ବଦଳିଲା ଫିଲ୍ମ ‘ହମାରେ ବାରହ’ ରିଲିଜ୍‌ ଡେଟ୍‌, ବମ୍ବେ ହାଇକୋର୍ଟ ଦେଲା ନିର୍ଦ୍ଦେଶ

ଫିଲ୍ମ ‘ହମାରେ ବାରହ’ ଜୁନ୍ ୭ ଅର୍ଥାତ ଆଜି ସିନେମା ହଲ୍‌ରେ ରିଲଜ୍‌ ହେବାରଥିଲା । କିନ୍ତୁ ଏହାକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି ଏବଂ ସେଥିପାଇଁ ବମ୍ବେ ହାଇକୋର୍ଟ ଅନ୍ନୁ କପୁରଙ୍କ ଫିଲ୍ମ ‘ହମାରେ ବାରହ’ ରିଲିଜ ଉପରେ ରୋକ୍‌ ଲଗାଇଛି । ଏହାର ନିର୍ମାତାମାନଙ୍କୁ ଫିଲ୍ମ ରିଲିଜ୍‌ ଜୁନ୍ ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ମୁଖ୍ୟ ଅଭିନେତା ଅନ୍ନୁ କପୁରଙ୍କ ସାକ୍ଷାତ ସମେତ ଅନେକ ଘଟଣା ପରେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିଛି । ଏହା ସହ ଫୋନ୍ କଲ ମାଧ୍ୟମରେ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।

ତେବେ ମୟୂର ଖଣ୍ଡେପକର, ଅନିସା ଚିମା ଏବଂ ରେଖା ମୁସଲେଙ୍କ ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ଅଜହର ତାମ୍ବୋଲିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନରେ ଏହି ଆଇନଗତ ହସ୍ତକ୍ଷେପ ଆରମ୍ଭ କରାଯାଇଛି । ଏହି ଆବେଦନରେ ଫିଲ୍ମର ବିଷୟବସ୍ତୁକୁ ଚ୍ୟାଲେଞ୍ଜ କରାଯାଇଛି, ଏହା ଇସଲାମିକ ଭାବନା ଏବଂ କୁରାନକୁ ଭୁଲ ଭାବରେ ଦର୍ଶାଉଛି ବୋଲି ଅଭିଯୋଗ ରହିଛି । ଏହା ସହ ଖଣ୍ଡେପରକର ଫିଲ୍ମର ଟ୍ରେଲରରେ ଏବଂ ଅନ୍ୟାନ୍ୟ ପ୍ରମୋସନାଲ୍‌ରେ ଦେଖିବାକୁ ମିଳିଥିବା ଆପତ୍ତିଜନକ କଥାକୁ ବିଶେଷ ଭାବରେ ଆଲୋକିତ କରିଥିଲେ ଏବଂ ଏହାର U / A ପ୍ରମାଣପତ୍ରର ଉପଯୁକ୍ତତା ବିରୁଦ୍ଧରେ ଯୁକ୍ତି କରିଥିଲେ । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍‌ର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଆଡଭାଇଟ୍ ସେଠନା ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ସାର୍ଟିଫିକେଟ୍ ଦେବା ପୂର୍ବରୁ କିଛି ସିନ୍‌ର ସମ୍ପାଦନା ମାଗିଥିବା ସିବିଏଫସି କମିଟି ଦ୍ୱାରା ଏହି ଫିଲ୍ମ ଯାଞ୍ଚ କରାଯାଇଥିଲା । ତେବେ ସେଠନା ସିବିଏଫସିର ଅଧିକାରର ସୀମିତତାକୁ ସ୍ୱୀକାର କରି କହିଛନ୍ତି ଯେ ଏହା ଫିଲ୍ମର ଟ୍ରେଲର ଏବଂ ପ୍ରଚାର ଉପରେ ଏହାର ନିୟନ୍ତ୍ରଣ ନାହିଁ ।

ଏହା ସହ ଏହି ଫିଲ୍ମ ବିଷୟରେ ଚାଲିଥିବା ଆଲୋଚନାକୁ ଦୃଷ୍ଟିରେ ରଖି ଏହି ଫିଲ୍ମକୁ ଜୁନ୍ ୧୦ କୁ ଘୁଞ୍ଚାଇ ଦେଇଛନ୍ତି । ଏନେଇ ଅନ୍ନୁ କପୁର ଦୁଃଖ ପ୍ରକାଶ କରି କହିଛନ୍ତି ଯେ କୋର୍ଟ ଉଭୟ ଫିଲ୍ମ ନିର୍ମାତା ଏବଂ ଆବେଦନକାରୀଙ୍କୁ ସ୍ୱାଧୀନତା ଦେଇଛି । ଏହି ଫିଲ୍ମଟି ଜୁନ୍ ୭ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାରେ ଥିଲା । କିନ୍ତୁ ଏହାର ରିଲିଜ୍‌କୁ କିଛି ଦିନ ପାଇଁ ସ୍ଥଗିତ କରାଯାଇଛି । ଏପରି ଭାବେ ଆହୁରି ଅନେକ କଥା ଅନ୍ନୁ କପୁର କହିଛନ୍ତି, ଯେପରି ଆମ ପକ୍ଷ ଶୁଣିବା କିମ୍ବା ଫିଲ୍ମ ଦେଖିବା ବିନା ଜୁନ୍ ୭ ରେ ରିଲିଜ୍ ହେବାର କିଛି ଦିନ ପୂର୍ବରୁ ଏହାକୁ ବନ୍ଦ କରିଦିଆଯାଇଛି ।

ଫିଲ୍ମର ଟ୍ରେଲରରେ ଦର୍ଶାଯାଇଛି ଯେ ମୁସଲମାନ ଧର୍ମରେ ମୌଳିକବାଦୀ ମୌଲାନାଙ୍କ ପ୍ରଭାବରେ ମୁସଲମାନ ମହିଳାମାନଙ୍କୁ କିପରି ନିର୍ଯାତନା ଦିଆଯାଉଛି । ଏହାର ଭିନ୍ନ ବିଷୟବସ୍ତୁ ହେତୁ ଫିଲ୍ମ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମ ମୁସଲିମ ଧର୍ମକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ଇସଲାମ ପୁରୁଷ ଏବଂ ମହିଳାଙ୍କ ପାଇଁ ଭିନ୍ନ ମାନଦଣ୍ଡ ଗ୍ରହଣ କରେ କି ? ଏପରି ଅନେକ ପ୍ରଶ୍ନ ରହିଛି । ତେବେ ଏହି ଫିଲ୍ମ ବୀରେନ୍ଦ୍ର ଭାଗବତ, ରବି ଏସ ଗୁପ୍ତା, ସଞ୍ଜୟ ନାଗପାଲ ଏବଂ ଶିବ ବାଲାକ ସିଂଙ୍କ ଦ୍ୱାରା ମିଳିତ ଭାବେ ନିର୍ମିତ ଏବଂ କମଲ ଚନ୍ଦ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ହମାରେ ବାରହ’ ରଜନ ଅଗ୍ରୱାଲଙ୍କ ଦ୍ୱାରା ଲେଖା ଯାଇଛି । ଏବେ ଦେଖିବାରେ ଅଛି ଏହି ଫିଲ୍ମକୁ ନେଇ କୋର୍ଟର ଆଗକୁ କିପରି ନିର୍ଦ୍ଦେଶ ନେଉଛି ।

You might also like