ଶ୍ରୀଦେବୀଙ୍କ ସ୍ମୃତିରେ ସ୍ଥାପିତ ହେଲା ଶ୍ରୀଦେବୀ ଛକ, ବୋନି କପୁର ଏବଂ ଖୁସି ଦେଲେ ଶ୍ରଦ୍ଧାଞ୍ଜଳି

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ନାମରେ ନାମିତ ହେଲା ନୂଆ ଛକ । ମୁମ୍ବାଇର ଲୋଖଣ୍ଡଓ୍ୱାଲାର ଗ୍ରୀନ୍‌ ଏକର ଟାଓ୍ୱାର ନିକଟରେ ଶ୍ରୀଦେବୀ ଛକ ନିର୍ମାଣ କରାଯାଇଛି । ଶ୍ରୀଦେବୀଙ୍କ ନାମରେ ହୋଇଥିବା ଏହି ଛକରେ ବୋନି କପୁର ଏବଂ ଝିଅ ଖୁସି କପୁର ଉଦଘାଟନ କରି ସ୍ୱର୍ଗତ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଘଟଣାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଶ୍ରୀଦେବୀ ଏଠାରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । ତେଣୁ ତାଙ୍କ ସ୍ମୃତିରେ ସ୍ଥାପିତ ଏହି ଛକରେ ଥିବା ପଥର ଉପରେ ଶ୍ରୀଦେବୀ କପୁର ଛକ ଲେଖାଯାଇଛି । ଅକ୍ଟୋବର ୧୨ ଏହି ଛକକୁ ଉଦଘାଟନ କରାଯାଇଥିଲା । ଉଦଘାଟନ ସମୟରେ ଶବାନା ମଧ୍ୟ ଉପସ୍ଥିତ ଥିଲେ । ଏହି ଛକ ଶ୍ରୀଦେବୀଙ୍କ ଘର ପାଖରେ ରହିଛି ।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ, ୨୦୧୮ରେ ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା । ସନ୍ଦେହଜନକ ଅବସ୍ଥାରେ ଦୁବାଇରେ ଏକ ହୋଟେଲର ବାଥରୁମରୁ ଶ୍ରୀ ଦେବୀଙ୍କ ମୃତଦେହ ମିଳିଥିଲା । ଅଭିନେତ୍ରୀଙ୍କ ମୃତ୍ୟୁ ପରେ ସମଗ୍ର ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀଙ୍କ ମୃତ୍ୟୁର ୬ ବର୍ଷ ପରେ ମୁମ୍ବାଇରେ ତାଙ୍କ ନାମରେ ଏକ ଛକ ନାମିତ କରାଯାଇଛି ଏବଂ ସେହି ଛକର ନାମ ଶ୍ରୀ ଦେବୀ ଛକ ରଖାଯାଇଛି । ଛକର ଉଦଘାଟନ ସମୟରେ ଶ୍ରୀଦେବୀଙ୍କ ସ୍ୱାମୀ ତଥା ପ୍ରଡୁସର ବୋନି କପୁର, ଝିଅ ଖୁସି କପୁର ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like