ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ୍‌ର ଚର୍ଚ୍ଚିତ ନାୟିକା ତବୁ, ୫୩ ବର୍ଷରେ ବି କରୁଛନ୍ତି ବଲିଉଡରେ ରାଜ

ବଲିଉଡ୍‌ର ଜଣେ ଚର୍ଚ୍ଚିତ ନାୟିକା ହେଉଛନ୍ତି ତବୁ । ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀ ତବୁ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ ଲୋକପ୍ରିୟ । ବଲିଉଡରୁ ସାଉଥ ପର୍ଯ୍ୟନ୍ତ ସେ ନିଜ ଲୁକ୍ ଏବଂ ହିଟ୍ ଫିଲ୍ମ ସହିତ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ଯେତେବେଳେ ବି ଅଭିନେତ୍ରୀ ବଡ଼ ପରଦାରେ ଆସନ୍ତି ଦର୍ଶକ ତାଙ୍କ ଦମଦାର ଅଭିନୟ, ଅନ୍ଦାଜ ଏବଂ ସୌନ୍ଦର୍ଯ୍ୟ ଦେଖି ଦିୱାନା ହୋଇଯାଆନ୍ତି । ସେ ‘ଚାନ୍ଦନୀ ବାର୍’ ରୁ ‘ହାଇଦର’ ଭଳି ଚଳଚ୍ଚିତ୍ରରେ ଜବରଦସ୍ତ ଚରିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଅନେକ ସୁନାମ ମିଳିଥିଲା ।

ତବୁଙ୍କ ଭଳି ଜଣେ ଆତ୍ମନିର୍ଭରଶୀଳ ତଥା ସଫଳ ଅଭିନେତ୍ରୀ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ନିଜ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ପାଇଁ ବେଶ ଫେମସ୍ । ବଲିଉଡ ଏବଂ ସାଉଥରେ ଧମାକା କରିବା ପରେ ଏବେ ତବୁଙ୍କୁ ଖୁବ୍ ଶୀଘ୍ର ଏକ ହଲିଉଡ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ । ତବୁ ଆଜି ତାଙ୍କର ୫୩ ତମ ଜନ୍ମଦିନ ପାଳନ କରୁଛନ୍ତି । ତବୁଙ୍କ ବଡ ଭଉଣୀ ଫରହା ମଧ୍ୟ ୮୦-୯୦ ଦଶକରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଏହି ଅଭିନେତ୍ରୀ ‘ହମ୍ ନୌଜୱାନ୍’ ଫିଲ୍ମ ସହିତ ଶିଶୁ କଳାକାର ଭାବରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ।

ଏହି ଅଭିନେତ୍ରୀ ମାତ୍ର ୧୪ ବର୍ଷ ବୟସରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତବୁ ୩୯ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ଟିଭ ଥିଲେ । ସେ ଭେଙ୍କଟେଶଙ୍କ ବିପକ୍ଷରେ ତେଲୁଗୁ ଫିଲ୍ମ ‘କୁଲି ନମ୍ବର 1’ରେ ମୁଖ୍ୟ ଅଭିନେତ୍ରୀ ଭାବରେ ୧୯୯୧ ରେ ସାଉଥରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ତବୁ ଜଣେ ମହାନ ଅଭିନେତ୍ରୀ, ଯିଏ ‘ଜୀତ୍’, ‘ସାଜନ ଚଲେ ସସୁରାଲ୍’ ଠାରୁ ‘ହାଇଦର’, ‘ମକବୁଲ୍’ ଏବଂ ‘ଚାନ୍ଦନୀ ବାର୍’ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଫିଲ୍ମରେ କାମ କରିଛନ୍ତି ।

ସେ ଶେଷ ଥର ପାଇଁ ହିଟ୍ କମେଡି ଫିଲ୍ମ ‘କ୍ରୁ’ରେ ନଜର ଆସିଥିଲେ । ଶାହାରୁଖ ଖାନ ଏବଂ ରଣବୀର କପୁରଙ୍କ ପରେ ତବୁ ହେଉଛନ୍ତି ଏକମାତ୍ର ଅଭିନେତ୍ରୀ ଯିଏ କି ପୋଷ୍ଟ କୋଭିଡ୍ ପରେ ୩ଟି ହିଟ୍ ଫିଲ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ସେ ମ୍ୟାକ୍ସ ସିରିଜ୍ ଫିଲ୍ମ’ ଡ୍ୟୁନ୍: ପ୍ରୋଫେନ୍ସି’ରେ ମଧ୍ୟ ନଜର ଆସିବେ । ସେ ୨ ଟି ନ୍ୟାସନାଲ ଫିଲ୍ମ ପୁରସ୍କାର, ୭ ଟି ଫିଲ୍ମଫେୟାର ପୁରସ୍କାର ଏବଂ ୨ ଟି ସାଉଥ୍ ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ୨୦୧୧ ରେ ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।

You might also like