‘ଗୁଟ୍‌କା କିଙ୍ଗ୍‌’ ଟ୍ୟାଗ୍‌ କୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ଜବାବ ଦେଲେ ସୁନୀଲ ସେଟ୍ଟି, କହିଲେ : ‘ଭାଇ ତୁ ଆପ୍‌ନା ଚସ୍‌ମା ଆଡଜଷ୍ଟ୍‌ କର ଲେ ୟା…

‘ପାନ ମସାଲା’ ବ୍ରାଣ୍ଡ୍‌କୁ ନେଇ ବିବାଦ ଶେଷ ହେବାର ନାଁ ନେଉନି। ଗତ କିଛି ମାସ ପୂର୍ବେ ଅଜୟ ଦେବଗନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କୁ ତମାଖୁ ବ୍ରାଣ୍ଡର ପ୍ରମୋସନ ହେତୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା, ଏହା ପରେ ଅକ୍ଷୟ କୁମାର ଫ୍ୟାନ୍ସଙ୍କ ନିକଟରେ କ୍ଷମା ମାଗିଥିଲେ।ଏହି ବିଜ୍ଞାପନ ବାବଦରେ ପାଇଥିବା ସମସ୍ତ ଟଙ୍କାକୁ ସେ ଏକ ଭଲ କାମରେ ଲଗାଇବେ ବୋଲି କହିଥିଲେ। ନିକଟରେ ପୁଣି ଜଣେ ଟ୍ବିଟର ୟୁଜର ଅଜୟ ଦେବଗନ, ଶାହରୁଖ ଖାନ୍‌ ଏବଂ ଅକ୍ଷୟ କୁମାର ଥିବା ଏହି ସମାନ ହୋର୍ଡିଂର ବିଜ୍ଞାପନକୁ ବିରୋଧ କରିଛନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଏହି ତିନିଜଣଙ୍କୁ ଟ୍ୟାଗ୍ କରିବାବେଳେ ଏପରି ଭୁଲ୍ କରିଥିଲେ, ଯାହା ସୁନୀଲ ଶେଟ୍ଟୀଙ୍କୁ କ୍ରୋଧିତ କରିଥିଲା।

ଏକ ଟ୍ବିଟ୍‌ କରି ସେ ଲେଖିଛନ୍ତି , ‘ ଇତ୍‌ନେ ଆଡ୍‌ ଦେଖ୍‌ ଲିଏ ଇସ୍‌ ହାଇୱେ ପେ କି ଅବ୍‌ ଗୁଟ୍‌ଖା ଖାନେ କା ମନ କର୍‌ ରହା ହେ’। ଅନ୍ୟ ଜଣେ ଟ୍ବିଟର ୟୁଜର ଏହି ସମାନ ପୋଷ୍ଟ୍‌କୁ ପୁଣିଥ‌ରେ ସେୟାର କରି ଏଥିରେ ସେ ଭୁଲ୍‌ରେ ସୁନୀଲ ସେଟ୍ଟିଙ୍କୁ ଟ୍ୟାଗ୍‌ କରିଛନ୍ତି। ସମ୍ପୃକ୍ତ ୟୁଜର ଜଣଙ୍କ ସୁନୀଲ ସେଟ୍ଟିଙ୍କୁ ଗୁଟ୍‌କା କିଙ୍ଗ୍‌ କହିଛନ୍ତି। ତେବେ ସୁନୀଲ ଏଥିରେ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି, ‘ ଭାଇ ତୁ ଆପ୍‌ନା ଚସ୍‌ମା ଆଡଜଷ୍ଟ୍‌ କର ଲେ ୟା ବଦଲ୍‌ ଦେ’। ତେବେ ଏହାପରେ ୟୁଜର ଜଣଙ୍କ ନିଜ ଭୁଲ୍‌ ଜାଣିବାପରେ ସେ ତୁରନ୍ତ ସୁନୀଲ ସେଟ୍ଟିଙ୍କୁ କ୍ଷମା ମାଗିଥିଲେ। ଏହା ଅଜୟ ଦେବଗନଙ୍କ ପାଇଁ ଥିଲା, ଯେହେତୁ ମୁଁ ଆପଣଙ୍କର ବଡ ପ୍ରଶଂସକ ତେଣୁ ଆପଣଙ୍କ ନାମ ସର୍ବଦା ମୋ ଟ୍ୟାଗ୍ ଉପରେ ରହିଥାଏ | ଭୁଲ୍‌ବଶତଃ ସେ ଏମିତି କରିଦେଇଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.