୨୦ ବର୍ଷ ପରେ ପୁଣି ପରଦାକୁ ଫେରିବ ‘ବୀର ଜରା’ ପ୍ରଥମ ଥର ପାଇଁ ସାଉଦି ଆରବରେ ହେବ ପ୍ରିମିୟର

ସୁପରଷ୍ଟାର ଶାହାରୁଖ ଖାନ୍‌ ଏବଂ ପ୍ରୀତି ଜିଣ୍ଟାଙ୍କ ଫିଲ୍ମ ‘ବୀର ଜରା’କୁ ୨୦ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ ଫିଲ୍ମଟି ସାରା ବଶ୍ୱରେ ଆଉଥରେ ରିଲିଜି ହେବ । ନଭେମ୍ବର ୧୨ରେ ଫିଲ୍ମ୍‌ ରିଲିଜକୁ ୨୦ ବର୍ଷ ପୁରଣ ହେବ । ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ବ୍ଲକବଷ୍ଟର ଫିଲ୍ମ ‘ବୀର ଜରା’ ନଭେମ୍ବର ୭ ରୁ ୬୦୦ ପରଦାରେ ଆନ୍ତର୍ଜାତୀୟ ସ୍ତରରେ ଆଉଥରେ ରିଲିଜ୍‌ ହେବାକୁ ପ୍ରସ୍ତୁତ ହେଉଛି ।

ଏହା ପ୍ରଥମ ଥର ପାଇଁ ସାଉଦି ଆରବରେ ମଧ୍ୟ ପ୍ରିମିୟର ହେବ । ଏହା ପରେ ଓମାନ ଏବଂ କତାରରେ ମଧ୍ୟ ଏହି ଶୋ ଚାଲିବ । ଶାହାରୁଖ ଖାନ୍‌, ପ୍ରୀତି ଜିଣ୍ଟା ଏବଂ ରାନୀ ମୁଖାର୍ଜୀଙ୍କ ଅଭିନୀତ ବୀର ଜରା ସର୍ବକାଳୀନ ଭାରତୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ବୀର ଜରା ଆମେରିକା, କାନାଡା, ୟୁଏଇ, ସାଉଦି ଆରବ, ଓମାନ, କାତାର, ବହାରେନ, କୁଏତ, ବ୍ରିଟେନ, ଆୟର୍ଲାଣ୍ଡ, ଜର୍ମାନୀ, ଅଷ୍ଟ୍ରଆ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନୁ୍ୟଜଲ୍ୟାଣ୍ଡ, ଫିଜିରେ ଆଉଥରେ ରିଲିଜ୍‌ ହେବ । ଏହା ସହିତ ସିଙ୍ଗାପୁର , ମାଲେସିଆ ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏହି ଫିଲ୍ମ ଚାଲିବ ।

ରିପୋର୍ଟ ଅନୁସାରେ ଏହି ଫିଲ୍ମଟି ୧୨ ନଭେମ୍ବର ୨୦୦୪ ରେ ରିଲିଜ୍‌ ହୋଇଥିଲା । ଚଳିତ ବର୍ଷ ଫିଲ୍ମକୁ ୨୦ ବର୍ଷ ପୂରା ହେବାକୁ ଯାଉଛି । ଏହି ଅବସରରେ ଫିଲ୍ମଟି ଆଉ ଥରେ ହଲ୍ ରିଲିଜ୍‌ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେଇଥିଲେ ୟଶ ଚୋପ୍ରା । ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍‌ ହୋଇଥିଲା । ୨୩ କୋଟି ଟଙ୍କା ବଜେଟରେ ଏହି ଫିଲ୍ମଟି ତିଆରି ହୋଇଥିଲା । ଏହା ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ଏକ ସୁପରହିଟ ଫିଲ୍ମ ଥଲା । ‘ବୀର ଜରା’ ଫିଲ୍ମ ଭାରତରେ ୬୦ କୋଟି ଟଙ୍କା ରୋଜଗାର କରିଥିଲା । ଶାହାରୁଖ ଖାନ୍‌, ପ୍ରୀତି ଜିଣ୍ଟାଙ୍କ ସହ ରାନୀ ମୁଖାର୍ଜୀ ଏବଂ ମନୋଜ ବାଜପେୟୀ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ।

You might also like