ମହେଶ ବାବୁଙ୍କୁ କଡ଼ା ଜବାବ ଦେଲେ ସୁନୀଲ ସେଟ୍ଟୀ, କହିଲେ: ବାପା ସବୁବେଳେ ବାପା…

ସୁନୀଲ ସେଟ୍ଟୀ ବଲିଉଡର ଜଣେ ଜଣାଶୁଣା ଅଭିନେତା ଏବଂ ସେ ଏକରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି। ନିକଟରେ ତାଙ୍କୁ ସାଉଥ ବନାମ ବଲିଉଡ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବ ଦେଇ ଅଭିନେତା କହିଛନ୍ତି ଯେ ବାପା ସର୍ବଦା ବାପା ହୋଇଥାଏ । ନିକଟରେ ହେବାକୁ ଥିବା ଫିଲ୍ମ “ମେଜର” ର ଟ୍ରେଲର ଲଞ୍ଚ ସମୟରେ ସାଉଥ ସୁପରଷ୍ଟାର ମହେଶ ବାବାଙ୍କୁ ତାଙ୍କ ବଲିଉଡ ଡେବ୍ୟୁ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ ସେ କହିଥିଲେ ଯେ ବଲିଉଡ ମୋତେ ଅର୍ଥ ଦେଇପାରିବ ନାହିଁ। ଯାହାକୁ ନେଇ ସମସ୍ତ ସେଲିବ୍ରିଟିମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି।
ଏହାପୂର୍ବରୁ ସୋସିଆଲ ମିଡିଆ ଜରିଆରେ ସାଉଥ ସୁପରଷ୍ଟାର କିଚ୍ଚା ସୁଦୀପ ଏବଂ ଅଜୟ ଦେବଗନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କେବଳ ସେତିକି ନୁହେଁ, ଏହି ବିବାଦରେ ରାମ ଗୋପାଳ ଭର୍ମା, ସୋନୁ ସୁଦ ଏବଂ ସୋନୁ ନିଗମଙ୍କ ସମେତ ଅନେକ ସେଲିବ୍ରେଟ ନିଜର ମତ ଦେଇଛନ୍ତି। ନିକଟରେ କିଛି ସାଉଥ ଫିଲ୍ମ ଦେଶ ତଥା ବିଶ୍ୱରେ ହିଟ୍ ହେବା ପରେ ଆକ୍ଟର ମାନେ ବଲିଉଡ ବିଷୟରେ କଥାବାର୍ତ୍ତା କରିବା ଆରମ୍ଭ କରଦେଲେଣି। ଏପରିକି ନିଜକୁ ଭଲ କହି ପ୍ରଶଂସା ନେଉଛନ୍ତି।
ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁନୀଲ ଶେଟ୍ଟୀ କହିଛନ୍ତି ଯେ ସେ ସାଉଥରୁ ଆସିଥିଲେ ମଧ୍ୟ ତାଙ୍କ କର୍ମଭୂମି ମୁମ୍ବାଇ। ତାଙ୍କୁ ଲାଗୁଛି ଯେ ସାଉଥ ବନାମ ବଲିଉଡର ବିବାଦ ସୋଶାଲ ମିଡିଆରୁ ହିଁ ଆରମ୍ଭ ହୋଇଛି। ଏଠି ସମସ୍ତେ ଭାରତୀୟ। ଉଦାହରଣ ସ୍ୱରୂପ- ଯଦି ଆପଣ ଡିଜିଟାଲ ପ୍ଲାଟଫର୍ମ ଦେଖିବେ, ତା’ହେଲେ ସେଠାରେ ଭାଷା ଗୁରୁତ୍ୱପୂର୍ଣ୍ଣ ନୁହେଁ। ବରଂ କଣ୍ଟେଣ୍ଟ ଅଧିକ ଗୁରୁତ୍ୱ ରଖିଥାଏ। ସତ କଥା ହେଲା ଦର୍ଶକମାନେ ହିଁ କ’ଣ ଦେଖିବେ ଓ କ’ଣ ଦେଖିବେ ନାହିଁ , ତା’ର ନିଷ୍ପତ୍ତି ସେମାନେ ନିଅନ୍ତି ବୋଲି ସୁନୀଲ କହିଛନ୍ତି।
ସେ କହିଛନ୍ତି, “ସବୁଠାରୁ ଚିନ୍ତାର ବିଷୟ ହେଲା ଆମେ ଦର୍ଶକଙ୍କୁ ଭୁଲି ଯାଉଛେ। ଆମକୁ କଣ୍ଟେଣ୍ଟ ଉପରେ କାମ କରିବାକୁ ପଡ଼ିବ। ସିନେମାରେ ସବୁବେଳେ ଲୋକ କୁହନ୍ତି ଯେ ସିନେମା ହେଉ କି ଓଟିଟି, ବାପା ସବୁବେଳେ ବାପା ଓ ପରିବାର ଲୋକ ସବୁବେଳେ ପରିବାର ଲୋକ ଏବଂ ବଲିଉଡ ସବୁବେଳେ ବଲିଉଡ ହୋଇ ରହିବ।”