‘‘ୟେ ଜୱାନୀ ହେ ଦୀୱାନୀ’’ କୁ ପୁରିଲା ୧୧ ବର୍ଷ, ରଣବୀର କପୁର ଏବଂ ଦୀପିକା ପାଦୁକୋନଙ୍କୁ ମନେ ପକାଉଛନ୍ତି ଫ୍ୟାନ୍ସ

ଆୟାନ୍ ମୁଖାର୍ଜୀଙ୍କ ନିଦ୍ଦେର୍ଶିତ ରୋମାଣ୍ଟିକ୍-କମେଡି ଡ୍ରାମା ‘‘ୟେ ଜୱାନୀ ହେ ଦୀୱାନୀ’’ ୨୦୧୩ ମସିହାରେ ଏକ ସୁପରହିଟ୍ ଚଳଚ୍ଚିତ୍ର ଥିଲା, ଯାହା ସର୍ବୋଚ୍ଚ ଗ୍ରସିଂ ଇଣ୍ଡିଆନ୍ ଚଳଚ୍ଚିତ୍ରରେ ୪୮ ନମ୍ବରରେ ଅଛି ।

ୟେ ଜୱାନୀ ହେ ଦୀୱାନୀ’ ର କାହାଣୀ ଏବଂ ଚରିତ୍ର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ଦୀପିକା ପାଦୁକୋନଙ୍କ ଯୋଡି ମଧ୍ୟ ସୁପର ହିଟ୍ ହୋଇଥିଲା । ଗତକାଲି ଏହି ଚଳଚ୍ଚିତ୍ରକୁ ୧୧ ବର୍ଷ ଛୁଇଁଲା ଏବଂ ନିର୍ମାତାମାନେ ଏହି ଚଳଚ୍ଚିତ୍ର ସହିତ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରି ଫ୍ରଶଂସକଙ୍କ ସ୍ମୃତିକୁ ମନେପକାଇ ଦେଇଛନ୍ତି ।

ବାସ୍ତବରେ ଡିସେମ୍ବର ୨୩ ରେ ଧର୍ମ ପ୍ରଡକ୍ସନର ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘‘ୟେ ଜୱାନୀ ହେ ଦିୱାନୀ’’ ସହ ଜଡିତ ଥିବା ଏକ ପୋଷ୍ଟ ସେୟାର କରାଯାଇଥିଲା । ଫିଲ୍ମର ଏକ ସିନରୁ ନିଆଯାଇଥିବା ଫଟୋରେ ରଣବୀର କପୁର, ଦୀପିକା ପାଦୁକୋନ୍, ଅଦିତୀ ଏବଂ ଅବିନାସ୍ ପାହାଡ ଉଚ୍ଚତାରେ ଛିଡାହୋଇ ଚିଲାଇବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାସହ ସେମାନଙ୍କର ଚେହେରା ଦେଖାଯାଉ ନାହିଁ । ଯାହାକୁ ଦେଖି ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।

ଏହି ଚଳଚ୍ଚିତ୍ରରେ ରଣବୀର କପୁର ,ଦୀପିକା ପାଦୁକୋନ୍, ଆଦିତ୍ୟ ରୟ କପୁର୍, କୁନାଲ ରୟ, ଫାରୁକ୍ ଶେଖ ଏବଂ ତନଭି ଆଜମୀ ଆୟାନ ମୁଖାର୍ଜୀଙ୍କ ନିଦ୍ଦେର୍ଶିତ ‘ୟେ ଜୱାନୀ ହେ ଦିୱାନୀରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।