେବଳ ଭାରତରେ ନୁହେଁ ବରଂ ବିଶ୍ୱରେ ସ୍ଥାପିତ। ବଳତ୍କାରୀଙ୍କ ପାଇଁ ଦଣ୍ଡ ହେଉଛି ମୃତ୍ୟୁ। ଆପଣ ମହିଳାଙ୍କ ସମ୍ମାନ କରିବା ଉଚିତ। ସେହି ଲୋକମାନଙ୍କ ଉପରେ ଲାଜ ଆସୁଛି, ଯେଉଁମାନେ ଫାଶୀ ଦେବାରେ ଏତେ ବିଳମ୍ବ କରିଛନ୍ତି। ‘ଜୟ ହିନ୍ଦ!’

MADHURନିର୍ଦେଶକ ମଧୁର ଭଣ୍ଡାରକର ଟ୍ଵିଟ ଜରିଆରେ ଲେଖିଛନ୍ତି, ‘ଯାହା ହେଉ ଶେଷରେ ନ୍ୟାୟ ମିଳିଲା। ର୍ମୁ ହାତ ଯୋଡି ତାଙ୍କ ମାତା-ପିତାଙ୍କ ପାଇଁ ଆବଶ୍ୟକ ମାନସିକ ଶାନ୍ତି ପାଇଁ ପ୍ରାର୍ଥନା କରୁଛି।

 

ଜାଣନ୍ତୁ କ’ଣ ଥିଲା ପୁରା ଘଟଣା?

nirbhaya-case_ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୀର୍ଘ ୭ ବର୍ଷ ୩ମାସ ୩ଦିନ ପରେ ଅନ୍ତ ଘଟିଛି। ଶେଷରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ସେଦିନର ସେହି କଳା ରାତି ଆଜିବି ସମସ୍ତଙ୍କ ଛାତି ଥରାଇ ଦେଉଛି। ୨୦୧୨ ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଏହି ଲୋମହର୍ଷକ ଘଟଣା। ଯାହା ପୁରା ଦେଶକୁ ଦୋହଲାଇ ଦେଇଥିଲା। ଚଳନ୍ତା ବସରେ ରାକ୍ଷାସ ପାଲଟି ଯାଇଥିଲେ ୬ଜଣ ନର ରାକ୍ଷାସ। ୨୩ ବର୍ଷିୟା ପାରମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ । ଦୁଷ୍କର୍ମ ପରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତ୍ତି କରିଦେଇଥିଲେ। ଘଟଣାର ୧୩ ଦିନ ପରେ ଆଖି ବୁଜିଥିଲେ ପୀଡ଼ିତା । ଏହାପରେ ଜଳିଥିଲା ସାରା ଦେଶ। ଗିରଫ ହୋଇଥିଲେ ୬ଜଣ ପିଶାଚ। ୨୦୧୩ରେ ତିହାର ଜେଲର ଫାଶୀ ଲଗାଇଥିଲା ଦୋଷୀ ରାମ ସିଂ। ଜଣେ ନାବାଳକ ଅଭିଯୁକ୍ତକୁ ସୁଧାର ଗୃହରେ ରଖାଯିବା ପରେ ଛାଡି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.