ଭାଙ୍ଗିଗଲା ବଲିଉଡର ସୁପରହିଟ ଯୋଡି, ଅର୍ଜୁନ ଓ ମଲାଇକାଙ୍କର ହେଲା ବ୍ରେକଅପ
ମଲାଇକା ଅରୋଡା ଏବଂ ଅର୍ଜୁନ କପୁର ଦିନେ ବଲିଉଡର ସବୁଠାରୁ ଅଧିକ ପରିଚିତ ଦମ୍ପତି ଥିଲେ । ଏହି ଦମ୍ପତି ଯେତେବେଳେ ରିଲେସନସିପରେ ରହିଥିଲେ ସେହି ସମୟରେ ଏମାନଙ୍କ ମଧ୍ୟରେ ରହିଥିବା ବୟସ ବ୍ୟବଧାନକୁ ନେଇ ବହୁତ ଜଣ ସେମାନଙ୍କୁ ଟ୍ରୋଲିଙ୍ଗ କରିଥିଲେ । ଏହାରି ଭିତରେ ମଲାଇକା ଅରୋଡା ଏବଂ ଅର୍ଜୁନ କପୁରଙ୍କ ଏହି ବର୍ଷରେ ବ୍ରେକଅପ ହୋଇଯାଇଛି ।
ଏହାରି ମଧ୍ୟରେ ଅର୍ଜୁନ କପୁର ଏକ ପବ୍ଲିକ ଇଭେଣ୍ଟରେ ସେ ସିଙ୍ଗଲ ରହିଥିବା ସମ୍ପର୍କରେ ମୁହଁ ଖୋଲିଛନ୍ତି । କିନ୍ତୁ ଅର୍ଜୁନ କପୁରଙ୍କ ଏହି କଥାରେ ମଲାଇକା ନିଜର ନୀରବତା ଭାଙ୍ଗିଛନ୍ତି । ଏକ ଇଣ୍ଟରଭିୟୁରେ ଅର୍ଜୁନ କହିଥିବା କଥା ଉପରେ ମଲାଇକା ନିଜର ମତ ପ୍ରକାଶ କରିଥିଲେ । ସେ ନୀଜ ଜୀବନର କିଛି ପର୍ସନାଲ କଥାକୁ ସମସ୍ତ ଲୋକଙ୍କ ଆଗରେ ପ୍ରକାଶ କରିବାକୁ ପସନ୍ଦ କରନ୍ତି ନାହିଁ ବୋଲି କହିଥିଲେ ।
ଅର୍ଜୁନ ଯାହା ବି କହିଲେ ତାହା ତାଙ୍କର ବୁଝାମଣା ଉପରେ ନିର୍ଭର କରେ । ଗତବର୍ଷ କିଛି ଚ୍ୟାଲେଞ୍ଜର ଶିକାର ହୋଇଥିବା ବେଳେ ସେ ଏହି କଥାରେ ଜୋର ଦେଇଥିଲେ ଏହା ସମସ୍ତଙ୍କ ପାଇଁ ଆଗକୁ ବଢିବା ସହିତ ଆସୁଥିବା ନୁଆଁ ବର୍ଷକୁ ଆପଣେଇବାର ସମୟ ଅଟେ । ଯାହାକି ତାଙ୍କ ଜୀବନ ପାଇଁ ଏକ ନୁଆ ଆରମ୍ଭର ସଙ୍କେତ ।
ଅର୍ଜୁନ କପୁରଙ୍କ ନୁଆ ଫିଲ୍ମ ସିଂଘମ ଏଗେନର ପ୍ରୋମସନ ପାଇଁ ମୁମ୍ବାଇରେ ଏକ ଦିୱାଲୀ ଇଭେଣ୍ଟରେ ସେ ପହଞ୍ଚିଥିଲେ । ଏହି ସମୟରେ ଭିଡରେ ଯେତେବେଳେ ମଲାଇକାଙ୍କ ନାମନେବା ଆରମ୍ଭ ହୋଇଥିଲା ସେହିସମୟରେ ଅର୍ଜୁନ ପ୍ରଥମ ଥର ପାଇଁ ନିଜ ବ୍ରେକଅପ ବିଷୟରେ କଥା ହୋଇଥିଲେ । ସେ ହସିକି ଶାନ୍ତିରେ ଉତ୍ତର ଦେଇଥିଲେ କି ସେ ସିଙ୍ଗଲ ଅଛନ୍ତି । ରିଲାକ୍ସ କର କହିଥିଲେ ।